ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ପଶ୍ଚିମ ଓଡ଼ିଶାକୁ ଭୟ ବଢ଼ିଲା

0

ଭୁବନେଶ୍ବର: ଶେଷରେ ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିଥିବା ଖବର ଆସିଛି। ଛତିଶଗଡ଼ ସୀମାନ୍ତ କୋରିଆ ଜିଲ୍ଲାରେ ଲୋକେ ପଙ୍ଗପାଳ ଦେଖିବା ପରେ ଭୀତତ୍ରସ୍ତ ହୋଇପଡିଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାକୁ ପଙ୍ଗପାଳ ମାଡ଼ି ଆସିପାରନ୍ତି ବୋଲି ଯେଉଁ ପୂର୍ବାନୁମାନ ହେଉଥିଲା, ତାହାକୁ ନେଇ ଏବେ ଭୟ ଭଡ଼ିଛି। ଭରତପୁର ଗାଁର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

ଏପଟେ ପରିସ୍ଥିତିରେ ଗମ୍ଭୀରତା ଉପଲବ୍ଧି କରି ଆଜି ରାଜ୍ୟ ସରକାରଙ୍କ କୃଷି ବିଭାଗ ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। କୃଷି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ ବଶିଷ୍ଠ କହିଛନ୍ତି ଯେ ରାଜ୍ୟ ସରକାର ପୂର୍ବରୁ ଏସଓପି ଜାରି କରିଥିଲେ। ଏବେ ନିଷ୍ପତ୍ତି ହୋଇଛି ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ବରିଷ୍ଠ ପଦାଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ତେବେ ମୌସୁମୀ ଆଗମନ ଓ ପବନର ବେଗ ଉପରେ ସବୁକିଛି ନିର୍ଭର କରୁଛି। ପଡ଼ୋଶୀ ରାଜ୍ୟ ଉପରେ ବି ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ବୋଲି ଶ୍ରୀ ବଶିଷ୍ଠ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉପକୂଳ ଓଡ଼ିଶାରେ ଚାଷ ବିଳମ୍ବରେ ଆରମ୍ଭ ହୋଇଥାଏ। ଏବେ କିନ୍ତୁ ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏଭଳି ପରିପ୍ରେକ୍ଷୀରେ ପଙ୍ଗପାଳ ଚିନ୍ତା ସଂପୃକ୍ତ ଅଞ୍ଚଳର ଚାଷୀଙ୍କୁ ଚିନ୍ତାରେ ପକାଇଛି। ତେବେ ଯଦି ପବନ ବିପରୀତ ଦିଗରୁ ବହିବା ଆରମ୍ଭ ହୁଏ, ତେବେ ସେମାନେ ଦିଗ ପରିବର୍ତନ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

Leave A Reply

Your email address will not be published.