ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କଟକ ବିଜେପି ସଂଗଠନ ଦୁଇଫାଳ

0

କଟକ: ବିଜେପିର ଗୋଷ୍ଠୀ କନ୍ଦଳର ଭୟଙ୍କର ସ୍ବରୂପ ସାମ୍ନାକୁ ଆସିଛି। ରବିବାର କଟକ ସିଏମସି ଟାଉନହଲରେ ଦଳର ସଦସ୍ୟତା ଅଭିଯାନ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିିଲେ। ପରସ୍ପର ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ପୁଲିସ ମହାନିର୍ଦେଶକଙ୍କ ଉପରକୁ ଉତ୍ତ୍ୟକ୍ତ କର୍ମୀ ଚେୟାର ଫିଙ୍ଗିଥିଲେ। ଶେଷରେ ଏହି ବୈଠକ ବାତିଲ ହୋଇଥିଲା। ନିର୍ବାଚନ ସମୟରୁ ସ୍ଥାନୀୟ ବିଜେପିରେ ଗୋଷ୍ଠୀକନ୍ଦଳ ଲାଗି ରହିଛି।
କଟକ ବିଜେପି ନେତା ଲଲାଟେନ୍ଦୁ ବଡୁ ଏହି ବୈଠକ ଡାକିଥିଲେ। ଏଥିରେ ଦଳର ରାଜ୍ୟ ପ୍ରଭାରୀ ବିନୋଦ ଦାଶ, ସଦସ୍ୟତା ଅଭିଯାନର ରାଜ୍ୟ ସହସଂଗଠକ ପ୍ରଭାରୀ ଶାରଦା ପ୍ରସାଦ ଶତପଥୀ, ପ୍ରକାଶ ଚନ୍ଦ୍ର ମିଶ୍ର, ବ‌ାରବାଟୀ-କଟକ ପ୍ରାର୍ଥୀ ସମୀର ଦେ, ଚୌଦ୍ବାର-କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, କଟକ ସଦର ବିଧାନସଭା ପ୍ର‌ାର୍ଥୀ ଦିଲ୍ଲୀପ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିର ଏକ ଗୋଷ୍ଠୀର କର୍ମୀ ହଠାତ୍‌ ଆସି ପାଟିତୁଣ୍ଡ କରିଥିଲେ। ସାଂସଦ ପ୍ରାର୍ଥୀ ଶ୍ରୀ ମିଶ୍ରଙ୍କୁ ବିରୋଧ କରିଥିଲେ। କିଛି କର୍ମୀ ହଠାତ୍‌ ତ‌ାଙ୍କ ଉପରକୁ ଚେୟାର ଫୋଫାଡ଼ି ଆକ୍ରମଣ କରିଥିଲେ। ଏହାକୁ ବିରୋଧ କରାଯାଇଥିଲା। ଫଳରେ ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲେ। ଶ୍ରୀ ମିଶ୍ରଙ୍କୁ କିଛି କର୍ମୀ କାରରେ ନେଇ ବୈଠକରୁ ପଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ରାଜ୍ୟ ବିଜେପି ରାଜନୀତିରେ କମ୍ପନ ସୃଷ୍ଟି କରାଯାଇଛି। ଏ ପ୍ରସଙ୍ଗ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରେ ବୋଲି ଗୋଟିଏ ଗୋଷ୍ଠୀ କହିଛନ୍ତି। ଦଳ ଏହା ଉପରେ କି ପଦକ୍ଷେପ ନେଉଛି, ସେମାନେ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.