ରାଜନୀତି – Reporters News Agency https://reportersnewsagency.com Thu, 21 Oct 2021 03:55:47 +0000 en-US hourly 1 https://wordpress.org/?v=5.7.3 https://reportersnewsagency.com/wp-content/uploads/2021/07/favicon.jpg ରାଜନୀତି – Reporters News Agency https://reportersnewsagency.com 32 32 ତଥାପି ବିଜେଡି ବଢୁଛି… https://reportersnewsagency.com/2021/10/21/still-bjd-rising/?utm_source=rss&utm_medium=rss&utm_campaign=still-bjd-rising https://reportersnewsagency.com/2021/10/21/still-bjd-rising/#respond Thu, 21 Oct 2021 03:55:14 +0000 https://reportersnewsagency.com/?p=10749

ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି। କିନ୍ତୁ ନବୀନଙ୍କ ଲୋକପ୍ରିୟତା କମିନି ବରଂ ଅତୁଟ ରହିଛି। ଏକଥା ଆମେ କହୁନାହୁଁ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ ରାଜନୈତିକ ଦଳର ନେତାମାନେ ଯେଉଁଭଳି ଦଳ ଡିଆଁ ଆରମ୍ଭ କଲେଣି, ତାହା ହିଁ […]

The post ତଥାପି ବିଜେଡି ବଢୁଛି… appeared first on Reporters News Agency.

]]>

ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି। କିନ୍ତୁ ନବୀନଙ୍କ ଲୋକପ୍ରିୟତା କମିନି ବରଂ ଅତୁଟ ରହିଛି। ଏକଥା ଆମେ କହୁନାହୁଁ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ ରାଜନୈତିକ ଦଳର ନେତାମାନେ ଯେଉଁଭଳି ଦଳ ଡିଆଁ ଆରମ୍ଭ କଲେଣି, ତାହା ହିଁ ଏଭଳି ସଙ୍କେତ ଦେଉଛି। କେଉଁ ଦିନ ବିଜେପି ନେତା ମିଶିଲେଣି ତ ଆଉ କେଉଁଦିନ କଂଗ୍ରେସ। ଧୀରେ ଧୀରେ ବିଜେଡିର ଆକାର ବଢିବାରେ ଲାଗିଛି।

ବିଜେଡିର ଆକାର ବୃଦ୍ଧି ସହିତ ବିରୋଧୀ ଦଳ ସଙ୍କୁଚିତ ହେବା ଘଟଣାକୁ ରାଜନୈତିକ ଦଳ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଅକ୍ଷୁର୍ଣ୍ଣ ରହିଛି। ବିରୋଧୀ ଯେତେ ଗର୍ଜନ ତର୍ଜନ କଲେ ବି ତାଙ୍କୁ ସ୍ପର୍ଶ କରିପାରିନାହାନ୍ତି। କେବଳ ସେତିକି ନୁହେଁ, ବିଜେଡିର ରଣନୀତିକାରମାନେ ଯେଉଁଭଳି ଗଣିତ କରୁଛନ୍ତି, ସରକାରୀ ବିରୋଧୀ ସ୍ବରକୁ ନିଷ୍ପ୍ରଭ କରିବା ଲାଗି କସରତ ଚଳାଇ ସଫଳ ହେଉଛନ୍ତି, ତାହା ବି ଯେ କୌଣସି ରାଜନୈତିକ ଦଳ ଅନୁକରଣ କଲାଭଳି ଗୋଟିଏ କଥା। ଉଭୟ କାରଣରୁ ବିଜେଡିର ଶରୀର କ୍ଷୀଣ ହେବା ପରିବର୍ତ୍ତେ ବଢିବାରେ ଲାଗିଛି।

ବିରୋଧୀ ରାଜନୈତିକ ଦଳ ଭାବମୂର୍ତ୍ତି ସଙ୍କଟ ଭିତରେ ଫସିଛନ୍ତି। ସେଥିରୁ ମୁକୁଳିପାରିନାହାନ୍ତି। ବିଜେପିର କେନ୍ଦ୍ରୀୟ ସ୍ତରର ଆଚରଣ ରାଜ୍ୟ ନେତାଙ୍କ ବାଟ ଓଗାଳୁଛି। କଂଗ୍ରେସ ଅନ୍ତଃକନ୍ଦଳ ଏଭଳି ସ୍ଥିତିରେ ପହଞ୍ଚିସାରିଛି ଯେ ସେଥିରୁ ସେମାନେ ମୁକୁଳିବା କାଠିକର ପାଠ। ଅଧାରୁ ଅଧିକ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏବେ ତାର ସତ୍ତା ହରାଇ ସାରିଲେଣି। କଂଗ୍ରେସ ତିିନି ନମ୍ବର ସ୍ଥାନରେ ଥିବା କୁହାଯାଉଥିଲେ ହେଁ, ତାହା ଗୁରୁତ୍ବ ଦେବା ଭଳି ସ୍ତରରେ ନାହିଁ। ସଂପ୍ରତି ପିପିଲି, ବାଲେଶ୍ବର ଉପନିର୍ବାଚନରେ ଦଳର ଭୋଟ ପ୍ରତିଶତ ଦେଖିବା ପରେ ଏକଥା ଆଉ କାହାର ବୁଝିବା ବାକି ନାହିଁ। ରାଜନୀତି ଦୃଷ୍ଟିରୁ ସମ୍ବେଦନଶୀଳ ଉପକୂଳ ଜିଲ୍ଲାମାନଙ୍କରେ ଦଳର ଏଭଳି ସ୍ଥିତି ଚିନ୍ତାଜନକ। ଓଡ଼ିଶାର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ଦଳର ସଂଗଠନ ଟିକିଏ ଆଖିଦୃଶିଆ ଅଛି। ହେଲେ ଏବେ ସେ ଅଞ୍ଚଳରେ ବି ସଂଗଠନ ଦୁର୍ବଳ ହେବା ଆରମ୍ଭ କଲାଣି।

ଅନ୍ଯପଟରେ ଭାରତୀୟ ଜନତା ପାର୍ଟିରେ ନେତାମାନେ ରହିନପାରିବା ଆଉ ଏକ ଚିନ୍ତାଜନକ ବିଷୟ। ପଞ୍ଚାୟତ ନିର୍ବାଚନରେ ଯେଉଁ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ( ୨୦୧୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ) ବିଜେପି ଶିବିରକୁ ଯାଇଥିଲେ, ସେମାନେ ଧୀରେ ଧୀରେ ବିଜେଡି ଆଡକୁ ମୁହାଁଇଲେଣି। ବିଜେପି ସେମାନଙ୍କୁ ରଖିପାରିନାହିଁ। ମୁଖ୍ୟ କାରଣ ଏୟା ହୋଇପାରେ ଯେ କ୍ୟାଡର ଭିତ୍ତିକ ଏହି ଦଳ ଅନ୍ୟ ନେତାଙ୍କୁ ସାଙ୍ଗରେ ନେବା ଟିକିଏ କଷ୍ଟ। ଦ୍ବିତୀୟତଃ ରାଜ୍ୟ ସଂଗଠନ ବହୁଧା ଗୋଷ୍ଠୀରେ ପରିଣତ ହୋଇଥିବା କାରଣରୁ ଦଳର ନେତାମାନଙ୍କୁ ଯେ କୌଣସି ଗୋଟିଏ ବଡ ଗୋଷ୍ଠୀ ବିରୋଧ କରିବେ ହିଁ କରିବେ। ଏହାକୁ ଯିଏ ପ୍ରତିହତ କରିପାରିବେ, କେବଳ ସେହିମାନେ ତିଷ୍ଠିବେ।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା ହେଲା, ବିଜେଡି ପାଇଁ ଏବେ ଚ୍ୟାଲେଞ୍ଜ ହେଲା, ଏତେ ନେତାଙ୍କୁ କିଭଳି ସେମାନେ ସାଙ୍ଗରେ ନେବେ। ଶାସକ ଦଳରେ ଥିବା କାରଣରୁ ଅନେକଙ୍କୁ ଦଳ ବିଭିନ୍ନ ପଦ ପଦବି ଦେଇ ଥଇଥାନ କରିବାର କ୍ଷମତା ରଖେ। କିନ୍ତୁ ଯେଉଁ ଅଞ୍ଚଳରୁ ନେତାମାନେ ଯୋଗ ଦେଉଛନ୍ତି, ସେ ଅଞ୍ଚଳରୁ ବିଜେଡିକୁ ପ୍ରତିନିଧିତ୍ବ କରୁଥିବା ନେତାମାନେ ଏହାକୁ କିଭଳି ଭାବେ ଗ୍ରହଣ କରୁଛନ୍ତି, ତାହା ଦେଖିବା କଥା।

The post ତଥାପି ବିଜେଡି ବଢୁଛି… appeared first on Reporters News Agency.

]]>
https://reportersnewsagency.com/2021/10/21/still-bjd-rising/feed/ 0
ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ! https://reportersnewsagency.com/2021/10/20/bjd-and-govt-is-in-trouble/?utm_source=rss&utm_medium=rss&utm_campaign=bjd-and-govt-is-in-trouble https://reportersnewsagency.com/2021/10/20/bjd-and-govt-is-in-trouble/#respond Tue, 19 Oct 2021 19:45:58 +0000 https://reportersnewsagency.com/?p=10728

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ନିଷ୍ପ୍ରଭ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦ୍ରୁତ କମୁଥିବା କାରଣରୁ ଯେଉଁ ଗୋଟିଏ ସିଦ୍ଧାନ୍ତରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପହଞ୍ଚିଲେଣି; ତାହା ହେଲା ବିଶେଷ କୌଣସି ପରିସ୍ଥିତି ସୃଷ୍ଟି ନ ହେଲେ ଆସନ୍ତା ଦିନମାନଙ୍କରେ ଯେଉଁ ନିର୍ବାଚନ ହେବ, ସେଥିରେ ବିଜେଡି-ବିଜେପି ଦୁଇଦଳ ମଧ୍ୟରେ ସିଧାସଳଖ ଲଢେଇ ହେବ। ଆହୁରି ସରଳ ଭାବେ କହିଲେ; ଯିଏ ବିଜେଡିରୁ ମୁହଁ ଫେରାଇବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ ଭୋଟ ଦେବେ ଓ ଠିକ୍ […]

The post ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ! appeared first on Reporters News Agency.

