ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

୧୧ ତାରିଖ ଉପରେ ଦେଶର ନଜର

0
  • ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
  • ଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ
  • ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ

ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଶେଷ ହେବ। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଆଜି ନୂଆଦିଲ୍ଲୀରେ ବିଭିନ୍ନ ଦଳର ସାଂସଦମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ କରି କରୋନା ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟର ସାଂସଦ ଲକଡାଉନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ।

ବୈଠକରେ ଯୋଗଦେଇଥିବା ବିଜେଡି ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି , “ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆମକୁ କରୋନା ଉପରେ ଅନେକ କଥା କହିଛନ୍ତି। ସେ କହିଛନ୍ତି କରୋନା ପୂର୍ବରୁ ଓ କରୋନା ପରେ ଜୀବନ ସମାନ ରହିବ ନାହିଁ। ଅନେକ ସାମାଜିକ ଓ ବ୍ୟକ୍ତିଗତ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଏପ୍ରିଲ ୧୪ରେ ଏକାଥରକେ ସାରା ଦେଶରୁ ଲକଡାଉନ ଉଠିବ ନାହିଁ । ତଥାପି ସେ ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଏହାପରେ କେଉଁ ରାଜ୍ୟରୁ ଲକଡାଉନ ଉଠିବ ଓ କେଉଁ ରାଜ୍ୟର କେତେ ଅଞ୍ଚଳରେ କଟକଣା ଲାଗୁ ହେବ, ତା’ର ନିଷ୍ପତ୍ତି ନିଆଯିବ। ”

ପ୍ରଧାନମନ୍ତ୍ରୀ କହିଥିଲେ, ସମଗ୍ର ବିଶ୍ଵ ବର୍ତ୍ତମାନ କୋଭିଡ-19ର ଜଟିଳ ପରିସ୍ଥିତି ସାମନା କରୁଛି । ବର୍ତ୍ତମାନର ପରିସ୍ଥିତି ମାନବ ଜାତିର ଇତିହାସକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଏହାକୁ ପ୍ରତିହତ କରିବା ପାଇଁ ଆମକୁ ସର୍ବବିଧ ଉଦ୍ୟମ କରିବାକୁ ହେବ। ରାଜ୍ୟ ସରକାରଗୁଡିକ କେନ୍ଦ୍ର ସହ ସମତାଳରେ କରୋନା ସଂକ୍ରମଣର ପ୍ରତିକାର ପାଇଁ କାମ କରୁଥିବାରୁ ସେ ରାଜ୍ୟ ସରକାରଗୁଡିକୁ ପ୍ରଶଂସା କରିଥିଲେ। ପ୍ରତ୍ୟେକ ନାଗରିକ ଏହି ସଂଗ୍ରାମର ମୁକାବିଲା କରିବା ପାଇଁ ଲକଡାଉନ ଓ ଜନତା କର୍ଫ୍ୟୁ ସମୟରେ ସାମାଜିକ ଦୁରତ୍ଵକୁ ଅତ୍ୟନ୍ତ ଶୃଙ୍ଖଳା ଓ ନିଷ୍ଠାର ସହ ପାଳନ କରିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ ଉତ୍ପନ୍ନ ସ୍ଥିତିର ପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ପୃଥିବୀର କେତେକ ଦେଶ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ସଂକ୍ରମଣର ପ୍ରଭାବକୁ ରୋକିବାରେ ସମର୍ଥ ହୋଇଛି ବୋଲି କହିଥିଲେ । ମାତ୍ର ପରିସ୍ଥିତି ସବୁବେଳେ ବଦଳୁଥିବାରୁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବର୍ତ୍ତମାନ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି । ଦେଶକୁ କଠୋର ନିଷ୍ପତ୍ତି ନେବା ସହ ସତର୍କ ରହିବାକୁ ପଡିବ । ଲକଡାଉନର ଅବଧି ବଢେଇବା ପାଇଁ କେତେକ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଦେଶକୁ ଏହାର କାର୍ଯ୍ୟ ସଂସ୍କୃତି ଓ କାମ କରିବା ଢଙ୍ଗରେ ପରିବର୍ତ୍ତନ ଆଣିବାକୁ ପଡିବ। ପ୍ରତ୍ୟେକ ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ କୋଭିଡ-19 ଯୋଗୁଁ ଦେଶ ଗୁରୁତର ଆର୍ଥିକ ଆହ୍ୱାନର ସମ୍ମୁଖିନ ହେଉଛି। ତେବେ ସରକାର ଏହି ଆହ୍ଵାନକୁ ମୁକାବିଲା କରିବା ଲାଗି ଅଙ୍ଗୀକାରବଦ୍ଧ।
ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଏହାର ସୁବିଧା ଦେବାଠୁ ଆରମ୍ଭ କରି ଏଭଳି ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ଆବଶ୍ୟକ ପଦକ୍ଷେପଗୁଡିକ ଉପରେ ବିସ୍ତ୍ରୁତ ସୂଚନା ଦେଇଥିଲେ ।

Leave A Reply

Your email address will not be published.