ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଯେବେ ଅଭିନେତ୍ରୀ ଧରନ୍ତି, ନେତାଙ୍କ ହାତ…

0

ଭୁବନେଶ୍ବର: ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଭିନେତାରୁ ହୋଇଥିଲେ ନେତା। ଅଭିନେତା ଥିବା ବେଳେ ହାତ ଧରିଥିଲେ ଅଭିନେତ୍ରୀ ମାମା ମିଶ୍ରଙ୍କର। ସାଂସଦ ଅନୁଭବଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା। ଅନୁଭବ ମହାନ୍ତି ପ୍ରଥମେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ପରେ ଯାଇଥିଲେ ରାଜ୍ୟସଭା ଓ ଏବେ ଲୋକସଭାରେ। ଉତ୍ତମ ମହାନ୍ତି ,ବିଜୟ ମହାନ୍ତିଙ୍କ ଘଟଣାରେ ବି ଅନୁରୂପ ସ୍ଥିତି ହୋଇଥିଲା। ଉଭୟ ଅପରାଜିତା, ତନ୍ଦ୍ରା ରାୟଙ୍କୁ ବିବାହ କରିବାର ବହୁ ବର୍ଷ ପରେ ରାଜନୀତିରେ ପାଦ ଥାପିଥିଲେ।

ହେଲେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସମ୍ଭବତଃ ଗୋଟିଏ ନୂଆ ଫର୍ଦ ଯୋଡି ହୋଇଛି। ଜଣେ ଆଗଧାଡିର ଚଳଚ୍ଚିତ୍ର ଅଭିନେତ୍ରୀ ଝିଲିକ୍ ଜଣେ ନେତାଙ୍କୁ ତାଙ୍କ ଜୀବନ ସାଥୀ ଭାବେ ବାଛିଛନ୍ତି। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ (ଜୁନିଅର ଘଡାଇ ପ୍ରଫୁଲ୍ଲ ଘଡାଇଙ୍କ ପୁଅ) ବୁଧବାର ଝିଲିକ୍ ଙ୍କୁ ନେଇ ନୂଆ ଜୀବନ ଆରମ୍ଭ କରିଛନ୍ତି। ପୂର୍ବରୁ ଡାନି ଘଡାଇ ବିବାହ କରିଥିଲେ ବି ବିଚ୍ଛେଦ ଘଟିଥିଲା। ପରେ ସେ ଏହି ନୁଆ ହିରୋଇନଙ୍କ ପ୍ରେମରେ ପଡିଯାଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ହୋଇଥିଲା, ଯାହାକୁ ସେ ରୋକଠୋକ୍ ଫାଙ୍କି ଚାଲିଥିଲେ।

ଗତକାଲି ରାଜସ୍ଥାନର ଜୟପୁରରେ ଏହି ନୂଆ ଇଂନିସର ମୂଳଦୁଆ ପଡିଛି। ଉଭୟ ମାମା ମିଶ୍ର ଓ ବର୍ଷା ଅନୁଭବଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ସ୍ବାମୀଙ୍କ ରାଜନୈତିକ ଜୀବନରେ ବଡ ସଫଳତା ଆସିଛି। ଏବେ ଦେଖିବା କଥା ପାଖାପାଖି ୧୫ବର୍ଷରୁ ଅଧିକ ବୟସ ବ୍ୟବଧାନର ଯୋଡି ରାଜନୀତି ଓ ଚଳଚ୍ଚିତ୍ର ଜଗତରେ କେତେ ଲକି ସାବ୍ୟସ୍ତ ହେଉଛନ୍ତି ଓକି କି ପରିବର୍ତନ ଆଣୁଛନ୍ତି।

Leave A Reply

Your email address will not be published.