]]>

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ନିଷ୍ପ୍ରଭ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦ୍ରୁତ କମୁଥିବା କାରଣରୁ ଯେଉଁ ଗୋଟିଏ ସିଦ୍ଧାନ୍ତରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପହଞ୍ଚିଲେଣି; ତାହା ହେଲା ବିଶେଷ କୌଣସି ପରିସ୍ଥିତି ସୃଷ୍ଟି ନ ହେଲେ ଆସନ୍ତା ଦିନମାନଙ୍କରେ ଯେଉଁ ନିର୍ବାଚନ ହେବ, ସେଥିରେ ବିଜେଡି-ବିଜେପି ଦୁଇଦଳ ମଧ୍ୟରେ ସିଧାସଳଖ ଲଢେଇ ହେବ। ଆହୁରି ସରଳ ଭାବେ କହିଲେ; ଯିଏ ବିଜେଡିରୁ ମୁହଁ ଫେରାଇବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ ଭୋଟ ଦେବେ ଓ ଠିକ୍ ବିପରୀତ ଭାବେ ଯେଉଁମାନେ ବିଜେପି ପ୍ରତି ଅନାଗ୍ରହ ପ୍ରଦର୍ଶନ କରିବେ, ସେମାନେ ବିଜେଡି ସପକ୍ଷରେ ମତଦାନ କରିବେ। ଏହାଦ୍ବାରା ନିର୍ବାଚନଗୁଡିକ ଅଧିକ ସମ୍ବେଦନଶୀଳ ହୋଇପଡ଼ିବ। ଏଭଳି କ୍ଷେତ୍ରରେ ରାଜନୈତିକ ଦଳମାନେ ଅଧିକ ସତର୍କ ରହିବା ବିଧେୟ।

ଏକଥା ଆଉ କିଏ ବୁଝୁ କି ନ ବୁଝୁ। ବିଜେଡି କିନ୍ତୁ ବୁଝିଛି। ନିର୍ବାଚନର ଯଥେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ବଡ ଫ୍ଲାଗସିପ୍ ଯୋଜନା ଘୋଷଣା ପୂର୍ବକ ଜନମତକୁ ନିଜ ସହିତ ଯୋଡି ରଖିବା ଲାଗି ଉଦ୍ୟମରତ ଅଛନ୍ତି। ସାଧାରଣ ଲୋକଙ୍କ ସହିତ ଯୋଡି ହୋଇଥିବା ଦୁଇଟି ବଡ କ୍ଷେତ୍ର ଶିକ୍ଷା ଓ ସ୍ବାସ୍ଥ୍ୟକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟମାସ ୧୫ ତାରିଖରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଓ ୧୮ ତାରିଖରେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ସ୍ବରୂପ ସ୍ମାର୍ଟ କ୍ଲାସ୍ ରୁମ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଧରି ପହଞ୍ଚୁଛନ୍ତି। ନିକଟରେ ବଲାଙ୍ଗୀର ଯାଇଥିଲେ, ଏହା ପୂର୍ବରୁ କଳାହାଣ୍ଡିରେ ଦଳ ଜଳସେଚନ ପ୍ରକଳ୍ପ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ଛଳରେ ଏଭଳି ଗୋଟିଏ ପରିବେଶ ବା ରାଜନୈତିକ କାର୍ଯ୍ୟକ୍ରମ ବିଜେଡି ଓ ସରକାରଙ୍କ ପକ୍ଷରୁ କରାଯାଇଥିଲା, ଯାହା ଅତୀତରେ ଭାରତ ଇତିହାସରେ ସମ୍ଭବତଃ କେବେ ହୋଇନଥିବ।

ହେଲେ ନବୀନ ଯେତିକି ପରିମାଣର ଲୋକପ୍ରିୟତା ଗୋଟାଉଛନ୍ତି, ତାଙ୍କ କ୍ୟାବିନେଟ୍ ସହଯୋଗୀ ବା ମନ୍ତ୍ରୀମାନେ ସେସବୁକୁ ଦଳଚକଟି ମାଟିରେ ମିଶାଇବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏବେ ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲା ଓ ନିର୍ମାଣାଧୀନ ଷ୍ଡାଡିୟମରୁ ଅଧା ପୋଡା ଶବ ଜବତ ହେବା ଏବଂ ଏହି ସଂସ୍ଥାର ମାଲିକ ଗୋବିନ୍ଦ ସାହୁ ଫେରାର, ପୁଣି ଗିରଫଦାରି ପ୍ରସଙ୍ଗଟି ନବୀନଙ୍କ ଭାବମୂର୍ତି ପ୍ରତି ବଡଧରଣର ବିପଦ ଆଣିଛି। କାରଣ ଏହି ପ୍ରସଙ୍ଗଟି ସହିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଡି ହୋଇଗଲେଣି। ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ଏହାକୁ ନେଇ ହଲ୍ଲାବୋଲ୍ ଆରମ୍ଭ କରିଥିବା ବେଳେ ଗଣମାଧ୍ୟମରେ ପରୀ ହତ୍ୟାକାଣ୍ଡ ସହିତ ବିବାଦକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ମାମଲା ସହିତ ବିବାଦକୁ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା, ସୌମ୍ୟରଂଜନ ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖଙ୍କ ନାମ ଉପରେ ପୁଣି ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେବଳ ସେତିକି ନୁହେଁ, ମାଧବୀଲତା ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ମାମଲା, ଇତିଶ୍ରୀ ମୃତ୍ୟୁ ଆଦି ସବୁ ପ୍ରସଙ୍ଗକୁ ଏବେ ମମିତା ମାମଲା ପୁଣି ଥରେ ତାଜା କରିଦେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବୃଦ୍ଧିରେ ଆଦୌ ସହାୟକ ବା ଭାଗୀଦାର ନଥିବା ମନ୍ତ୍ରୀମାନେ ଯେବେ ତାଙ୍କ ସରକାରର ସବୁ ଭଲ କାମକୁ ଏଭଳି ଢଙ୍ଗରେ ବିଗାଡିଦେଉଛନ୍ତି, ଏହାକୁ ଖୋଦ୍ ବିଜେଡି ନେତାମାନେ ବି ବରଦାସ୍ତ କରିପାରୁନାହାନ୍ତି। ନବୀନ ପ୍ରେମୀ ତ ରାଗି ଖପ୍ପା। ବିଜୁ ଜନତା ଦଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲେଣି। ମମିତା ମାମଲାରେ କ୍ୟାପଟେନଙ୍କ ସଂପୃକ୍ତି ଅଛି କି ନାହିଁ, ତାହାର ଆପାତତଃ ପ୍ରମାଣ ବି ମିଳିନାହିଁ। ତଥାପି ମନ୍ତ୍ରୀ ସେଠାକୁ ବାରମ୍ବାର ଯିବା ଚର୍ଚ୍ଚାକୁ ବଳ ଦେଇଛି। ସେହିଭଳି ପରୀ ମାମଲାରେ ଅରୁଣଙ୍କ ଭୂମିକା ନେଇ ତଦନ୍ତକାରୀ ସଂସ୍ଥା କୌଣସି ପ୍ରମାଣ ପାଇନାହାନ୍ତି। ଅଥଚ ତତ୍କାଳୀନ ସରପଞ୍ଚ ସୌମ୍ୟରଂଜନଙ୍କ ସହିତ ତାଙ୍କର ବାର୍ତ୍ତାଳାପ ସଂକ୍ରାନ୍ତ ଅଡ଼ିଓ ଭାଇରାଲ୍ ହେବା ପରେ ସେ ଏହି ଚର୍ଚ୍ଚା ଭିତରକୁ ନିଜେ ହିଁ ଧସେଇ ପଶିଛନ୍ତି। ମାହାଙ୍ଗା ଘଟଣାରେ ପ୍ରତାପଙ୍କ ନାମ ଏତଲାରେ ରହିଥିଲା, ଏଣୁ ଚର୍ଚ୍ଚା ହେବା ସ୍ବାଭାବିକ। ସେହିଭଳି ସୌମ୍ୟମାମଲାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କର କୌଣସି ପ୍ରତ୍ୟକ୍ଷ ଭୂମିକା ନଥିଲେ ବି ଯେହେତୁ ସେ ଜଙ୍ଗଲ ବିଭାଗ ଦାୟିତ୍ବରେ ଅଛନ୍ତି ଓ ତାଙ୍କ ଡିଏଫଓଙ୍କୁ ନେଇ ସାଧାରଣରେ ଅସନ୍ତୋଷ ଉଠିଲା, ଏଣୁ ସେ ଚର୍ଚ୍ଚାରୁ ବାହାରିପାରିଲେ ନାହିଁ।

ବିଜେଡିର ଗୋଟିଏ ବର୍ଗର ମତ ହେଉଛି, କୌଣସି ମନ୍ତ୍ରୀଙ୍କର କିଛି ବି ଭୂମିକା ନଥାଇ ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମ ସେମାନଙ୍କୁ ଅଯଥାରେ ଟାଣୁଛନ୍ତି। ଯଦି ସରକାର ସେମାନଙ୍କ ଚାପରେ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ବଦଳାଇବେ ବା କାଢିବେ, ତେବେ ସେମାନେ ଆହୁରି ଉତ୍ସାହିତ ହେବେ ଓ ଅକଥା କଥାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବେ।

ହେଲେ ଅନ୍ୟ ଗୋଟିଏ ମତ ବି ଆସୁଛି ଯେ ମନ୍ତ୍ରୀମାନଙ୍କର ନାମ ଆସୁଛି କାହିଁକି? ମୁଖ୍ୟମନ୍ତ୍ରୀ ବାରମ୍ବାର ତାଗିଦ୍ କରିବା ପରେ ବି ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସର୍ବନିମ୍ନ ସୁଧାର ଆସୁନି। ରାଜନୀତି ବା ସରକାରର ଲୋକପ୍ରିୟତା ଲୋକଙ୍କ ଭାବନା, ଅନୁଭବ ଓ ଅନୁମାନ ଉପରେ ହିଁ ପର୍ଯ୍ୟବେସିତ। ଏହି ନେତାଙ୍କର ଭୁଲ୍ ତ୍ରୁଟି କାରଣରୁ ସବୁ ବୋଝ ନବୀନ ପଟ୍ଟନାୟକଙ୍କ ସରକାର ମୁଣ୍ଡାଉଛନ୍ତି। ଏବେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଯେଭଳି ପରିବେଶ ବିଜେଡି ସୃଷ୍ଟି କରିଥିଲା, ତାହାକୁ ମମିତା ମାମଲା ପୋଡି ଖାଇଦେଲା। ଏଣୁ ନବୀନ ପଟ୍ଟନାୟକ ନିଜ ସରକାରର ଭାବମୂର୍ତ୍ତିର ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବାକୁ ହେବ।

ଏଠାରେ ଉଲ୍ଲେଖଥାଉକି, ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି। ଓଡ଼ିଶା ରାଜନୀତିରେ ଦୁଇଟି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ବୋଲି ଧରିନିଆଯାଏ। ତାହା ହେଲା ଶ୍ରୀଜଗନ୍ନାଥ ଏବଂ ତାଙ୍କୁ ନେଇ ଘଟୁଥିବା ଘଟଣା ଏବଂ ଦ୍ବିତୀୟଟି ହେଲା ଅପରାଧ, ବିଶେଷକରି ମହିଳା ସୁରକ୍ଷା। ଉଭୟ ପ୍ରସଙ୍ଗ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖୁଥିବା ପରିପ୍ରେକ୍ଷୀରେ ଏବେ ମୁଖ୍ୟମନ୍ତ୍ରୀ ଚାପରେ ରହିବା ସ୍ବାଭାବିକ। କାରଣ ଏହି ଅପରାଧ ସଂକ୍ରାନ୍ତ ମାମଲା ହିଁ କଂଗ୍ରେସକୁ ତଳିତଳାନ୍ତ କରିଛି ଓ ଓଡ଼ିଶାରେ ଶୋଚନୀୟ ସ୍ଥିତିକୁ ଟାଣିନେଇଛି। ଯଦି ଉଠୁଥିବା ବିରୋଧାତ୍ମକ ମତକୁ ଚାପିଦେବାରେ ବି ସରକାର ସକ୍ଷମ ହୁଅନ୍ତି, ତଥାପି ମଧ୍ୟ ଏହା ସାଧାରଣରେ ସୃଷ୍ଟି ହୋଇସାରିିଥିବା କ୍ଷତିକୁ ଭରଣା ପାଇଁ ଯଥେଷ୍ଟ ନୁହେଁ। ଏଭଳିସ୍ଥଳେ ନବୀନଙ୍କୁ ନିଜ ନିକଟରୁ ଅତି ବିବାଦୀୟ ତତ୍ତ୍ବମାନଙ୍କୁ ଦୂରେଇବାକୁ ହେବ, ଅନ୍ୟଥା ତାଙ୍କ ପ୍ରତି ସର୍ବାଧିକ ଭଲପାଇବା ଥିବା ସତ୍ତ୍ବେ ତାଙ୍କ ମନ୍ତ୍ରୀ, ନେତାଙ୍କ ଆଚରଣ ଲାଗି ଲୋକ ମୁହଁ ଫେରାଇ ନେଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

The post ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ! appeared first on Reporters News Agency.

