ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଯେବେ ଅଭିନେତ୍ରୀ ଧରନ୍ତି, ନେତାଙ୍କ ହାତ…

0

ଭୁବନେଶ୍ବର: ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଭିନେତାରୁ ହୋଇଥିଲେ ନେତା। ଅଭିନେତା ଥିବା ବେଳେ ହାତ ଧରିଥିଲେ ଅଭିନେତ୍ରୀ ମାମା ମିଶ୍ରଙ୍କର। ସାଂସଦ ଅନୁଭବଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା। ଅନୁଭବ ମହାନ୍ତି ପ୍ରଥମେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ପରେ ଯାଇଥିଲେ ରାଜ୍ୟସଭା ଓ ଏବେ ଲୋକସଭାରେ। ଉତ୍ତମ ମହାନ୍ତି ,ବିଜୟ ମହାନ୍ତିଙ୍କ ଘଟଣାରେ ବି ଅନୁରୂପ ସ୍ଥିତି ହୋଇଥିଲା। ଉଭୟ ଅପରାଜିତା, ତନ୍ଦ୍ରା ରାୟଙ୍କୁ ବିବାହ କରିବାର ବହୁ ବର୍ଷ ପରେ ରାଜନୀତିରେ ପାଦ ଥାପିଥିଲେ।

ହେଲେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସମ୍ଭବତଃ ଗୋଟିଏ ନୂଆ ଫର୍ଦ ଯୋଡି ହୋଇଛି। ଜଣେ ଆଗଧାଡିର ଚଳଚ୍ଚିତ୍ର ଅଭିନେତ୍ରୀ ଝିଲିକ୍ ଜଣେ ନେତାଙ୍କୁ ତାଙ୍କ ଜୀବନ ସାଥୀ ଭାବେ ବାଛିଛନ୍ତି। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ (ଜୁନିଅର ଘଡାଇ ପ୍ରଫୁଲ୍ଲ ଘଡାଇଙ୍କ ପୁଅ) ବୁଧବାର ଝିଲିକ୍ ଙ୍କୁ ନେଇ ନୂଆ ଜୀବନ ଆରମ୍ଭ କରିଛନ୍ତି। ପୂର୍ବରୁ ଡାନି ଘଡାଇ ବିବାହ କରିଥିଲେ ବି ବିଚ୍ଛେଦ ଘଟିଥିଲା। ପରେ ସେ ଏହି ନୁଆ ହିରୋଇନଙ୍କ ପ୍ରେମରେ ପଡିଯାଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ହୋଇଥିଲା, ଯାହାକୁ ସେ ରୋକଠୋକ୍ ଫାଙ୍କି ଚାଲିଥିଲେ।

ଗତକାଲି ରାଜସ୍ଥାନର ଜୟପୁରରେ ଏହି ନୂଆ ଇଂନିସର ମୂଳଦୁଆ ପଡିଛି। ଉଭୟ ମାମା ମିଶ୍ର ଓ ବର୍ଷା ଅନୁଭବଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ସ୍ବାମୀଙ୍କ ରାଜନୈତିକ ଜୀବନରେ ବଡ ସଫଳତା ଆସିଛି। ଏବେ ଦେଖିବା କଥା ପାଖାପାଖି ୧୫ବର୍ଷରୁ ଅଧିକ ବୟସ ବ୍ୟବଧାନର ଯୋଡି ରାଜନୀତି ଓ ଚଳଚ୍ଚିତ୍ର ଜଗତରେ କେତେ ଲକି ସାବ୍ୟସ୍ତ ହେଉଛନ୍ତି ଓକି କି ପରିବର୍ତନ ଆଣୁଛନ୍ତି।

Leave A Reply

Your email address will not be published.