ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଡ଼ ଆଶା ଦେଖାଇଲେ ନବୀନ, ନଭେମ୍ବର ସୁଦ୍ଧା କୋଭିଡ୍ ଟିକା

0
  • ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେ
  • ଓଡ଼ିଶାରେ ଟିକାକରଣ ପାଇଁ ସହଯୋଗ ଲୋଡ଼ିଲେ, ରାଜ୍ୟର ମୁକାବିଲା ମିଳିଲା ପ୍ରଶଂସା

ଭୁବନେଶ୍ବର: ଗୋଟିଏ ପଟେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟରେ ରାଜ୍ୟବାସୀଙ୍କ ପାଇଁ ସରକାର ଏକ ଭଲ ଖବର ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କଲ୍ ମାଧ୍ୟମରେ ସେରମ୍ ଇନଷ୍ଟିଚ୍ୟୁଟ ସିଇଓ ଶ୍ରୀ ଆଦର ପୁନାୱାଲାଙ୍କ ସହ କଥାବାର୍ତ୍ତା କରି କୋଭିଡ ଟିକା ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି।

କୋଭିଡ ଟିକା ବିକଶିତ କରିବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭରସିଟି ସହ ସହଭାଗୀ ହୋଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଶୀଘ୍ର ଟିକାକରଣ ଆରମ୍ଭ କରିବାକୁ ତାଙ୍କ ସହଯୋଗ ଲୋଡିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସେରମ୍ ପ୍ରତିଷ୍ଠାନ ସହ ଯୋଗାଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ପୁନାୱାଲାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ଓଡ଼ିଶାରେ କରୋନା ଜୀବାଣୁ ମୁକିବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଲାଗି ଶ୍ରୀ ପୁନାୱାଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଅକ୍ସଫୋର୍ଡ ୟୁନିଭରସିଟି ଟିକା ଆଶାବାଦୀ ଫଳାଫଳ ଦେଖାଇଛି। ଭାରତରେ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ମଧ୍ୟଭାଗରୁ ଆରମ୍ଭ ହେବ ଏବଂ ଏହି ଟିକା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହେବ। ଏହି ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ସିଏମଓର ମୁଖ୍ୟ ପରାମର୍ଶଦାତା, ଏସିଏସ୍ ସ୍ୱାସ୍ଥ୍ୟ ଏବଂ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.