କଟକ: ବିଜେପିର ଗୋଷ୍ଠୀ କନ୍ଦଳର ଭୟଙ୍କର ସ୍ବରୂପ ସାମ୍ନାକୁ ଆସିଛି। ରବିବାର କଟକ ସିଏମସି ଟାଉନହଲରେ ଦଳର ସଦସ୍ୟତା ଅଭିଯାନ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିିଲେ। ପରସ୍ପର ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ପୁଲିସ ମହାନିର୍ଦେଶକଙ୍କ ଉପରକୁ ଉତ୍ତ୍ୟକ୍ତ କର୍ମୀ ଚେୟାର ଫିଙ୍ଗିଥିଲେ। ଶେଷରେ ଏହି ବୈଠକ ବାତିଲ ହୋଇଥିଲା। ନିର୍ବାଚନ ସମୟରୁ ସ୍ଥାନୀୟ ବିଜେପିରେ ଗୋଷ୍ଠୀକନ୍ଦଳ ଲାଗି ରହିଛି।
କଟକ ବିଜେପି ନେତା ଲଲାଟେନ୍ଦୁ ବଡୁ ଏହି ବୈଠକ ଡାକିଥିଲେ। ଏଥିରେ ଦଳର ରାଜ୍ୟ ପ୍ରଭାରୀ ବିନୋଦ ଦାଶ, ସଦସ୍ୟତା ଅଭିଯାନର ରାଜ୍ୟ ସହସଂଗଠକ ପ୍ରଭାରୀ ଶାରଦା ପ୍ରସାଦ ଶତପଥୀ, ପ୍ରକାଶ ଚନ୍ଦ୍ର ମିଶ୍ର, ବାରବାଟୀ-କଟକ ପ୍ରାର୍ଥୀ ସମୀର ଦେ, ଚୌଦ୍ବାର-କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, କଟକ ସଦର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିର ଏକ ଗୋଷ୍ଠୀର କର୍ମୀ ହଠାତ୍ ଆସି ପାଟିତୁଣ୍ଡ କରିଥିଲେ। ସାଂସଦ ପ୍ରାର୍ଥୀ ଶ୍ରୀ ମିଶ୍ରଙ୍କୁ ବିରୋଧ କରିଥିଲେ। କିଛି କର୍ମୀ ହଠାତ୍ ତାଙ୍କ ଉପରକୁ ଚେୟାର ଫୋଫାଡ଼ି ଆକ୍ରମଣ କରିଥିଲେ। ଏହାକୁ ବିରୋଧ କରାଯାଇଥିଲା। ଫଳରେ ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲେ। ଶ୍ରୀ ମିଶ୍ରଙ୍କୁ କିଛି କର୍ମୀ କାରରେ ନେଇ ବୈଠକରୁ ପଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ରାଜ୍ୟ ବିଜେପି ରାଜନୀତିରେ କମ୍ପନ ସୃଷ୍ଟି କରାଯାଇଛି। ଏ ପ୍ରସଙ୍ଗ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରେ ବୋଲି ଗୋଟିଏ ଗୋଷ୍ଠୀ କହିଛନ୍ତି। ଦଳ ଏହା ଉପରେ କି ପଦକ୍ଷେପ ନେଉଛି, ସେମାନେ ଲକ୍ଷ୍ୟ ରଖିଛନ୍ତି।
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