ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ରେମୁଣା: ବାଲେଶ୍ୱର ଜିଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ କାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି।
ତହସିଲଦାର ବିଦ୍ୟାଧର ପତିଙ୍କ ରେମୁଣାସ୍ଥିତ ଅଫିସ ଚାମ୍ବର ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୩ଟି ଏବଂ ବାଲେଶ୍ୱରରେ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି। ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି।
ଭୁବନେଶ୍ୱର ଶୈଳଶ୍ରୀ ବିହାରସ୍ଥିତ ଫ୍ଲାଟ,ଭୁବନେଶ୍ୱରର ରୁଦ୍ରପୁରର ଆସୋଟେକ୍ ପ୍ରାଇଡ୍‌ରେ ଥିବା ତାଙ୍କ ଫ୍ଲାଟ୍, ବାଲେଶ୍ବର କୁରୁଡାସ୍ଥିତ ଘର, ବାଲେଶ୍ବର ସୋରସ୍ଥିତ ପୈତୃକ ଘର, ବାଲେଶ୍ବର ରେମୁଣାସ୍ଥିତ ଅଫିସ ଚାମ୍ବର, ବାଲେଶ୍ବରରେ ରହୁଥିବା ଘର, ଭୁବନେଶ୍ବର ଡୁମଡୁମାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି।

Leave A Reply

Your email address will not be published.