ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଜୀବନ ପାଇଁ ଲଢ଼ୁଛନ୍ତି ଭାରତୀୟ ଟିମର ପୂର୍ବତନ ୱିକେଟ କିପର

0

ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ବିଜୟ ଯାଦବ ଏବେ ଜୀବନ ରକ୍ଷା ପାଇଁ ଲଢୁଛନ୍ତି । ବିଜୟ ଯାଦବଙ୍କ କିଡନୀ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇ ସାରିଛି । ହେଲେ ଏହାର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ବିଜୟ ଯାଦବ ଏବେ ମେଡିକାଲରେ କିଡନୀ ଡାଇଲୋସିସ୍ କରୁଛନ୍ତି । ବିଜୟ ୧୯୯୩ ମସିହାରେ ହିରୋକପ ସେମି ଫାଇନାଲରେ ଆଫ୍ରିକା ବିରୋଧରେ ଖେଳି ଦଳକୁ ଜିତାଇଥିଲେ।

ସୂଚନା ଥାଉକି; ବିଜୟ ଯାଦବ ଭାରତୀୟ ଟିମ ପାଇଁ ୧୯ ଟି ଏକଦିବସୀୟ ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ । ହେଲେ ହରିୟାନା ଟିମ ପାଇଁ ସେ ୱିକେଟ କିପର ଭାବେ ଯେଭଳି ପ୍ରଦର୍ଶନ କରିଥିଲେ ସେହି ଆଧାରରେ ତାଙ୍କୁ ୧୯୯୨-୯୩ ପାଇଁ ସାଉଥ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ସିରିଜରେ ଭାରତୀୟ ଟିମରେ ସ୍ଥାନ ମିଳିଥିଲା ।

ବିଜୟ ଯାଦବଙ୍କର ୨୦୦୬ ମସିହାରେ ଫରିଦାବାଦରେ କାର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ବିଜୟ ଗୁରୁତର ଆହତ ହୋଇଥିଲେ । ସେବେଠାରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ରହୁଥିଲେ ବିଜୟ । ଏପରିକି ଏହି ଦୁର୍ଘଟଣାରେ ସେ ନିଜର ୧୧ ବର୍ଷର ଝିଅକୁ ବି ସବୁଦିନ ପାଇଁ ହରାଇଥିଲେ । ଆଉ ଏହାପରେ ତାଙ୍କର ଦୁଇ ଥର ହୃଦଘାତ ମଧ୍ୟ ହୋଇଛି । ଏସବୁ ଭିତରେ ଏବେ କିଡନୀ ସମ୍ପୂର୍ଣ୍ଣ ରୂପେ ଖରାପ ହେବା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବିଜୟ । କିନ୍ତୁ ଆଗକୁ ଉନ୍ନତ ମାନର ଚିକିତ୍ସା ପାଇଁ ବିଜୟଙ୍କ ପାଖରେ ଅର୍ଥର ଅଭାବ ରହିଛି । ଯେଉଁଥିପାଇଁ କ୍ରୀଡା ସାମ୍ବାଦିକ ବିଜୟ ଲୋକପଲ୍ଲୀ ଏକ ଟ୍ୱିଟ୍ କରି ଆର୍ଥିକ ସହାୟତା କରିବାକୁ ଅପିଲ କରିଛନ୍ତି। 

Leave A Reply

Your email address will not be published.