ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ରେମୁଣା: ବାଲେଶ୍ୱର ଜିଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ କାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି।
ତହସିଲଦାର ବିଦ୍ୟାଧର ପତିଙ୍କ ରେମୁଣାସ୍ଥିତ ଅଫିସ ଚାମ୍ବର ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୩ଟି ଏବଂ ବାଲେଶ୍ୱରରେ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି। ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି।
ଭୁବନେଶ୍ୱର ଶୈଳଶ୍ରୀ ବିହାରସ୍ଥିତ ଫ୍ଲାଟ,ଭୁବନେଶ୍ୱରର ରୁଦ୍ରପୁରର ଆସୋଟେକ୍ ପ୍ରାଇଡ୍‌ରେ ଥିବା ତାଙ୍କ ଫ୍ଲାଟ୍, ବାଲେଶ୍ବର କୁରୁଡାସ୍ଥିତ ଘର, ବାଲେଶ୍ବର ସୋରସ୍ଥିତ ପୈତୃକ ଘର, ବାଲେଶ୍ବର ରେମୁଣାସ୍ଥିତ ଅଫିସ ଚାମ୍ବର, ବାଲେଶ୍ବରରେ ରହୁଥିବା ଘର, ଭୁବନେଶ୍ବର ଡୁମଡୁମାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି।

Leave A Reply

Your email address will not be published.