ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜୀବନ ପାଇଁ ଲଢ଼ୁଛନ୍ତି ଭାରତୀୟ ଟିମର ପୂର୍ବତନ ୱିକେଟ କିପର

0

ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ବିଜୟ ଯାଦବ ଏବେ ଜୀବନ ରକ୍ଷା ପାଇଁ ଲଢୁଛନ୍ତି । ବିଜୟ ଯାଦବଙ୍କ କିଡନୀ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇ ସାରିଛି । ହେଲେ ଏହାର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ବିଜୟ ଯାଦବ ଏବେ ମେଡିକାଲରେ କିଡନୀ ଡାଇଲୋସିସ୍ କରୁଛନ୍ତି । ବିଜୟ ୧୯୯୩ ମସିହାରେ ହିରୋକପ ସେମି ଫାଇନାଲରେ ଆଫ୍ରିକା ବିରୋଧରେ ଖେଳି ଦଳକୁ ଜିତାଇଥିଲେ।

ସୂଚନା ଥାଉକି; ବିଜୟ ଯାଦବ ଭାରତୀୟ ଟିମ ପାଇଁ ୧୯ ଟି ଏକଦିବସୀୟ ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ । ହେଲେ ହରିୟାନା ଟିମ ପାଇଁ ସେ ୱିକେଟ କିପର ଭାବେ ଯେଭଳି ପ୍ରଦର୍ଶନ କରିଥିଲେ ସେହି ଆଧାରରେ ତାଙ୍କୁ ୧୯୯୨-୯୩ ପାଇଁ ସାଉଥ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ସିରିଜରେ ଭାରତୀୟ ଟିମରେ ସ୍ଥାନ ମିଳିଥିଲା ।

ବିଜୟ ଯାଦବଙ୍କର ୨୦୦୬ ମସିହାରେ ଫରିଦାବାଦରେ କାର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ବିଜୟ ଗୁରୁତର ଆହତ ହୋଇଥିଲେ । ସେବେଠାରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ରହୁଥିଲେ ବିଜୟ । ଏପରିକି ଏହି ଦୁର୍ଘଟଣାରେ ସେ ନିଜର ୧୧ ବର୍ଷର ଝିଅକୁ ବି ସବୁଦିନ ପାଇଁ ହରାଇଥିଲେ । ଆଉ ଏହାପରେ ତାଙ୍କର ଦୁଇ ଥର ହୃଦଘାତ ମଧ୍ୟ ହୋଇଛି । ଏସବୁ ଭିତରେ ଏବେ କିଡନୀ ସମ୍ପୂର୍ଣ୍ଣ ରୂପେ ଖରାପ ହେବା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବିଜୟ । କିନ୍ତୁ ଆଗକୁ ଉନ୍ନତ ମାନର ଚିକିତ୍ସା ପାଇଁ ବିଜୟଙ୍କ ପାଖରେ ଅର୍ଥର ଅଭାବ ରହିଛି । ଯେଉଁଥିପାଇଁ କ୍ରୀଡା ସାମ୍ବାଦିକ ବିଜୟ ଲୋକପଲ୍ଲୀ ଏକ ଟ୍ୱିଟ୍ କରି ଆର୍ଥିକ ସହାୟତା କରିବାକୁ ଅପିଲ କରିଛନ୍ତି। 

Leave A Reply

Your email address will not be published.