]]>
https://reportersnewsagency.com/2021/10/20/bjd-and-govt-is-in-trouble/feed/ 0
ବଦଳିଲା ରଣନୀତି: ଉତ୍ତରପ୍ରଦେଶ ପ୍ରୟୋଗଶାଳା https://reportersnewsagency.com/2021/10/20/women-reservation-politics-in-congress/?utm_source=rss&utm_medium=rss&utm_campaign=women-reservation-politics-in-congress https://reportersnewsagency.com/2021/10/20/women-reservation-politics-in-congress/#respond Tue, 19 Oct 2021 18:55:10 +0000 https://reportersnewsagency.com/?p=10724

ମହିଳା ଭୋଟବ୍ୟାଙ୍କ ଉପରେ ଏବେ କଂଗ୍ରେସ ଦଳର ଆଖି ବିଧାନସଭାରେ ୪୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ହେବେ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଚଳାଇଲେ ଗୋଟି, ଆଗକୁ ଅନ୍ୟ ରାଜ୍ୟରେ ଲକ୍ଷ୍ନୌ: ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବରେ ମୋହର ମାରିବାରେ ବିଫଳ ହୋଇଥିବା କଂଗ୍ରେସ ଏବେ ଉତ୍ତରପ୍ରଦେଶରେ ଗୋଟିଏ ନୂଆ ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛି। ନିଜେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଏଠାରେ କଂଗ୍ରେସର ମଙ୍ଗ ଧରିଥିବା ପରିପ୍ରେକ୍ଷୀରେ ମହିଳା ବର୍ଗଙ୍କୁ ନିଜ […]

The post ବଦଳିଲା ରଣନୀତି: ଉତ୍ତରପ୍ରଦେଶ ପ୍ରୟୋଗଶାଳା appeared first on Reporters News Agency.

]]>
  • ମହିଳା ଭୋଟବ୍ୟାଙ୍କ ଉପରେ ଏବେ କଂଗ୍ରେସ ଦଳର ଆଖି
  • ବିଧାନସଭାରେ ୪୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ହେବେ
  • ଉତ୍ତରପ୍ରଦେଶରେ ପ୍ରିୟଙ୍କା ଚଳାଇଲେ ଗୋଟି, ଆଗକୁ ଅନ୍ୟ ରାଜ୍ୟରେ

ଲକ୍ଷ୍ନୌ: ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବରେ ମୋହର ମାରିବାରେ ବିଫଳ ହୋଇଥିବା କଂଗ୍ରେସ ଏବେ ଉତ୍ତରପ୍ରଦେଶରେ ଗୋଟିଏ ନୂଆ ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛି। ନିଜେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଏଠାରେ କଂଗ୍ରେସର ମଙ୍ଗ ଧରିଥିବା ପରିପ୍ରେକ୍ଷୀରେ ମହିଳା ବର୍ଗଙ୍କୁ ନିଜ ଆଡକୁ ଟାଣିବା ଲାଗି ଘୋଷଣା କରିଛନ୍ତି ଯେ ୨୦୨୨ ବିଧାନସଭା ନିର୍ବାଚନରେ ଦଳ ୪୦ ପ୍ରତିଶତ ଆସନ ମହିଳାଙ୍କୁ ଦେବ। ଉତ୍ତରପ୍ରଦେଶ ରାଜନୀତିକୁ ନୂଆ ମୋଡ ବା ଦିଶା କେବଳ ମହିଳାମାନେ ଦେଇପାରିବେ ବୋଲି କହିଛନ୍ତି ପ୍ରିୟଙ୍କା। କେବଳ ସେତିକି ନୁହେଁ, ଟିକେଟ୍ ପାଇଁ ସେ ଯେଉଁ ଆବେଦନ ତାରିଖ ଘୋଷଣା କରିଥିଲେ, ତାହାକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ପ୍ରିୟଙ୍କାଙ୍କ ଏଭଳି ଗୋଟିଚାଳନାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗୁରୁତ୍ବର ସହିତ ନେଇଛନ୍ତି। ପୂର୍ବରୁ ବିଜୁ ଜନତା ଦଳ ଓଡ଼ିଶାରେ ଏହି କାର୍ଡ ଖେଳି ସଫଳ ହୋଇଥିବା ପରିପ୍ରେକ୍ଷୀରେ ପ୍ରିୟଙ୍କାଙ୍କ ରଣନୀତିକୁ କେହି ହାଲକା ଭାବେ ନେବାକୁ ଚାହୁଁନାହାନ୍ତି। ଉତ୍ତରପ୍ରଦେଶ ଭଳି ଗୋଟିଏ ବଡ ରାଜନୈତିକ ମଇଦାନରେ ଦଳ ଏହି କାର୍ଡ ଖେଳି ତାର ପ୍ରଭାବ ମାପୁଛି। ଯଦି ସାମାନ୍ୟ ବି ସଫଳତା ମିଳେ, ତେବେ ଅନ୍ୟ ରାଜ୍ୟରେ ଏହାର ଅନୁପାଳନ ହେବା ସମ୍ଭାବନା ଅଧିକ। ମହିଳାଙ୍କୁ ସାମ୍ନାକୁ ଆଣି ଦଳ ତାର ପୁରୁଣା ଚେହେରା ପରିବର୍ତ୍ତନ କରିବା ସହିତ ଦଳକୁ ନୂଆ ରୂପ ଦେବାରେ ସକ୍ଷମ ହୋଇପାରେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଗୋଟିଏ ପଟେ ଦଳ ସାଂଗଠନିକ ନିର୍ବାଚନକୁ ଯାଇ ନୂଆ ଯୁବ ନେତାଙ୍କୁ ଦାୟିତ୍ବ ଦେବା ଲାଗି ରାସ୍ତା ଖୋଲୁଥିବା ବେଳେ ଏହି ରଣନୀତି କିଛି ପରିମାଣରେ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ସକ୍ଷମ ହେବ।

ଏହି ପ୍ରସଙ୍ଗରେ ପ୍ରିୟଙ୍କା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ୫୦ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ୍ ଦେବା ଲାଗି ଚାହୁଁଥିଲେ। ମାତ୍ର ଦଳର ଅନ୍ୟମାନଙ୍କ ସହିତ ପରାମର୍ଶ କରିବା ପରେ ଏହାକୁ ୪୦ ପ୍ରତିଶତକୁ ଖସାଇଛନ୍ତି। ପ୍ରିୟଙ୍କାଙ୍କ ଏହି ନିଷ୍ପତ୍ତି ପରିପ୍ରେକ୍ଷୀରେ ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ନିର୍ବାଚନରେ ୧୬୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

ପ୍ରିୟଙ୍କା ଏହି ଅବସରରେ ଆହୁରି ସୂଚାଇଛନ୍ତି ଯେ ଏହା ଆରମ୍ଭ ମାତ୍ର। ଆସନ୍ତା ଦିନରେ ମହିଳାଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ହୋଇପାରେ। ଉତ୍ତରପ୍ରଦେଶରେ ମୁଁ ଏହା କାର୍ଯ୍ୟକାରୀ କରିବାକୁ ଯାଉଛି। ଅନ୍ୟ ରାଜ୍ୟମାନେ ଚାହିଁଲେ, ସେମାନେ ଏହାକୁ ଅନୁସରଣ କରିପାରିବେ। ଅର୍ଥାତ୍ ଅନ୍ୟ ରାଜ୍ୟମାନେ ଏହା ଉପରେ ଏବେ କସରତ କରିବା ଲାଗି ଗ୍ରିନ୍ ସିଗନାଲ ପାଇଯାଇଛନ୍ତି।

କଂଗ୍ରେସ ନେତାମାନେ ଏହାଦ୍ବାରା ତାଙ୍କ ପରିବାର ବର୍ଗଙ୍କୁ ରାଜନୀତିକୁ ଆଣିବା ଲାଗି ରାସ୍ତା ଖୋଲିଯିବ ବୋଲି ଗଣମାଧ୍ୟମ ପ୍ରଶ୍ନକୁ ଏଡାଇଯାଇ ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ଭୁଲ୍ ନାହିଁ। ବରଂ ମହିଳା ସଶକ୍ତିକରଣ ଦିଗରେ ଏହା ସହାୟକ ହୋଇପାରେ। ତେବେ ସମ୍ପୂର୍ଣ୍ଣ ଯୋଗ୍ୟତା ଆଧାରରେ ଦଳ ପ୍ରାର୍ଥୀ ଚୟନ କରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

୪୦ ପ୍ରତିଶତ ଆସନ ମହିଳାଙ୍କ ଲାଗି ସଂରକ୍ଷଣ ସଂପର୍କରେ ପ୍ରିୟଙ୍କା ଅନେକ ଯୁକ୍ତି ରଖିଛନ୍ତି। କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ସେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା ବେଳେ ଛାତ୍ରୀ ଓ ମହିଳାମାନେ ସେମାନଙ୍କ ରାଜନୀତିରେ ଯୋଗଦାନ ସଂପର୍କରେ ମଧ୍ୟ ଆଭାସ ଦେଇଛନ୍ତି। କେହି କେହି ସ୍ପଷ୍ଟ ଭାବେ ତାଙ୍କୁ କହିଛନ୍ତି ଯେ ସେମାନେ ରାଜନେତା ହେବାକୁ ଚାହାଁନ୍ତି। ଜଣେ ଝିଅ ତ ସେ ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା କହିଛନ୍ତି। ଯେ ପର୍ଯ୍ୟନ୍ତ ଏହି ବର୍ଗକୁ ମୁଖ୍ୟ ସ୍ରୋତକୁ ଅଣାଯିବ ନାହିଁ, ସେଯାଏ ଏଭଳି ସ୍ବପ୍ନ ସାକାର ହୋଇପାରିବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।

ସାମାଜିକ ସେବା, ଶିକ୍ଷାଦାନ, ଗଣମାଧ୍ୟମରେ ମହିଳାମାନେ ଅଧିକ ସଂଖ୍ୟାରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଦୃଢ ମତ ରଖି ପ୍ରିୟଙ୍କା କହିଛନ୍ତି ଯେ ”ଆପ୍ ବଦଲାଭ ଚାହାତି ହେଁ ତୋ ଇନ୍ତେଜାର ମତ୍ କରିଏ; ଆପକି ସୁରକ୍ଷା କୋଇ ନେହି କରନେ ଓ୍ବାଲା”। ରାଜନୀତିରୁ ଘୃଣ୍ୟତା କେବଳ ମହିଳାଙ୍କ ଦ୍ବାରା ଦୂର ହୋଇପାରିବ ଓ ସେମାନେ ହିଁ ପରିବର୍ତ୍ତନ ଆଣିପାରିବେ ବୋଲି କହିଛନ୍ତି ପ୍ରିୟଙ୍କା। ମହିଳାମାନେ ରାଜନୀତିକୁ ଆସିଲେ ଜାତି ଓ ଧର୍ମ ରାଜନୀତିକୁ ବିକାଶ ରାଜନୀତିରେ ପରିଣତ କରାଯାଇପାରିବ।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ ମୋର ସଂଗ୍ରାମ ହେଉଛି ରାଜନୀତିରେ ପରିବର୍ତ୍ତନ ଆଣିବା। ଯେଉଁମାନେ ସ୍ବର ଉତ୍ତୋଳନ କରିବାରେ ଅସମର୍ଥ, ମୁଁ ସେମାନଙ୍କ ପାଇଁ ଲଢିବି। ମାଡ଼ ମାରିବା ରାଜନୀତି ପରିବର୍ତ୍ତେ ସେବାମୂଳକ ରାଜନୀତି କରିବା ମୂଳ ଲକ୍ଷ୍ୟ ବୋଲି ସେ ମତ ରଖିଛନ୍ତି।

The post ବଦଳିଲା ରଣନୀତି: ଉତ୍ତରପ୍ରଦେଶ ପ୍ରୟୋଗଶାଳା appeared first on Reporters News Agency.

