ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କହ୍ନେୟାଙ୍କ ରାସ୍ତାରେ ଆୟେଶ

0
  • ସିପିଏମ୍ ପ୍ରାର୍ଥୀ ହେବେ, ଜାମୁରିଆ ବିଧାନସଭା ଆସନରୁ ଲଢ଼ିବେ
  • ଜେଏନ୍‌ୟୁ କ୍ୟାମ୍ପସରୁ ସିଧା ଯିବେ ପଶ୍ଚିମବଙ୍ଗ ବିଧାନସଭା ମଇଦାନ

ନୂଆଦିଲ୍ଲା: କହ୍ନେୟା କୁମାରଙ୍କ ପରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସରୁ ଆଉ ଜଣେ ପ୍ରତ୍ୟେକ୍ଷ ନିର୍ବାଚନକୁ ଢଳିଛନ୍ତି। ଜେଏନ୍‌ୟୁ ଛାତ୍ର ସଂଗଠନ ମୁଖ୍ୟ ଆୟେଶ ଘୋଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେ ସିପିଆଇ (ଏମ୍‌) ପ୍ରାର୍ଥୀ ହେବେ ଓ ଦଳ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଜାମୁରିଆ ଆସନ ଦେଇଛି। ଟ୍ବିଟ୍ କରି ଆଜି ଆୟେଶ ଏହି ସୂଚନା ଦେଇଛନ୍ତି।

ଗତ ବର୍ଷ ଜାନୁଆରୀରେ ଜେଏନ୍ୟୁ‌ କ୍ୟାମ୍ପସରେ ଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣରେ ଆୟେଶ ଘୋଷ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁହଁରେ ସୃଷ୍ଟି ହୋଇଥିବା କ୍ଷତ ସାରା ଭାରତବର୍ଷକୁ ଥରାଇ ଦେଇଥିଲା। ସେବେଠାରୁ ସେ ଚର୍ଚ୍ଚାରେ ଥିଲେ।

ଅନ୍ୟପକ୍ଷରେ ଏଥର ପଶ୍ଚିମବଙ୍ଗରେ ଆଇଏସ୍‌ଏଫ୍, ବାମପନ୍ଥୀ ଏବଂ କଂଗ୍ରେସର ମେଣ୍ଟ ହୋଇଛି। ଏହି ତିନି ଶକ୍ତି ଏକାଠିି ଉଭୟ ଟିଏମ୍‌ସି ଏବଂ ବିଜେପିକୁ ସମର୍ଥନ ଦେବେ। ଏଣୁ ଏହି ମିଳିତ ମୋର୍ଚ୍ଚାର ସମର୍ଥନରେ ଆୟେଶ ନିର୍ବାଚନକୁ ଓହ୍ଲାଇବେ। ଇତିମଧ୍ୟରେ ବାମଦଳ ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ନାମ ଘୋଷଣା କରିସାରିଛି। ଅବଶିଷ୍ଟ ବୁଧବାର ଘୋଷଣା କରିପାରେ।

୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ଆସନ ଲାଗି ମାର୍ଚ୍ଚ ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏପ୍ରିଲ ୨୯ ତାରିଖ ଯାଏ ଚାଲିବ ଏବଂ ମେ ୨ରେ ଗଣତି ହେବ।

ପୂର୍ବରୁ ଜେଏନ୍ୟୁ‌ ଛାତ୍ର ସଂଗଠନର ପୂର୍ବତନ ମୁଖ୍ୟ କହ୍ନେୟା କୁମାର ବିହାରର ବେଗୁସରାଇରୁ ବାମପନ୍ଥୀ ପ୍ରାର୍ଥୀ ଭାବରେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂଙ୍କୁ ବିପୁଳ ବ୍ୟବଧାନରେ ହରାଇଥିଲେ।

Leave A Reply

Your email address will not be published.