ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅମିର ଖାନ୍ ନେଲେ ବଡ଼ ନିଷ୍ପତ୍ତି

0

ମୁମ୍ବାଇ: କରୋନା ମହାମାରୀର ପ୍ରଭାବ ଏତେ ସାଂଘାତିକ ଭାବେ ପଡ଼ିଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଶଙ୍କି ଗଲେଣି। ଏଇ ଯେମିତି ଅମୀର ଖାନ୍‌ ଓ କରିନା କପୁରଙ୍କ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’ ୨୦୨୦ ଖ୍ରୀଷ୍ଟମାସରେ କରିବାର ନାହିଁ। ବର୍ଷେ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ଅମୀର। ଏହା ୨୦୨୧ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଗୁରୁତ୍ବପୂର୍ଣ୍ଣ ହୋଇଥିବା କାରଣରୁ ବର୍ତ୍ତମାନ ପରିସ୍ଥିତିରେ ଫିଲ୍ମ ହଲ୍‌ ଖୋଲିବାର ନାହିଁ। ଏଣୁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ସମୟ ସୀମା ବିଳମ୍ବିତ ହେଉଥିବା କୁହାଯାଉଛି।

ଅମୀର ଖାନ୍‌ଙ୍କ ସହିତ ଖ୍ରୀଷ୍ଟମାସର ସଂପର୍କ ବହୁତ ପୂରୁଣା। ସମ୍ଭବତଃ ସେ ବିଶ୍ବାସ କରନ୍ତି, ଏହି ଦିନ ଚଳଚ୍ଚିତ୍ର ମୁକ୍ତିଲାଭ କଲେ ତାହା ବକ୍ସ ଅଫିସରେ ହିଟ୍ ହେବ ହିଁ ହେବ। ଭାବିବେନି ବି କାହିଁକି, ୩ ଇଡିଅଟ୍, ପି.କେ, ଧୂମ୍ ୩, ଡଙ୍ଗଲ୍ ଏସବୁ ତ ସୁପର ଡୁପର ହିଟ୍ ହୋଇଥିଲା।

ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’, ଦେଶବ୍ୟାପୀ ତାଲା ପଡ଼ିବାର ପୂର୍ବରୁ ଚଣ୍ଡୀଗଡ ଓ କୋଲକାତାରେ କିଛି ଅଂଶ ସୁଟିଂ ହୋଇଛି। ଦେଶର ପରିସ୍ଥିତି ଗୁରୁତ୍ବପୂର୍ଣ୍ଣ ଥିବା କାରଣରୁ ସେ ତୁର୍କୀରେ ଏହି ଚଳଚ୍ଚିତ୍ର ପାଇଁ ରିସେସ୍ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.