ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଅମିର ଖାନ୍ ନେଲେ ବଡ଼ ନିଷ୍ପତ୍ତି

0

ମୁମ୍ବାଇ: କରୋନା ମହାମାରୀର ପ୍ରଭାବ ଏତେ ସାଂଘାତିକ ଭାବେ ପଡ଼ିଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଶଙ୍କି ଗଲେଣି। ଏଇ ଯେମିତି ଅମୀର ଖାନ୍‌ ଓ କରିନା କପୁରଙ୍କ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’ ୨୦୨୦ ଖ୍ରୀଷ୍ଟମାସରେ କରିବାର ନାହିଁ। ବର୍ଷେ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ଅମୀର। ଏହା ୨୦୨୧ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଗୁରୁତ୍ବପୂର୍ଣ୍ଣ ହୋଇଥିବା କାରଣରୁ ବର୍ତ୍ତମାନ ପରିସ୍ଥିତିରେ ଫିଲ୍ମ ହଲ୍‌ ଖୋଲିବାର ନାହିଁ। ଏଣୁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ସମୟ ସୀମା ବିଳମ୍ବିତ ହେଉଥିବା କୁହାଯାଉଛି।

ଅମୀର ଖାନ୍‌ଙ୍କ ସହିତ ଖ୍ରୀଷ୍ଟମାସର ସଂପର୍କ ବହୁତ ପୂରୁଣା। ସମ୍ଭବତଃ ସେ ବିଶ୍ବାସ କରନ୍ତି, ଏହି ଦିନ ଚଳଚ୍ଚିତ୍ର ମୁକ୍ତିଲାଭ କଲେ ତାହା ବକ୍ସ ଅଫିସରେ ହିଟ୍ ହେବ ହିଁ ହେବ। ଭାବିବେନି ବି କାହିଁକି, ୩ ଇଡିଅଟ୍, ପି.କେ, ଧୂମ୍ ୩, ଡଙ୍ଗଲ୍ ଏସବୁ ତ ସୁପର ଡୁପର ହିଟ୍ ହୋଇଥିଲା।

ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’, ଦେଶବ୍ୟାପୀ ତାଲା ପଡ଼ିବାର ପୂର୍ବରୁ ଚଣ୍ଡୀଗଡ ଓ କୋଲକାତାରେ କିଛି ଅଂଶ ସୁଟିଂ ହୋଇଛି। ଦେଶର ପରିସ୍ଥିତି ଗୁରୁତ୍ବପୂର୍ଣ୍ଣ ଥିବା କାରଣରୁ ସେ ତୁର୍କୀରେ ଏହି ଚଳଚ୍ଚିତ୍ର ପାଇଁ ରିସେସ୍ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.