ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ସଇତାନ ତାଲିବାନ ଶବକୁ ବି ଛାଡିଲାନି!

0

କାବୁଲ: ସରକାର ଗଠନ କରିବାର କିଛି ସମୟ ହୋଇଥିବା ବେଳେ ତାଲିବାନର ସଇତାନ ଚେହେରା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଯେବେଠୁ ସରକାର ଗଠନ କଲେ, ସେବେଠୁ ଭିନ୍ନ ଭିନ୍ନ ଦାବି ରଖିଆସୁଛନ୍ତି। କଟ୍ଟର ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଆଉ ପୂର୍ବ ପରି ନାହାନ୍ତି। ଏବେ ମହିଳା ଓ ଅନ୍ୟ ନାଗରିକ ମାନଙ୍କୁ ସେମାନଙ୍କ ଅଧିକାର ମିଳିବ। ହେଲେ ତାଲିବାନୀଙ୍କ ନୃଶଂସ ଚେହେରା ଭିତରେ ଥିବା ପଶୁତ୍ବ ବେଶୀ ସମୟ ପାଇଁ ଲୁଚି ପାରିନାହିଁ। ଆଫଗାନିସ୍ତାନ ହେରାତ ସହରରେ ତାଲିବାନୀ ଏକ ଶବକୁ କ୍ରେନରେ ଟାଙ୍ଗିଦେଇଥିଲେ। ସହରର ମୁଖ୍ୟରାସ୍ତାରେ ଏଭଲି କାଣ୍ଡ କରିଥିଲେ। ଏହାକୁ ସମସ୍ତେ ନିନ୍ଦା କରିଛନ୍ତି।

ଲୋକଙ୍କ ସ୍ୱାଧୀନତା ଛଡାଇନେବା ପରେ ଏବେ ତାଲିବାନୀ ମାନେ ଶବ ସହ ମଧ୍ୟ ନୃଶଂସ ବ୍ୟବହାର କରୁଛନ୍ତି। ଆସୋସିଏଟେଡ ଗଣମାଧ୍ୟମ ଅନୁସାରେ, ହେରାତ ସହରର ମୁଖ୍ୟ ଛକରେ ଏକ ଫାର୍ମାସୀ ଚଳାଉଥିବା ୱାଜିର ଅହମ୍ମଦ ସିଦ୍ଦିକ କହିଛନ୍ତି ଯେ, କ୍ରେନରେ ଲଟକାଇବା ପାଇଁ ୪ଟି ମୃତଦେହ ଆଣିଥିଲେ ତାଲିବାନୀ। ଗୋଟିଏ ଶବକୁ ହେରାତ ମୁଖ୍ୟ ଛକରେ କ୍ରେନରେ ଟଙ୍ଗାଯାଇଥିବା ବେଳେ ଅନ୍ୟ ୩ଟିକୁ ସହରର ଅନ୍ୟ ଛକରେ ଟାଙ୍ଗିବାକୁ ନେଇଯାଇଥିଲେ।

ୱାଜିର ଅହମ୍ମଦ ସିଦ୍ଦିକ କହିଛନ୍ତି ଯେ, ଶବକୁ ନିଜ ସହ ନେବା ପରେ ତାଲିବାନୀ ମାନେଘୋଷଣା କରିଥିଲେ ଯେ ଏହି ଚାରିଜଣ ଅପହରଣ ଘଟଣାରେ ସଂପୃକ୍ତ ଥିଲେ।ତେଣୁ ପୁଲିସ ଏମାନଙ୍କୁ ମାରିଦେଇଛି। ଏହା ପରେ ତାଲିବାନୀ ମରଶରୀରକୁ ନିଜ ସହ ନେଇ ସହରର ଛକ ସ୍ଥାନରେ କ୍ରେନରେ ଟାଙ୍ଗି ଦେଇଥିଲେ। ତାଲିବାନୀ ମାନେ ନୃଶଂସତାର ସବୁ ସୀମା କିଭଳି ଟପିଯାଇଛନ୍ତି ଏଥିରୁ ଜଣାପଡୁଛି।

ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ଯିବା ପୂର୍ବରୁ ହିଁ ଅଗଷ୍ଟ ୧୫ରେ ତାଲିବାନୀମାନେ ଆଫଗାନିସ୍ତାନକୁ କବଜା କରିନେଇଥିଲେ । ଏହା ପରେ ସରକାର ପରିବର୍ତ୍ତନ ହୋଇଥିଲା। ସେପ୍ଟେମ୍ବର ମାସରେ ହିଁ ତାଲିବାନୀ ମାନେ ଅନ୍ତରୀଣ ସରକାର ଗଠନ କରିଥିଲେ। ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ କରାଯାଇଥିବା ବେଳେ ଆତଙ୍କବାଦୀ ହକ୍କାନୀକୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.