]]>
https://reportersnewsagency.com/2021/10/20/women-reservation-politics-in-congress/feed/ 0
ବିଜେପି ପାଇଁ ଅମରିନ୍ଦର ସଂଜୀବନୀ; କେମିତି ଜାଣନ୍ତୁ https://reportersnewsagency.com/2021/10/19/punjab-and-up-politics-will-take-u-turn/?utm_source=rss&utm_medium=rss&utm_campaign=punjab-and-up-politics-will-take-u-turn https://reportersnewsagency.com/2021/10/19/punjab-and-up-politics-will-take-u-turn/#respond Tue, 19 Oct 2021 17:59:36 +0000 https://reportersnewsagency.com/?p=10717

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଗୋଟିଏ ନୂଆ ରାଜନୈତିକ ଦଳ ଗଠନ କରିବେ। ଖୁବ୍ ଶୀଘ୍ର ଏହି ଦଳ ଜନ୍ମ ନେବ। ଏକଥା କୌଣସି କଳ୍ପନା ପ୍ରସୂତ ନୁହେଁ। ବରଂ ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ଏଭଳି ଏକ ସଙ୍କେତ ଦେଇଛନ୍ତି। ଅସଲ କଥା ହେଲା, ଯଦି କେନ୍ଦ୍ର ସରକାର କୃଷକଙ୍କ ସମସ୍ୟାର ସମାଧାନ ରାସ୍ତା ଖୋଲି ଦିଅନ୍ତି, ତେବେ ଅମରିନ୍ଦରଙ୍କ ପ୍ରସ୍ତାବିତ ନୂଆ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) […]

The post ବିଜେପି ପାଇଁ ଅମରିନ୍ଦର ସଂଜୀବନୀ; କେମିତି ଜାଣନ୍ତୁ appeared first on Reporters News Agency.

]]>

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଗୋଟିଏ ନୂଆ ରାଜନୈତିକ ଦଳ ଗଠନ କରିବେ। ଖୁବ୍ ଶୀଘ୍ର ଏହି ଦଳ ଜନ୍ମ ନେବ। ଏକଥା କୌଣସି କଳ୍ପନା ପ୍ରସୂତ ନୁହେଁ। ବରଂ ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ଏଭଳି ଏକ ସଙ୍କେତ ଦେଇଛନ୍ତି। ଅସଲ କଥା ହେଲା, ଯଦି କେନ୍ଦ୍ର ସରକାର କୃଷକଙ୍କ ସମସ୍ୟାର ସମାଧାନ ରାସ୍ତା ଖୋଲି ଦିଅନ୍ତି, ତେବେ ଅମରିନ୍ଦରଙ୍କ ପ୍ରସ୍ତାବିତ ନୂଆ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଅକାଳୀ ଦଳ ସହିତ ଆସନ ବୁଝାମଣା କରିପାରନ୍ତି। ଅର୍ଥାତ୍ ଆସନ୍ତା ଦିନରେ ପଞ୍ଜାବରେ ଗୋଟିଏ ବଡ ଧରଣର ମହାମେଣ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ଏବଂ ଅକାଳୀ ଦଳ ଚାଷୀ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପୁଣି ଥରେ ବିଜେପିର ନିକଟତର ହୋଇପାରେ।

ଅମରିନ୍ଦରଙ୍କ ଏହି ନୂଆ ରାଜନୈତିକ କୌଶଳ ରଣନୀତିକାରମାନଙ୍କୁ ବିସ୍ମିତ କରିନି। କାହିଁକି ନା, ଅମରିନ୍ଦର ଏବଂ ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୈଠକ ପରେ ଏଭଳି କିଛି ଗୋଟିଏ ଚକମା ଦେଖିବାକୁ ମିଳିବ, ଏକଥା ସମସ୍ତେ ଆଶା କରୁଥିଲେ। ଏବେ ଯାହା ଆଶା କରାଯାଉଛି, ଅମରିନ୍ଦରଙ୍କ ରାଜନୈତିକ ପଦକ୍ଷେପ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପାଇଁ ସଂଜୀବନୀ ସଦୃଶ ହେବ। ଏକ ବର୍ଷରୁ ଅଧିକ ସମୟ ଧରି କୃଷକ ଯେଭଳି ଆନ୍ଦୋଳନ କରୁଛନ୍ତି, ତାର ସମାଧାନର ରାସ୍ତା ଅମରିନ୍ଦରଙ୍କ ମାଧ୍ୟମରେ ବିଜେପି କରାଇ ନେବ। ଉଭୟ ପଞ୍ଜାବ ଓ ଉତ୍ତରପ୍ରଦେଶ ରାଜନୀତି ଦୃଷ୍ଟିରୁ ଏଭଳି ଏକ ଗୋଟିଚାଳନା ଅପରିହାର୍ଯ୍ୟ ଅଟେ।

ଏମିତିରେ ବି ଲଖମିପୁର ଖେରି ଚାଷୀ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶରେ ବି ବିଜେପି ସରକାର ଅକଳରେ ପଡିଛନ୍ତି। ଚାଷୀ ସେଠାକାର ସରକାର ବିରୋଧରେ ଏକାଠି ହୋଇଯାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ପୂରା ୪୨ଟି ବିଧାନସଭା ଆସନରେ ସେମାନେ ଦଳର କ୍ଷତି ପହଞ୍ଚାଇବାର ସାମର୍ଥ୍ୟ ରଖୁଥିବା ପରିପ୍ରେକ୍ଷୀରେ ଯେ କୌଣସି ରାଜନୈତିକ ଦଳ ବ୍ୟତିବ୍ୟସ୍ତ ହେବା ସ୍ବାଭାବିକ। ଯଦି ଥରେ ଚାଷୀଙ୍କୁ ମନାଇ ଦିଆଯାଇପାରିଲା, ତେବେ ଏହାର ସକାରାତ୍ମକ ପ୍ରଭାବ ଉତ୍ତରପ୍ରଦେଶ ରାଜନୀତି ଉପରେ ବି ପଡିବ।

ଉଲ୍ଲେଖଯୋଗ୍ୟ, ଅମରିନ୍ଦରଙ୍କ ପ୍ରସ୍ତାବିତ ରାଜନୈତିକ ଦଳ ସଂପର୍କରେ ଯେଉଁ ସଙ୍କେତ ଆସିଛି, ସେଥିରେ କୁହାଯାଇଛି ଯେ ଖୁବ୍ ଶୀଘ୍ର ପଞ୍ଜାବ ଏବଂ ଏହାର ବାସିନ୍ଦାଙ୍କ ସ୍ବାର୍ଥ ପାଇଁ ଲଢୁଥିବା କୃଷକମାନଙ୍କୁ ନେଇ ରାଜନୈତିକ ଦଳ ଗଠନ ହେବ। ଯଦି କୃଷକଙ୍କ ସ୍ବାର୍ଥ ସମାଧାନ ହୋଇଯିବ, ତେବେ ଏହି ନୂଆ ରାଜନୈତିକ ଦଳ ବିଜେପି ସହିତ ମିଶି ଆଗକୁ ବଢିବେ ଓ ଚାଷୀ ପ୍ରସଙ୍ଗ ନିଷ୍ପ୍ରଭ ହେବା ବିଚିତ୍ର ନୁହେଁ ବୋଲି କୁହାଯାଉଛି।

ଚାରି ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ସହିତ ରହି ଆସିଥିବା ତଥା ପଞ୍ଜାବର ଏହି ବରିଷ୍ଠ ଜନନେତା ୭୯ ବର୍ଷ ବୟସରେ ବି ରାଜନୀତିରେ ସକ୍ରିୟ ଅଛନ୍ତି। ଗତ ସେପ୍ଟେମ୍ବରରେ କଂଗ୍ରେସ ଦ୍ବାରା ଅପମାନିତ ହୋଇ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ଭାବେ ନବଜ୍ୟୋତ ସିଂ ସିଦ୍ଧୁ ଓ ଦଳର ଗୋଟିଏ ଗୋଷ୍ଠୀ ବିଧାୟକଙ୍କ ସହିତ ତାଙ୍କର ତିକ୍ତତାର ପରିଣାମରେ ସେ ଦଳ ବି ଛାଡିଛନ୍ତି। ହେଲେ ଏହା ପରେ ସେ ଯେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ, ସେବେ ଚାରିଆଡେ ଚର୍ଚ୍ଚା ହୋଇଥିଲା ଯେ ଅମରିନ୍ଦର ବିଜେପିରେ ଯୋଗଦାନ କରିବେ। ଏପରିକି କ୍ୟାପଟେନ କେନ୍ଦ୍ରରେ କୃଷି ମନ୍ତ୍ରୀ ହୋଇପାରନ୍ତି ବୋଲି ବି ଆଲୋଚନା ଜୋର ଧରିଥିଲା। କିନ୍ତୁ ସମସ୍ତଙ୍କୁ ଚକିତ କରି ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ବରଂ କହିଥିଲେ ଯେ ଦୀର୍ଘ ଦିନ ଧରି ଚାଷୀ ଜାରି ରଖିଥିବା ଆନ୍ଦୋଳନ ଓ କେନ୍ଦ୍ର ସରକାରଙ୍କ ଚାଷ ଆଇନ ସଂପର୍କରେ ସେମାନଙ୍କର ଆଲୋଚନା ହୋଇଛି। ଏହି ଆଇନ ରଦ୍ଦ ହେବା ସହିତ ଏମଏସପି ଗ୍ୟାରେଣ୍ଟି ପ୍ରସଙ୍ଗର ତୁରନ୍ତ ସମାଧାନ ପାଇଁ ସେ ଶ୍ରୀ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ।

ସେବେ ଅନୁମାନ କରାଯାଉଥିଲା ଯେ ଉଭୟଙ୍କ ଏହି ଆଲୋଚନା ଦୀର୍ଘମିଆଦୀ ରାଜନୀତିର ଏକ ଅଂଶ ହେବାକୁ ଯାଉଛି। ଯଦି ଅମରିନ୍ଦରଙ୍କୁ ଧରି ବିଜେପି ଚାଷୀଙ୍କୁ ମନାଇବାରେ ସଫଳ ହେଲା, ତେବେ ଉଭୟ ପଞ୍ଜାବ ଓ ଉତ୍ତରପ୍ରଦେଶରେ କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିପାରେ। ଏମିତିରେ ବି ପଞ୍ଜାବରେ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ବିବାଦ ଥମିନି ଏବଂ ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବେ ଦଳର ସମ୍ମାନ ରକ୍ଷା ପାଇଁ କସରତ ଚଳାଇଛନ୍ତି।

The post ବିଜେପି ପାଇଁ ଅମରିନ୍ଦର ସଂଜୀବନୀ; କେମିତି ଜାଣନ୍ତୁ appeared first on Reporters News Agency.

]]>
https://reportersnewsagency.com/2021/10/19/punjab-and-up-politics-will-take-u-turn/feed/ 0
ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି… https://reportersnewsagency.com/2021/10/17/man-so-scared-of-being-buried/?utm_source=rss&utm_medium=rss&utm_campaign=man-so-scared-of-being-buried https://reportersnewsagency.com/2021/10/17/man-so-scared-of-being-buried/#respond Sun, 17 Oct 2021 03:53:29 +0000 https://reportersnewsagency.com/?p=10653

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା ବନାଯାଇଥିଲା। ଏପରି ଏଥିପାଇଁ ହୋଇଥିଲା କାରଣ ସେ ଏକ ରୋଗରେ ପୀଡିତ ଥିଲେ। ଏବଂ ସେ ଭାବିଥିଲେ ତାଙ୍କୁ ଦିନେ ଜିଅନ୍ତା ପୋତାଯିବ। ଇଂଲଣ୍ଡରେ କ୍ଲାର୍କ […]

The post ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି… appeared first on Reporters News Agency.

