ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୧୧ ତାରିଖ ଉପରେ ଦେଶର ନଜର

0
  • ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
  • ଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ
  • ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ

ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଶେଷ ହେବ। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଆଜି ନୂଆଦିଲ୍ଲୀରେ ବିଭିନ୍ନ ଦଳର ସାଂସଦମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ କରି କରୋନା ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟର ସାଂସଦ ଲକଡାଉନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ।

ବୈଠକରେ ଯୋଗଦେଇଥିବା ବିଜେଡି ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି , “ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆମକୁ କରୋନା ଉପରେ ଅନେକ କଥା କହିଛନ୍ତି। ସେ କହିଛନ୍ତି କରୋନା ପୂର୍ବରୁ ଓ କରୋନା ପରେ ଜୀବନ ସମାନ ରହିବ ନାହିଁ। ଅନେକ ସାମାଜିକ ଓ ବ୍ୟକ୍ତିଗତ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଏପ୍ରିଲ ୧୪ରେ ଏକାଥରକେ ସାରା ଦେଶରୁ ଲକଡାଉନ ଉଠିବ ନାହିଁ । ତଥାପି ସେ ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଏହାପରେ କେଉଁ ରାଜ୍ୟରୁ ଲକଡାଉନ ଉଠିବ ଓ କେଉଁ ରାଜ୍ୟର କେତେ ଅଞ୍ଚଳରେ କଟକଣା ଲାଗୁ ହେବ, ତା’ର ନିଷ୍ପତ୍ତି ନିଆଯିବ। ”

ପ୍ରଧାନମନ୍ତ୍ରୀ କହିଥିଲେ, ସମଗ୍ର ବିଶ୍ଵ ବର୍ତ୍ତମାନ କୋଭିଡ-19ର ଜଟିଳ ପରିସ୍ଥିତି ସାମନା କରୁଛି । ବର୍ତ୍ତମାନର ପରିସ୍ଥିତି ମାନବ ଜାତିର ଇତିହାସକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଏହାକୁ ପ୍ରତିହତ କରିବା ପାଇଁ ଆମକୁ ସର୍ବବିଧ ଉଦ୍ୟମ କରିବାକୁ ହେବ। ରାଜ୍ୟ ସରକାରଗୁଡିକ କେନ୍ଦ୍ର ସହ ସମତାଳରେ କରୋନା ସଂକ୍ରମଣର ପ୍ରତିକାର ପାଇଁ କାମ କରୁଥିବାରୁ ସେ ରାଜ୍ୟ ସରକାରଗୁଡିକୁ ପ୍ରଶଂସା କରିଥିଲେ। ପ୍ରତ୍ୟେକ ନାଗରିକ ଏହି ସଂଗ୍ରାମର ମୁକାବିଲା କରିବା ପାଇଁ ଲକଡାଉନ ଓ ଜନତା କର୍ଫ୍ୟୁ ସମୟରେ ସାମାଜିକ ଦୁରତ୍ଵକୁ ଅତ୍ୟନ୍ତ ଶୃଙ୍ଖଳା ଓ ନିଷ୍ଠାର ସହ ପାଳନ କରିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ ଉତ୍ପନ୍ନ ସ୍ଥିତିର ପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ପୃଥିବୀର କେତେକ ଦେଶ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ସଂକ୍ରମଣର ପ୍ରଭାବକୁ ରୋକିବାରେ ସମର୍ଥ ହୋଇଛି ବୋଲି କହିଥିଲେ । ମାତ୍ର ପରିସ୍ଥିତି ସବୁବେଳେ ବଦଳୁଥିବାରୁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବର୍ତ୍ତମାନ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି । ଦେଶକୁ କଠୋର ନିଷ୍ପତ୍ତି ନେବା ସହ ସତର୍କ ରହିବାକୁ ପଡିବ । ଲକଡାଉନର ଅବଧି ବଢେଇବା ପାଇଁ କେତେକ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଦେଶକୁ ଏହାର କାର୍ଯ୍ୟ ସଂସ୍କୃତି ଓ କାମ କରିବା ଢଙ୍ଗରେ ପରିବର୍ତ୍ତନ ଆଣିବାକୁ ପଡିବ। ପ୍ରତ୍ୟେକ ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ କୋଭିଡ-19 ଯୋଗୁଁ ଦେଶ ଗୁରୁତର ଆର୍ଥିକ ଆହ୍ୱାନର ସମ୍ମୁଖିନ ହେଉଛି। ତେବେ ସରକାର ଏହି ଆହ୍ଵାନକୁ ମୁକାବିଲା କରିବା ଲାଗି ଅଙ୍ଗୀକାରବଦ୍ଧ।
ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଏହାର ସୁବିଧା ଦେବାଠୁ ଆରମ୍ଭ କରି ଏଭଳି ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ଆବଶ୍ୟକ ପଦକ୍ଷେପଗୁଡିକ ଉପରେ ବିସ୍ତ୍ରୁତ ସୂଚନା ଦେଇଥିଲେ ।

Leave A Reply

Your email address will not be published.