ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପଶ୍ଚିମ ଓଡ଼ିଶାକୁ ଭୟ ବଢ଼ିଲା

0

ଭୁବନେଶ୍ବର: ଶେଷରେ ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିଥିବା ଖବର ଆସିଛି। ଛତିଶଗଡ଼ ସୀମାନ୍ତ କୋରିଆ ଜିଲ୍ଲାରେ ଲୋକେ ପଙ୍ଗପାଳ ଦେଖିବା ପରେ ଭୀତତ୍ରସ୍ତ ହୋଇପଡିଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାକୁ ପଙ୍ଗପାଳ ମାଡ଼ି ଆସିପାରନ୍ତି ବୋଲି ଯେଉଁ ପୂର୍ବାନୁମାନ ହେଉଥିଲା, ତାହାକୁ ନେଇ ଏବେ ଭୟ ଭଡ଼ିଛି। ଭରତପୁର ଗାଁର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

ଏପଟେ ପରିସ୍ଥିତିରେ ଗମ୍ଭୀରତା ଉପଲବ୍ଧି କରି ଆଜି ରାଜ୍ୟ ସରକାରଙ୍କ କୃଷି ବିଭାଗ ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। କୃଷି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ ବଶିଷ୍ଠ କହିଛନ୍ତି ଯେ ରାଜ୍ୟ ସରକାର ପୂର୍ବରୁ ଏସଓପି ଜାରି କରିଥିଲେ। ଏବେ ନିଷ୍ପତ୍ତି ହୋଇଛି ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ବରିଷ୍ଠ ପଦାଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ତେବେ ମୌସୁମୀ ଆଗମନ ଓ ପବନର ବେଗ ଉପରେ ସବୁକିଛି ନିର୍ଭର କରୁଛି। ପଡ଼ୋଶୀ ରାଜ୍ୟ ଉପରେ ବି ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ବୋଲି ଶ୍ରୀ ବଶିଷ୍ଠ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉପକୂଳ ଓଡ଼ିଶାରେ ଚାଷ ବିଳମ୍ବରେ ଆରମ୍ଭ ହୋଇଥାଏ। ଏବେ କିନ୍ତୁ ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏଭଳି ପରିପ୍ରେକ୍ଷୀରେ ପଙ୍ଗପାଳ ଚିନ୍ତା ସଂପୃକ୍ତ ଅଞ୍ଚଳର ଚାଷୀଙ୍କୁ ଚିନ୍ତାରେ ପକାଇଛି। ତେବେ ଯଦି ପବନ ବିପରୀତ ଦିଗରୁ ବହିବା ଆରମ୍ଭ ହୁଏ, ତେବେ ସେମାନେ ଦିଗ ପରିବର୍ତନ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

Leave A Reply

Your email address will not be published.