]]>

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା ବନାଯାଇଥିଲା। ଏପରି ଏଥିପାଇଁ ହୋଇଥିଲା କାରଣ ସେ ଏକ ରୋଗରେ ପୀଡିତ ଥିଲେ। ଏବଂ ସେ ଭାବିଥିଲେ ତାଙ୍କୁ ଦିନେ ଜିଅନ୍ତା ପୋତାଯିବ।

ଇଂଲଣ୍ଡରେ କ୍ଲାର୍କ ସ୍ମିଥ ଟେପେଫୋବିଆ ନାମକ ଏକ ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ତାଙ୍କୁ ଜିଅନ୍ତା ପୋତାଦିଆଯିବା ନେଇ ଡର ଥିଲା।ଏବେ ତାଙ୍କ କବର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ସେଠାକୁ ଯାଉଥିବା ପର୍ଯ୍ୟଟକ କବରକୁ ଦେଖିବା ସହ ସେଠାରେ କିଛି ଖୁଚୁରା ପଇସା ପକାଇକି ଆସିଥାନ୍ତି।

ନ୍ୟୁ ହେଭେନରେ ଥିବା ଏଭରଗ୍ରିନ ଶ୍ମଶାନ ଆସୋସିଏସନର ସଭାପତି ରୋଜର ବୋଇସ କହିଛନ୍ତି ଯେ, ସ୍ମିଥଙ୍କୁ ତଳେ ପୋତାହେବାର ଦେଖିବାର ବହୁ ବର୍ଷ ବିତିଗଲାଣି। ମୋତେ ଜଣାଅଛି ଯେ ତାଙ୍କୁ ଏଠାରେ ପୋତା ଯାଇଛି ଏବଂ ସେଠାରେ ଏକ ଗ୍ଲାସ ପ୍ଲେଟ ଅଛି। ବୋଇସ କହିଛନ୍ତି, ଛୋଟ ପାହାଡ଼ ଭିତରେ ନିର୍ମିତ କବରରେ ଏକ ପାହାଚ ମଧ୍ୟ ଅଛି। ସେ କହିଛନ୍ତି ଯେ, ଡାକ୍ତରଙ୍କ ଶରୀର ସହିତ କିଛି ଅସ୍ତ୍ରକୁ ମଧ୍ୟ ପୋତିଦିଆଯାଇଛି। ଏବଂ ଏହା ପଛରେ ଥିବା ତର୍କ ହେଉଛି ଯେ, ଯଦି ସେ ତଳେ ଉଠିପଡିଲେ ବାହାରକୁ ଆସିବାକୁ ଏହା ତାଙ୍କୁ ସହଯୋଗ ଦେବ।

ତାଙ୍କ କବର ଉପରେ ଥିବା ଗ୍ଲାସ ୱିଣ୍ଡୋରୁ କେବେଳ କିଛି ଇଞ୍ଚ ତଳକୁ ଦେଖାଯାଇଥାଏ। ବହୁତ ପର୍ଯ୍ୟଟକ ନ୍ୟୁ ଇଂଲଣ୍ଡର ଏହି ଅଭୁତ କବରକୁ ଦେଖିବାକୁ ବେଶ ଉତ୍ସାହିତ ଥାନ୍ତି।

The post ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି… appeared first on Reporters News Agency.

]]>
https://reportersnewsagency.com/2021/10/17/man-so-scared-of-being-buried/feed/ 0
ସେପ୍ଟେମ୍ବରରେ ନେତା ବାଛିବ କଂଗ୍ରେସ https://reportersnewsagency.com/2021/10/16/congress-working-committee-meeting/?utm_source=rss&utm_medium=rss&utm_campaign=congress-working-committee-meeting https://reportersnewsagency.com/2021/10/16/congress-working-committee-meeting/#respond Sat, 16 Oct 2021 13:03:12 +0000 https://reportersnewsagency.com/?p=10638

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ନିର୍ବାଚନ ପ୍ରକ୍ରିୟାରେ ସଭାପତି ଚୟନ ନେଇ ନିଷ୍ପତ୍ତି ଜି-୨୩ ନେତାଙ୍କ ନାମ ନନେଇ ଗର୍ଜିଲେ ସୋନିଆ, କହିଲେ ମୁଁ ପୂର୍ଣ୍ଣକାଳୀନ ସଭାପତି ଅଛି ପୁଣି ଥରେ ରାହୁଲଙ୍କ କାନ୍ଧରେ ଦଳର ନେତୃତ୍ବ ଭାର ଦେବା ଲାଗି ବରିଷ୍ଠଙ୍କ ଅଭିଯାନ ଆରମ୍ଭ ବ୍ଲକରୁ ପିସିସି ସବୁ ସ୍ତରରେ ଗଣତାନ୍ତ୍ରିକ ଉପାୟରେ ନେତାଚୟନ ଉପରେ ହେଲା ନିଷ୍ପତ୍ତି ନୂଆଦିଲ୍ଲୀ: ଶେଷରେ କଂଗ୍ରେସ ଘର ସଜଡିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସ ଅଧ୍ୟକ୍ଷତା ସୋନିଆ ଗାନ୍ଧୀଙ୍କ […]

The post ସେପ୍ଟେମ୍ବରରେ ନେତା ବାଛିବ କଂଗ୍ରେସ appeared first on Reporters News Agency.

]]>
  • କଂଗ୍ରେସ କାର୍ଯ୍ୟକାରୀ କମିଟିରେ ନିର୍ବାଚନ ପ୍ରକ୍ରିୟାରେ ସଭାପତି ଚୟନ ନେଇ ନିଷ୍ପତ୍ତି
  • ଜି-୨୩ ନେତାଙ୍କ ନାମ ନନେଇ ଗର୍ଜିଲେ ସୋନିଆ, କହିଲେ ମୁଁ ପୂର୍ଣ୍ଣକାଳୀନ ସଭାପତି ଅଛି
  • ପୁଣି ଥରେ ରାହୁଲଙ୍କ କାନ୍ଧରେ ଦଳର ନେତୃତ୍ବ ଭାର ଦେବା ଲାଗି ବରିଷ୍ଠଙ୍କ ଅଭିଯାନ ଆରମ୍ଭ
  • ବ୍ଲକରୁ ପିସିସି ସବୁ ସ୍ତରରେ ଗଣତାନ୍ତ୍ରିକ ଉପାୟରେ ନେତାଚୟନ ଉପରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଶେଷରେ କଂଗ୍ରେସ ଘର ସଜଡିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସ ଅଧ୍ୟକ୍ଷତା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଆଜି ନିଷ୍ପତ୍ତି ନେଇଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା କଂଗ୍ରେସ ମୁଖିଆ ପଦବି ଚୟନ ନିର୍ବାଚନ ଭିତ୍ତିରେ କରାଯିବ। ସେ ଯାଏ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଭାବେ କାର୍ଯ୍ୟ କରିବେ। ତେବେ ରାହୁଲ ଗାନ୍ଧୀଙ୍କୁ ସଭାପତି ଭାବେ ନିର୍ବାଚିତ କରିବା ଲାଗି ଦଳ ବରିଷ୍ଠ ନେତାମାନେ ମତ ଦେବା ଆରମ୍ଭ କରିଛନ୍ତି, ସମାନ୍ତରାଳ ଭାବେ ଜି-୨୩ ନେତାମାନଙ୍କୁ ମନାଇବା ଲାଗି ମଧ୍ୟ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।

ଦଳ ପକ୍ଷରୁ କୁହାଯାଇଛି, ୨୦୨୨ ଅଗଷ୍ଟ-ସେପ୍ଟେମ୍ବରରେ କଂଗ୍ରେସ ଜଣ ପୂର୍ଣ୍ଣକାଳୀନ କଂଗ୍ରେସ ସଭାପତି ପାଇବ। ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ସଭାପତି ପଦ ପାଇଁ ନିର୍ବାଚନ ହୋଇପାରେ। ବ୍ଲକ, ପିସିସିସ୍ତରରେ ନିର୍ବାଚନ ଯଥାକ୍ରମେ ଏପ୍ରିଲ ୧୬ରୁ ମେ’ ୨୧ ତାରିଖ ଏବଂ ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି।

୨୦୧୯ରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରଠାରୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଥିବା ସୋନିଆ ଗାନ୍ଧୀ କାର୍ଯ୍ୟ କରୁଛନ୍ତି। ସଦସ୍ୟତା ଗ୍ରହଣ ଅଭିଯାନ ଏବଂ ଆଭ୍ୟନ୍ତରୀଣ ମତଦାନ ଶେଷ ନହେବା ପର୍ଯ୍ୟନ୍ତ ସେ ସେହି ପଦବିରେ ରହିବେ।

କଂଗ୍ରେସ ଆଭ୍ୟନ୍ତରୀଣ ମତଦାନ ତାରିଖ ଘୋଷଣା କରାଯିବାର କିଛି ମିନିଟ୍ ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଯେ କଂଗ୍ରେସର ତିନିଜଣ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ସମେତ ବରିଷ୍ଠ ନେତାଙ୍କ ନିବେଦନ ପରେ ସେ ଦଳର ସଭାପତି ପଦ ପାଇଁ ଫେରିବା କଥା ଚିନ୍ତା କରୁଛନ୍ତି।

ଗୋଟିଏ ମହଲରେ ଚର୍ଚ୍ଚା ଚାଲିଥିଲା ଯେ ଯେହେତୁ ଆସନ୍ତାବର୍ଷ ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ଗୋଆ ଓ ଅନ୍ୟାନ୍ୟ ରାଜ୍ୟରେ ନିର୍ବାଚନ ହେବ, ଏଣୁ ଦଳ ସ୍ବଳ୍ପ ମିଆଦୀ ମତଦାନ ପ୍ରକ୍ରିୟାରେ ସଭାପତି ଚୟନ କରିବ। ଅନ୍ୟଥା ଜଣକୁ ଅନ୍ତରୀଣ ସଭାପତି ଭାବେ ଚୟନ କରି ଏହି ନିର୍ବାଚନ କସରତ କରିପାରେ। ହେଲେ ସେମିତି କିଛି ହେଲାନାହିଁ। ବରଂ କଂଗ୍ରେସ କାର୍ଯ୍ୟକାରୀ କମିଟି ଆଲୋଚନା କରିଛି ଜଣେ ତୃଣମୂଳସ୍ତରରୁ ନିର୍ବାଚନ ଭିତ୍ତିରେ ଦଳ ଏକ ପୂର୍ଣ୍ଣକାଳୀନ ସଭାପତି ଚୟନ କରିବା ଜରୁରୀ। ତେବେ ଏହା ଅଗଷ୍ଟ-ସେପ୍ଟେମ୍ବରରେ ହେବାକଥା କୁହାଯାଇଥିଲେ ହେଁ, ସଭାପତି ଚୟନ ବେଳକୁ ଡିସେମ୍ବର ୨୦୨୨ ହୋଇଯାଇପାରେ ବୋଲି କୁହାଯାଉଛି। ଜି-୨୩ ନେତାମାନେ ସାଂଗଠନିକ ପୁନର୍ବିନ୍ୟାସ ଉପରେ ଜୋର ଦେଇ ଆସୁଥିଲେ।

ଶ୍ରୀମତୀ ଗାନ୍ଧୀ ସ୍ବୀକାର କରିଛନ୍ତି ଯେ ସମଗ୍ର ସଂଗଠନ ପୁନର୍ବିନ୍ଯାସ ଦରକାର। କିନ୍ତୁ ଏଥିପାଇଁ ଏକତା ଆବଶ୍ୟକ ଏବଂ ଦଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଉଚିତ୍। ସର୍ବୋପରି, ଏହା ଆତ୍ମ ନିୟନ୍ତ୍ରଣ ଏବଂ ଅନୁଶାସନ ଆବଶ୍ୟକ କରେ। ଆଭ୍ୟନ୍ତରୀଣ ନିର୍ବାଚନ ହୋଇଥିବାରୁ ସିଡବ୍ଲ୍ୟୁଡିସି ମୋତେ ଏହି କ୍ଷମତାକୁ ଫେରିବାକୁ କହିବା ପରଠାରୁ ମୁଁ ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ସଭାପତି ଥିଲି। ମହାମାରୀ ପୂର୍ବରୁ ଏହି ସମୟସୀମା ଜୁନ୍ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା।

