ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ପୁଣି ପଞ୍ଝା ମେଲାଇଲାଣି କରୋନା

0

ଭୁବନେଶ୍ବର: ଗତବର୍ଷ ଭଳି ସମାନ ଢଙ୍ଗରେ ଏପ୍ରିଲ ଆରମ୍ଭରେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କଲାଣି। ଏକାଥରକେ ଶହେ ଡେଇଁ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ଆଜି ୩୯୪ରେ ପହଞ୍ଚିଛି। ଅର୍ଥାତ୍ ସିଧା ୪ଶହ ପାଖାପାଖି ଛୁଇଁଛି। ଏବର୍ଷର ଏହା ସର୍ବାଧିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୨୬୦ ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ଆହୁରି ସରଳ ଭାବେ କହିଲେ, ପରୀକ୍ଷା ବଢ଼ିବା କାରଣରୁ କୋଭିଡ୍ ସଂକ୍ରମିତ ଅଧିକ ସଂଖ୍ୟାରେ ସାମ୍ନାକୁ ଆସିଛନ୍ତି।

ହେଲେ ଆଶ୍ବସ୍ତିର ବିଷୟ ହେଉଛି, ଆଜିଠାରୁ ସରକାର ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି। ଦୈନିକ ପ୍ରାୟ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଅନୁଗୁଳରେ ୨୪, ବରଗଡରେ ୩୪, କଟକରେ ୨୭, , କଳାହାଣ୍ଡିରେ ୪୩, ଖୋର୍ଧାରେ ୭୦, ସୁନ୍ଦରଗଡରେ ୩୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ବର୍ତ୍ତମାନ ୨୫ଟ ଜିଲ୍ଲାରେ କରୋନା ତାର ଉପସ୍ଥିତି ରଖିଲାଣି।

ଅନ୍ୟପକ୍ଷରେ ଜାତୀୟସ୍ତରରେ ଅତି ଉଦ୍‌ବେଗଜନକ ସ୍ଥିତିକୁ ଚାଲିଗଲାଣି କରୋନା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୫୯ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏଥିସହିତ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୨ହଜାର ୯୨୭ଛୁଇଁଛି। ଦେଶରେ ଏଯାଏ ୬କୋଟି ୫୧ଲକ୍ଷ ୧୭ ହଜାର ୮୯୬ଜଣଙ୍କୁ ଟିକା ଦିଆଯାଇସାରିଲାଣି।

Leave A Reply

Your email address will not be published.