ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପୁଣି ପଞ୍ଝା ମେଲାଇଲାଣି କରୋନା

0

ଭୁବନେଶ୍ବର: ଗତବର୍ଷ ଭଳି ସମାନ ଢଙ୍ଗରେ ଏପ୍ରିଲ ଆରମ୍ଭରେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କଲାଣି। ଏକାଥରକେ ଶହେ ଡେଇଁ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ଆଜି ୩୯୪ରେ ପହଞ୍ଚିଛି। ଅର୍ଥାତ୍ ସିଧା ୪ଶହ ପାଖାପାଖି ଛୁଇଁଛି। ଏବର୍ଷର ଏହା ସର୍ବାଧିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୨୬୦ ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ଆହୁରି ସରଳ ଭାବେ କହିଲେ, ପରୀକ୍ଷା ବଢ଼ିବା କାରଣରୁ କୋଭିଡ୍ ସଂକ୍ରମିତ ଅଧିକ ସଂଖ୍ୟାରେ ସାମ୍ନାକୁ ଆସିଛନ୍ତି।

ହେଲେ ଆଶ୍ବସ୍ତିର ବିଷୟ ହେଉଛି, ଆଜିଠାରୁ ସରକାର ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି। ଦୈନିକ ପ୍ରାୟ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଅନୁଗୁଳରେ ୨୪, ବରଗଡରେ ୩୪, କଟକରେ ୨୭, , କଳାହାଣ୍ଡିରେ ୪୩, ଖୋର୍ଧାରେ ୭୦, ସୁନ୍ଦରଗଡରେ ୩୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ବର୍ତ୍ତମାନ ୨୫ଟ ଜିଲ୍ଲାରେ କରୋନା ତାର ଉପସ୍ଥିତି ରଖିଲାଣି।

ଅନ୍ୟପକ୍ଷରେ ଜାତୀୟସ୍ତରରେ ଅତି ଉଦ୍‌ବେଗଜନକ ସ୍ଥିତିକୁ ଚାଲିଗଲାଣି କରୋନା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୫୯ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏଥିସହିତ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୨ହଜାର ୯୨୭ଛୁଇଁଛି। ଦେଶରେ ଏଯାଏ ୬କୋଟି ୫୧ଲକ୍ଷ ୧୭ ହଜାର ୮୯୬ଜଣଙ୍କୁ ଟିକା ଦିଆଯାଇସାରିଲାଣି।

Leave A Reply

Your email address will not be published.