ସେ ଆହୁରି କହିଥିଲେ, “ଆମର ପ୍ରସ୍ତୁତି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି। ନିଃସନ୍ଦେହରେ ଆମେ କହିପାରିବା ଯେ ଏବେ ଆମେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛୁ। କିନ୍ତୁ ଯଦି ଆମେ ଏକଜୁଟ ହୋଇ ଶୃଙ୍ଖଳିତ ହୋଇ ଦଳର ସ୍ୱାର୍ଥ ଉପରେ ଧ୍ୟାନ ଦେବୁ, ତେବେ ମୁଁ ନିଶ୍ଚିତ ଯେ ଆମେ ଭଲ କରିବୁ।”

ଏହି ଅବସରରେ କାହା ନାମ ନ ନେଇ ଏକଥା ବି ଚେତାଇ ଦେଇଥିଲେ ଯେ ଏବେ ସେ ଦଳର ପୂର୍ଣ୍ଣକାଳୀନ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଏ ନେଇ କାହାର ଦ୍ବନ୍ଦ୍ବ ରହିବା ଉଚିତ୍ ନୁହେଁ। ଆଜିର ବୈଠକରେ ଜି-୨୩ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ଆଜି ଶ୍ରୀମତୀ ଗାନ୍ଧୀ, ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଏବଂ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ପୂର୍ବତନ ସଦସ୍ୟ ମନ୍ତ୍ରୀ ପି ଚିଦାମ୍ବରମ୍ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ (ଭୂପେଶ ବାଗେଲ) ଏବଂ ପଞ୍ଜାବ (ଚରଣଜିତ୍ ଚନ୍ନି) ଙ୍କ ସମେତ ୫୭ ଜଣ ସଦସ୍ୟ ଆଲୋଚନାରେ ଭାଗ ନେଇଥିଲେ।

The post ସେପ୍ଟେମ୍ବରରେ ନେତା ବାଛିବ କଂଗ୍ରେସ appeared first on Reporters News Agency.

]]>
https://reportersnewsagency.com/2021/10/16/congress-working-committee-meeting/feed/ 0
ଶାହାଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନରେ ଚିହିଁକି ଉଠିଲା ପାକିସ୍ତାନ.. https://reportersnewsagency.com/2021/10/16/shah-on-surgical-strike/?utm_source=rss&utm_medium=rss&utm_campaign=shah-on-surgical-strike https://reportersnewsagency.com/2021/10/16/shah-on-surgical-strike/#respond Sat, 16 Oct 2021 03:58:15 +0000 https://reportersnewsagency.com/?p=10628

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଥିବା ବୟାନ ଉପରେ ଚିହିଁକି ଉଠିଲା ପାକିସ୍ତାନ। ଗୋଆରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଅମିତ ଶାହା କହିଥିଲେ ଯେ, ଭାରତୀୟ ସୀମାରେ ବିଶୃଙ୍ଖଳା କଲେ ଆଉ ବରଦାସ୍ତ କରାଯିବନାହିଁ। ଭବିଷ୍ୟତରେ ଦରକାର ପଡିଲେ ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ କରିବ। ଅମିତ ଶାହାଙ୍କ ଏହି ବୟାନ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ସର୍ଜିକାଲ ଷ୍ଟ୍ରାଇକ ବିବୃତିକୁ ବିଭ୍ରାନ୍ତିକର ବୋଲି କହିଛି। […]

The post ଶାହାଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନରେ ଚିହିଁକି ଉଠିଲା ପାକିସ୍ତାନ.. appeared first on Reporters News Agency.

]]>

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଥିବା ବୟାନ ଉପରେ ଚିହିଁକି ଉଠିଲା ପାକିସ୍ତାନ। ଗୋଆରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଅମିତ ଶାହା କହିଥିଲେ ଯେ, ଭାରତୀୟ ସୀମାରେ ବିଶୃଙ୍ଖଳା କଲେ ଆଉ ବରଦାସ୍ତ କରାଯିବନାହିଁ। ଭବିଷ୍ୟତରେ ଦରକାର ପଡିଲେ ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ କରିବ।

ଅମିତ ଶାହାଙ୍କ ଏହି ବୟାନ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ସର୍ଜିକାଲ ଷ୍ଟ୍ରାଇକ ବିବୃତିକୁ ବିଭ୍ରାନ୍ତିକର ବୋଲି କହିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ ହେବା ନେଇ ଭାରତର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଧମକକୁ କଡା ଭାବେ ନିନ୍ଦା କରୁଛୁ। ଭାରତୀୟ ଗୃହମନ୍ତ୍ରୀଙ୍କ ବିବୃତି ବିଜେପି- ଆରଏସଏସରର ବିପଦପୂର୍ଣ୍ଣ ଧାରା ପ୍ରକାଶ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ଆଞ୍ଚଳିକ ଉତ୍ତେଜନା ସୃଷ୍ଟି କରିବା। ପାକିସ୍ତାନ ସହିତ ଶତ୍ରୁତା ନେଇ ଏହି ବୟାନ ସେମାନଙ୍କୁ ବିଚାରାଧାରା ସ୍ତରରେ ଏବଂ ରାଜନୈତିକ ସ୍ତରରେ ବହୁତ ଲାଭ ଦେଇଥାଏ।

ଏହି ବିବୃତିରେ ଆହୁରି ଲେଖାଯାଇଛି ଯେ, ଏପରି ବୟାନ ଭାରତରେ ବଢୁଥିବା ଆତଙ୍କବାଦ ଓ ଜମ୍ମୁ କାଶ୍ମୀରର ମାନବିକ ଅଧିକାର ଉଂଲଘନରୁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ହଟାଇବାକୁ କାମ କରେ। ଭାରତର ଏହି ବିପଦଜନକ ଯୋଜନା ପ୍ରତି ଆନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ଆକର୍ଷଣ କରିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା କରୁଛି। କାରଣ ଏହା ମାଧ୍ୟମରେ ପାକିସ୍ତାନ ଓ କାଶ୍ମୀରବାସୀଙ୍କୁ ଫସେଇବା ପାଇଁ ସବୁବେଳେ ପ୍ରୟାସ କରାଯାଏ।

ଏହା ମଧ୍ୟ କୁହାଯାଇଛି ଯେ, ୨୦୧୯ରେ ଭାରତର ବାଲାକୋଟ ଦୁଃସାହାସକୁ ନେଇ ପାକିସ୍ତାନ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଭାରତର ଆକ୍ରମଣର ଜବାବ ଦେବାକୁ ପାକିସ୍ତାନର ସୈନ୍ୟବାହିନୀ ପ୍ରସ୍ତୁତ। ଏବଂ କୌଣସି ସାମର୍ଥ୍ୟର ଅଭାବ ବି ନାହିଁ।

ଶୁକ୍ରବାର ଅମିତ ଶାହା ଗୋଆ ଗସ୍ତରେ ଯାଇଥିଲେ। ଗୋଆରେ ସମ୍ବୋଧନ ସମୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ମନେ ପକାଇଥିଲେ ଶାହା। କହିଥିଲେ, ଜମ୍ମୁ କାଶ୍ମୀରର ପୁଞ୍ଝ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ପରେ ପ୍ରଥମ ଥର ସର୍ଜିକାଲ ଷ୍ଟ୍ରାଇକ କରିବାର ଶ୍ରେୟ ମନୋହର ପାରିକରଙ୍କୁ ଯାଉଛି। ଶାହା କହିଥିଲେ ଯେ , ପୂର୍ବରୁ କେବଳ କଥାବାର୍ତ୍ତାରେ କାର୍ଯ୍ୟାନୁଷ୍ଠାନ ସୀମିତ ଥିଲା। ଏବେ କଥାରେ ନୁହେଁ, କାମରେ ଜବାବ ଦେବାର ସମୟ ଆସିଛି।

ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ପୁରା ବିଶ୍ୱକୁ ଆମେ ଜଣାଇଦେଇଛୁ ଯେ, ଭାରତ ଆଉ ଆତଙ୍କୀଙ୍କ ଦୁଃସାହାସକୁ ବରଦାସ୍ତ କରିବନି । ୨୦୧୬ରେ ଆମ ଯବାନ ଶତ୍ରୁ ଘରେ ପଶି ଆକ୍ରମଣ କରିଥିଲେ, ଏବଂ ବଦଲା ନେଇଥିଲେ। ଆଗକୁ ମଧ୍ୟ ସମାନ ଘଟଣା ଘଟିବ ଘଟିବ ଯେଉଁ ଭାଷାରେ ଆତଙ୍କବାଦୀ ବୁଝିବେ ତାଙ୍କୁ ସେହି ଭାଷାରେ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ଶାହା।

The post ଶାହାଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନରେ ଚିହିଁକି ଉଠିଲା ପାକିସ୍ତାନ.. appeared first on Reporters News Agency.

]]>
https://reportersnewsagency.com/2021/10/16/shah-on-surgical-strike/feed/ 0
ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର https://reportersnewsagency.com/2021/10/16/sidhu-issue-settled/?utm_source=rss&utm_medium=rss&utm_campaign=sidhu-issue-settled https://reportersnewsagency.com/2021/10/16/sidhu-issue-settled/#respond Sat, 16 Oct 2021 03:47:07 +0000 https://reportersnewsagency.com/?p=10624

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ ବଦଳାଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ନବଜ୍ୟୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କହିଥିଲେ ଯେ, ସେ ନିଜର ସମସ୍ତ ସମସ୍ୟା ରାହୁଲ […]

The post ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର appeared first on Reporters News Agency.

]]>

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ ବଦଳାଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି।

ନବଜ୍ୟୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କହିଥିଲେ ଯେ, ସେ ନିଜର ସମସ୍ତ ସମସ୍ୟା ରାହୁଲ ଗାନ୍ଧିଙ୍କ ସହ ବାଣ୍ଟିଛନ୍ତି ଏବଂ ସବୁ ସମସ୍ୟାର
ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ କହିଛନ୍ତି ଯେ, ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାମ କରିବେ ବୋଲି ସିଦ୍ଧୁ ରାହୁଲ ଗାନ୍ଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ହରିଶ ରାୱତ କହିଛନ୍ତି ଯେ, ନବଜ୍ୟୋତ ସିଂ ସିଦ୍ଧୁ କହିଛନ୍ତି ଯେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା
ଗାନ୍ଧୀ ଯାହା କହିବେ ତାଙ୍କ କଥା ପାଳନ କରିବେ ଏବଂ ଦଳ ପାଇଁ କାମ କରିବେ।

ସେପ୍ଟେମ୍ବର ୨୮ରେ ନବଜ୍ୟୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ମତଭେଦ ଓ ଦଳ ଭିତରେ ବିବାଦ କାରଣରୁ ଇସ୍ତଫା ଦେଇଥିଲେ।ତେବେ ଦଳର ନେତୃତ୍ୱ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିଲେ। ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଭେଟିବାକୁ ତାଙ୍କୁ କୁହାଯାଇଥିଲା।

ସିଦ୍ଧୁ ଗୁରୁବାର ଏଆଇସିସି ମହାସଚିବ କେସି ବେଣୁଗୋପଳ ଓ ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କୁ ସାକ୍ଷାତ କରିଥିଲେ। ଗୁରୁବାର ହୋଇଥିବା ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁ କହିଥିଲେ ଯେ, ସେ ପଞ୍ଜାବ ଓ ପଞ୍ଜାବ କଂଗ୍ରେସ ନେଇ ତାଙ୍କର ଚିନ୍ତାଧାରାକୁ ଦଳର ହାଇକମାଣ୍ଡଙ୍କ ସମ୍ମୁଖରେ ରଖିଛନ୍ତି।ଏବଂ ତାଙ୍କୁ
ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ସେ ପଞ୍ଜାବ କଂଗ୍ରେସ ପାଇଁ ଯାହା ନିଷ୍ପତ୍ତି ନେବେ ତାହା ଭଲ ହେବ।

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧ ସତ୍ୱେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ହାଇକମାଣ୍ଡ। ଏହା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଚରଣଜିତ ସିଂ ଚନ୍ନି।

The post ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର appeared first on Reporters News Agency.

]]>
https://reportersnewsagency.com/2021/10/16/sidhu-issue-settled/feed/ 0
ଥମୁନି ତୈଳଦର..ପୁଣି ବଢିଲା https://reportersnewsagency.com/2021/10/15/oil-price-hike-4/?utm_source=rss&utm_medium=rss&utm_campaign=oil-price-hike-4 https://reportersnewsagency.com/2021/10/15/oil-price-hike-4/#respond Fri, 15 Oct 2021 03:41:31 +0000 https://reportersnewsagency.com/?p=10610

ଭୁବନେଶ୍ବର: ପୁଣି ତେଲରେ ନିଆଁ। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି ତୈଳ କମ୍ପାନି। କେବଳ ଅକ୍ଟୋବର ମାସରେ ହିଁ ପେଟ୍ରୋଲ ୩ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ଡିଜେଲ ମଧ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ତୈଳ ଦର ସ୍ଥିର ରହିବା ପରେ ପୁଣି ଦୁଇ ଦିନ ହେବ ଲଗାତର ତୈଳ […]

The post ଥମୁନି ତୈଳଦର..ପୁଣି ବଢିଲା appeared first on Reporters News Agency.

]]>

ଭୁବନେଶ୍ବର: ପୁଣି ତେଲରେ ନିଆଁ। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି ତୈଳ କମ୍ପାନି। କେବଳ ଅକ୍ଟୋବର ମାସରେ ହିଁ ପେଟ୍ରୋଲ ୩ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ଡିଜେଲ ମଧ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ତୈଳ ଦର ସ୍ଥିର ରହିବା ପରେ ପୁଣି ଦୁଇ ଦିନ ହେବ ଲଗାତର ତୈଳ ଦର ବୃଦ୍ଧି ପାଉଛି।


ପାର୍ବଣ ଋତୁ ଚାଲିଥିଲେ ମଧ୍ୟ ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନି। ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ହନ୍ତସନ୍ତ ସାଧାରଣ ଲୋକ। ପେଟ୍ରୋଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଲୋକଙ୍କ ପକେଟ ସ୍ଥିତି ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ରହିଛି ୮୪ ଡଲାର। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ବଢି ଚାଲିଛି। ଫଳରେ ଦେଶରେ ଆଗକୁ ମଧ୍ୟ ଆହୁରି ତୈଳ ଦର ବୃଦ୍ଧି ପାଇପାରେ। ଦେଶରେ ସବୁଦିନ ସକାଳ ୬ଟାରେ ୩ଟି ତେଲ କମ୍ପାନି ଆଇଓସିଏଲ, ବିପିସିଏଲ,ଏଚପିସିଏଲ ପକ୍ଷରୁ ପେଟ୍ରୋଲ ଓ ଡିଜେଲର ନୂଆ ଦର ଲାଗୁ କରାଯାଇଥାଏ। ଏହି ୱେବସାଇଟ ମାଧ୍ୟରେ ଗ୍ରାହକ ନୂଆ ଦର ଜାଣିପାରିବେ। ଏହା ସହ ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ନୂଆ ଦର ଜାଣି ହେବ।

The post ଥମୁନି ତୈଳଦର..ପୁଣି ବଢିଲା appeared first on Reporters News Agency.

]]>
https://reportersnewsagency.com/2021/10/15/oil-price-hike-4/feed/ 0
କିଏ ହେବେ ପରବର୍ତ୍ତୀ ପୁଲିସ ଡିଜି? https://reportersnewsagency.com/2021/10/14/who-ll-be-the-next-police-dg/?utm_source=rss&utm_medium=rss&utm_campaign=who-ll-be-the-next-police-dg https://reportersnewsagency.com/2021/10/14/who-ll-be-the-next-police-dg/#respond Thu, 14 Oct 2021 02:29:52 +0000 https://reportersnewsagency.com/?p=10543

ବରିଷ୍ଠ ତିନିଜଣଙ୍କ ଭିତରେ ଆସିବେ ପ୍ରଦୀପ କାପୁର, ବିଜୟ ଶର୍ମା ଓ ସୁନୀଲ ବଂଶଲ ବିଜୟ ଶର୍ମାଙ୍କ କ୍ଷେତ୍ରରେ ସରକାରଙ୍କ ଭୂମିକା କଣ ହେବ ତାହା ଉପରେ ନଜର ଶର୍ମା ଯଦି ତାଲିକାରୁ ବାଦ୍ ପଡିଲେ,ଦୌଡରେ ସାମିଲ ହୋଇପାରନ୍ତି ମନୋଜ ଛାବ୍ରା ସନ୍ତୋଷ ଉପାଧ୍ୟାୟଙ୍କୁ ଡିଜି କରିବାକୁ ହେଲେ ଜଣେ ନେବେ ଆଗୁଆ ଅବସର ୩୦ବର୍ଷ ଆଇପିଏସ୍ ଥିବା ସବୁ ଅଫିସରଙ୍କ ନାମ ତାଲିକା କେନ୍ଦ୍ରକୁ ଦେବେ ସରକାର ଡିଜିଙ୍କ ଅବସରର ୩ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ […]

The post କିଏ ହେବେ ପରବର୍ତ୍ତୀ ପୁଲିସ ଡିଜି? appeared first on Reporters News Agency.

]]>

ବରିଷ୍ଠ ତିନିଜଣଙ୍କ ଭିତରେ ଆସିବେ ପ୍ରଦୀପ କାପୁର, ବିଜୟ ଶର୍ମା ଓ ସୁନୀଲ ବଂଶଲ

ବିଜୟ ଶର୍ମାଙ୍କ କ୍ଷେତ୍ରରେ ସରକାରଙ୍କ ଭୂମିକା କଣ ହେବ ତାହା ଉପରେ ନଜର

ଶର୍ମା ଯଦି ତାଲିକାରୁ ବାଦ୍ ପଡିଲେ,ଦୌଡରେ ସାମିଲ ହୋଇପାରନ୍ତି ମନୋଜ ଛାବ୍ରା

ସନ୍ତୋଷ ଉପାଧ୍ୟାୟଙ୍କୁ ଡିଜି କରିବାକୁ ହେଲେ ଜଣେ ନେବେ ଆଗୁଆ ଅବସର

୩୦ବର୍ଷ ଆଇପିଏସ୍ ଥିବା ସବୁ ଅଫିସରଙ୍କ ନାମ ତାଲିକା କେନ୍ଦ୍ରକୁ ଦେବେ ସରକାର

ଡିଜିଙ୍କ ଅବସରର ୩ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହେବା କଥା, ଏଯାଏ ହୋଇନି

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ପୁଲିସ ମହାନିର୍ଦେଶକ। ପୁଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେଉଥିବା ପରିପ୍ରେକ୍ଷୀରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ କାହାକୁ ନିଯୁକ୍ତି ମିଳିବ, ତାକୁ ନେଇ ରାଜନୈତିକ ମହଲଠାରୁ ଆରମ୍ଭ କରି ପ୍ରଶାସନ, ବିଶେଷକରି ପୁଲିସ ମହଲରେ ଚର୍ଚ୍ଚା ଜମିଲାଣି। ଅକ୍ଟୋବର ଅଧା ହେଲାଣି, ରାଜ୍ୟ ସରକାର ଡିଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରୁନଥିବାରୁ ଉତ୍କଣ୍ଠା ବହୁଗୁଣିତ ହେବାରେ ଲାଗିଛି। ସମସ୍ତେ ନିଜ ନିଜ ଅନ୍ଦାଜରେ ଆକଳନ ଚଳାଇଛନ୍ତି।

ଏକଥା ସତ୍ୟ ଯେ ପରବର୍ତ୍ତୀ ପୁଲିସ ମହାନିର୍ଦେଶକ ଯିଏ ବି ହୁଅନ୍ତୁ ନା କାହିଁକି, ତାଙ୍କର ଭୂମିକା ଶାସକ ଦଳର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣରେ ପ୍ରମୁଖ ଭୂମିକା ରହିବ। କାରଣ ତାଙ୍କ ସମୟରେ ପଞ୍ଚାୟତ ନିର୍ବାଚନ ହେବ, ପୌର ନିର୍ବାଚନ ବି। ଯଦି ଆଗୁଆ ଲୋକସଭା ନିର୍ବାଚନ ହୁଏ, ସେ ଦାୟିତ୍ବ ବି ତୁଲାଇବେ। କେବଳ ସେତିକି ନୁହେଁ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପରବର୍ତ୍ତୀ ନିର୍ବାଚନ ଅନେକାଂଶରେ ନିର୍ଭର କରିବ। ସଂପ୍ରତି ରାଜ୍ୟ ରାଜନୀତିରେ କଂଗ୍ରେସ ପଛକୁ ଠେଲି ହୋଇଯିବା ଓ ଆସନ୍ତା ଦିନରେ ସବୁ ନିର୍ବାଚନରେ ବିଜେଡି-ବିଜେଡି ପ୍ରତ୍ୟକ୍ଷ ଲଢ଼େଇ ହେବାକୁ ଯାଉଥିବା କାରଣରୁ ରାଜ୍ୟ ସରକାରଙ୍କ ପାଇଁ ପୁଲିସ ମୁଖିଆ ନିଯୁକ୍ତି ଯେତିକି ମହତ୍ତ୍ବ ରଖୁଛି, ଓଡ଼ିଶାର ବିରୋଧୀ ଦଳ ତଥା ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପାଇଁ ଏହା ସେତିକି ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି।

କେନ୍ଦ୍ର ସରକାର ଡିଜି ନିଯୁକ୍ତି ନିୟମ ପରିବର୍ତ୍ତନ କରିବା ପରେ ଅଭୟ ଥିଲେ ପ୍ରଥମ ପୁଲିସ ମହାନିର୍ଦେଶକ। ୧୯୮୬ ବ୍ୟାଚର ଏହି ଅଫିସର ଗତ ଜୁନ୍ ୩୦ ତାରିଖରେ ଅବସର ନେଉଥିଲେ ହେଁ, ନିୟମ ଅନୁସାରେ, ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାର ନୂଆ ଡିଜି ନିଯୁକ୍ତି ଦେବାକୁ ବାଧ୍ୟ ଓ ସେ ୨୦୨୨ ପ୍ରଥମ ଦିନରୁ ରାଜ୍ୟ ପୁଲିସର ନେତୃତ୍ବ ନେବେ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ଡିଜି ଅବସର ନେବାର ୩ମାସ ପୂର୍ବରୁ ରାଜ୍ୟ ସରକାର ଏ ସଂକ୍ରାନ୍ତ ପ୍ରକ୍ରିୟା ଆରମ୍ଭ କରିବେ ଓ ଯୋଗ୍ୟ ପୁଲିସ ଅଫିସରମାନଙ୍କର ତାଲିକା କେନ୍ଦ୍ରକୁ ପଠାଇବେ। ଯେଉଁ ଆଇପିଏସ୍ ଅଫିସରମାନଙ୍କର ଚାକିରି ୩୦ବର୍ଷ ହୋଇଥିବ, ସେମାନଙ୍କ ନାମ ତାଲିକା ରାଜ୍ୟ ସରକାର ପଠାଇବାକୁ ପଡିବ। ତେବେ ଅବସର ସମୟ ବେଳକୁ ସଂପୃକ୍ତ ଆଇପିଏସଙ୍କ ଚାକିରି ଅନ୍ତତଃ ୬ମାସ ଥିବ। ଏହି ତାଲିକା କେନ୍ଦ୍ର ୟୁପିଏସସିଙ୍କୁ ପ୍ରଦାନ କରିବେ। ୟୁପିଏସସି ଏକ ପାଞ୍ଚ ଜଣିଆ କମିଟି ଗଠନ କରିବେ, ଯେଉଁଥିରେ କି ଗୃହ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ୟୁପିଏସସି କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କର ଯେ କୌଣସି ଜଣେ ଡିଜି ଅର୍ଥାତ୍ ତିନି ଜଣ ସଭ୍ୟ ରହିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟଶାସନ ସଚିବ ଏବଂ କାର୍ଯ୍ୟରତ ପୁଲିସ ମହାନିର୍ଦେଶକ ରହିବେ। ଅର୍ଥାତ୍ କେନ୍ଦ୍ରର ନିଷ୍ପତ୍ତି ସବୁବେଳେ ଅଗ୍ରାଧିକାର ପାଇବ। ଯଦି ଡିଜି ଅବସର ନେଇଯାଇଥିବେ ଓ ପରେ ଏହି କମିଟି ବୈଠକ ବସିଲା, ତେବେ ରାଜ୍ୟ ପକ୍ଷରୁ କେବଳ ଜଣେ ମୁଖ୍ୟସଚିବ ଏଥିରେ ପ୍ରତିନିଧିତ୍ବ କରିବେ।

କମିଟି ଯୋଗ୍ୟ, ବରିଷ୍ଠତା ଭିତ୍ତିରେ ତିନିଜଣଙ୍କୁ ଚୟନ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ରାଜ୍ୟ ସରକାର ସଂପୃକ୍ତ ଅଧିକାରୀଙ୍କ ଭିତରୁ ଜଣକୁ ଡିଜି କରିବେ ଓ ସେ ନିଶ୍ଚିତ ଭାବେ ଦୁଇ ବର୍ଷ ଏହି ପଦବିରେ ରହିବେ। ଏପରିିକି ତାଙ୍କର ଚାକିରି ୬୦ବର୍ଷ ହୋଇଥିଲେ ବି ନିଯୁକ୍ତି ପାଇବାର ଦୁଇବର୍ଷ ଯାଏ ସେ ଏହି ଗୁରୁଦାୟିତ୍ବ ସମ୍ଭାଳିବେ।

ମିଳୁଥିବା ସୂଚନା ଅନୁସାରେ, ଯଦିଓ ଡିଜି ଅବସର ନେବାକୁ ଆଉ ତିନିମାସ ବି ନାହିଁ। ରାଜ୍ୟ ସରକାର କିନ୍ତୁ ଏଯାଏ ଅଫିସରମାନଙ୍କ ନାମ ତାଲିକା ପଠାଇନାହାନ୍ତି। ନିୟମ ଅନୁସାରେ, ୧୯୯୧ ବ୍ୟାଚ୍ ପର୍ଯ୍ୟନ୍ତ ଯେତେ ଆଇପିଏସ୍ ଅଫିସର ଅଛନ୍ତି, ସେମାନଙ୍କ ନାମ ତାଲିକା କେନ୍ଦ୍ର ସରକାରଙ୍କୁ ରାଜ୍ୟ ପଠାଇବାକୁ ହେବ। ଏହି ନୂଆ ନିୟମ ଲାଗୁ ହେବା ପରଠାରୁ ଦେଖାଯାଇଛି ଯେ ୟୁପିଏସସି ବିବାଦଠାରୁ ଦୂରରେ ରହିବା ଲାଗି ଦକ୍ଷତା ଓ ବରିଷ୍ଠତା ଭିତରକୁ ବରିଷ୍ଠତା ସପକ୍ଷରେ ଅଧିକ ଗୁରୁତ୍ବ ଦେଇ ଆସିଛନ୍ତି। କାରଣ କିଛି ବାଦ୍ ଦେଲେ ପ୍ରାୟ ସବୁ ଅଫିସରମାନଙ୍କ ଚରିତ୍ର ପଞ୍ଜିକା ବେଶ୍ ଭଲ ଥାଏ।

ଓଡ଼ିଶା କ୍ଷେତ୍ରରେ ବିଚାରକଲେ, ଅଭୟଙ୍କ ପରେ ସେହି ବ୍ୟାଚର ଅନ୍ୟତମ ଆଇପିଏସ୍ ପ୍ରଦୀପ କାପୁରଙ୍କ ନାମ ଶୀର୍ଷରେ ରହିବ। ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଶ୍ରା କାପୁରଙ୍କ ଅବସର ୨୦୨୨ ନଭେମ୍ବର ୩୦ ଯାଏ ରହିଛି। ସେ ପ୍ରଥମ ଦାବିଦାର ରହିବେ। ତାଙ୍କ ପରେ ଅଛନ୍ତି ସେହି ବ୍ୟାଚର ଅନ୍ୟତମ ଅଫିସର ବିଜୟ କୁମାର ଶର୍ମା। ଶ୍ରୀ ଶର୍ମାଙ୍କ ଚାକିରି ୨୦୨୨ ଅକ୍ଟୋବର ୩୧ଯାଏ ରହିଛି। ଶ୍ରୀ ଶର୍ମାଙ୍କ ବିରୋଧରେ ଅଭିଯୋଗ ଆଣି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ତାଙ୍କୁ ପ୍ରିଣ୍ଟିଂ ପ୍ରେସ ନିର୍ଦେଶକ ଭାବେ ନିଯୁକ୍ତି ଦେଇସାରିଲେଣି।

କିଛି ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ଶ୍ରୀ ଶର୍ମାଙ୍କ ନାମ ରାଜ୍ୟ ସରକାର ନିଜ ଆଡୁ କାଟିପାରିବେ ନାହିଁ। ରାଜ୍ୟ ସରକାର ତାଙ୍କ ନାମ କେନ୍ଦ୍ରକୁ ପଠାନ୍ତୁ ବା ନ ପଠାନ୍ତୁ, ୟୁପିଏସସି କିନ୍ତୁ ବିଚାରକୁ ନେବ ହିଁ ନେବ। ଯଦି ସରକାରଙ୍କ ପକ୍ଷରୁ ଅତି ଗୁରୁତ୍ବର କୌଣସି ଅଭିଯୋଗ ଅଣାଯାଇ ଦସ୍ତାବିଜ ଦାଖଲ କରାଯାଏ, ତେବେ ହୁଏତ ଚୟନ କମିଟି ଏସବୁକୁ ଅନୁଧ୍ୟାନ କରି ତାଙ୍କ ନାମ ଚୂଡାନ୍ତ ତାଲିକାରୁ ବାଦ୍ ଦେଇପାରନ୍ତି। ତେବେ ରାଜ୍ୟ ସରକାର ଏ କ୍ଷେତ୍ରରେ କି ଆଭିମୁଖ୍ୟ ରଖିବେ, ସର୍ବୋପରି ୟୁପିଏସସି ଏବଂ ଚୟନ କମିଟିର ଆଭିମୁଖ୍ୟ କଣ ହେବ, ତାହା ଏବେ ଠାରୁ ଠୋସ୍ ଭାବେ କହିବା ମୁସ୍କିଲ୍ ବ୍ୟାପାର।

ଡିଜି ପଦବି ପାଇଁ ତୃତୀୟ ଦାବିଦାର ରହିବେ, ୧୯୮୭ ବ୍ୟାଚ ଆଇପିଏସ୍ ସୁନୀଲ କୁମାର ବଂଶଲ। ଶ୍ରୀ ବଂଶଲ ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ୨୦୨୨ ଜୁନ୍ ୩୦ ତାରିଖରେ ସେ ଅବସର ନେବେ। ଯେହେତୁ ନିୟମ ଅନୁସାରେ, ଅଭୟ ଅବସର ନେବା ବେଳକୁ ତାଙ୍କ ଚାକିରି ୬ମାସ ଥିବ, ଏଣୁ ଯେବେ ବି ଡିଜି ଚୟନ ହେବ, ତାଙ୍କ ନାମ ବିଚାରକୁ ଯିବ ହିଁ ଯିବ। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାରେ ଦୀର୍ଘବର୍ଷର ଅଭିଜ୍ଞତା ରଖିଥିବା ଶ୍ରୀ ବଂଶଲ ମଧ୍ୟ ପୁଲିସ ମହାନିର୍ଦେଶକ ହେବା ପାଇଁ ଆଶାୟୀ ଥିବା ସୂଚନା ମିଳୁଛି। ତାଙ୍କର ରେକର୍ଡ ମଧ୍ୟ ବେଶ୍ ଭଲ।

ଏଇଠାରେ ପ୍ରଶ୍ନ ଉଠୁଛି, ଯଦି ଶ୍ରୀ ଶର୍ମାଙ୍କ ନାମ ବାଦ ପଡେ, ତେବେ ଶ୍ରୀ ବଂଶଲ ଦ୍ବିତୀୟ ସ୍ଥାନରେ ରହିବେ। ଏହି କ୍ଷେତ୍ରରେ ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ ଛାବ୍ରାଙ୍କ ନାମ ତିନି ନମ୍ବର ସ୍ଥାନକୁ ଆସିବ। ଶ୍ରୀ ଛାବ୍ରା ୨୦୨୩ ଅକ୍ଟୋବର ୩୧ ତାରିଖରେ ଅବସର ନେବେ। ଅର୍ଥାତ୍ ଏହି ତିନିଜଣଙ୍କ ନାମ ଭିତରୁ ସରକାରଙ୍କୁ ଜଣକୁ ବାଛିବାକୁ ହେବ। ତେବେ ଏମାନଙ୍କ ମଧ୍ୟରୁ ଯିଏ ବି ଡିଜି ହୁଅନ୍ତୁ, ନୂଆ ନିୟମ ଅନୁସାରେ, ତାଙ୍କର କାର୍ଯ୍ୟକାଳ ବଢାଇବାକୁ ହେବ।

ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ୧୯୮୮ ବ୍ୟାଚ୍ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଭଳି ଅଫିସରଙ୍କୁ ସରକାର ଡିଜି କରିବାକୁ ଚାହିଁପାରନ୍ତି। ଏହା ହିଁ ସମୟର ଆବଶ୍ୟକତା। ଯଦି ଏମିତି ହେବ, ତେବେ ସରକାର ମନୋଜ ଛାବ୍ରାଙ୍କୁ ମନାଇ ଆଗୁଆ ଅବସର ନେବାର ବାଟ ଖୋଲିପାରନ୍ତି। ତାଙ୍କୁ କୌଣସି ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଯାଇପାରେ। ତେବେ ଯାଇ ଶ୍ରୀ ଉପାଧ୍ୟାୟଙ୍କ ରାସ୍ତା ଖୋଲିବ। ଏହାଭିନ୍ନ ଅନ୍ୟକିଛି ବାଟ ନାହିଁ। କାରଣ ଡିଜି ନିଯୁକ୍ତି ଯେତେ ବିଳମ୍ବ କଲେ ବି ଶ୍ରୀ ବଂଶଲଙ୍କୁ ବାଦ୍ ଦିଆଯାଇପାରିବ ନାହିଁ। ଯେହେତୁ ନିୟମରେ ସ୍ପଷ୍ଟ ରହିଛି ଯେ ଡିଜି ନିଯୁକ୍ତି ସମୟ ନୁହେଁ, ବରଂ ଡିଜିଙ୍କ ଅବସର ସମୟକୁ ତାଙ୍କର ୬ମାସ ଚାକିରି ଥିବା ଦରକାର, ଏଣୁ ସେ ତାଲିକାରେ ରହିବେ। ଏଭଳିସ୍ଥିତିରେ ଶ୍ରୀ ଉପାଧ୍ୟାୟଙ୍କୁ ତିନି ବରିଷ୍ଠଙ୍କ ଭିତରେ ସରକାର କିପରି ସାମିଲ କରିବେ ନା ଅନ୍ୟ କୌଣସି ବିକଳ୍ପ ରାସ୍ତା ଦେଖି ଶ୍ରୀ କାପୁରଙ୍କୁ ଲାଭଜନକ ପଦବି ଦେଇ ଦୌଡରୁ ଦୂରେଇବେ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

The post କିଏ ହେବେ ପରବର୍ତ୍ତୀ ପୁଲିସ ଡିଜି? appeared first on Reporters News Agency.

]]>
https://reportersnewsagency.com/2021/10/14/who-ll-be-the-next-police-dg/feed/ 0