ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରଶାନ୍ତଙ୍କୁ ବର୍ଷେ ନିର୍ବାଚନମଣ୍ଡଳୀ ମନା

0

ଜାମିନ ଦେଲେ; ବଡ କଟକଣା ଲଗାଇଲେ ସୁପ୍ରିମକୋର୍ଟ
ବିଧାୟକଙ୍କ ଜାମିନକୁ ବିରୋଧ କରିିଥିଲେ ରାଜ୍ୟ ସରକାର
ବାଣପୁରରେ ଗାଡି ମଡାଇ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଥିଲା

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏ ନିଜ ନିର୍ବାଚନମଣ୍ଡଳୀକୁ ଯାଇପାରିବେ ନାହିଁ। ଯଦି ଯାଆନ୍ତି, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ।

ସୁପ୍ରିମକୋର୍ଟ ଏଭଳି ତିନିଟି ବଡ ସର୍ତ୍ତ ସହିତ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଜାମିନ୍ ଅନୁମତି ଦେଇଛନ୍ତି। କୋର୍ଟ ଏକଥା ବି ରାୟରେ କହିଛନ୍ତି ଯେ ଆବଶ୍ୟକସ୍ଥଳେ ତଳ କୋର୍ଟ ଅଧିକ ସର୍ତ୍ତ ଲଗାଇପାରିବେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ବିଚାରପତି ବିକ୍ରମ ନାଥଙ୍କ ଖଣ୍ଡପୀଠରେ ଆଜି ବିଧାୟକ ଶ୍ରୀ ଜଗ‌ଦ୍ଦେବଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହୋଇଥିଲା।

ଖଣ୍ଡପୀଠ ଉଭୟପକ୍ଷଙ୍କର ଯୁକ୍ତି ଶୁଣିବା ପରେ ଶ୍ରୀ ଜଗଦ୍ଦେବଙ୍କ ଜାମିନ୍ ଅନୁମତି ଦେଇଥିଲେ। ହେଲେ ନିର୍ବାଚନମଣ୍ଡଳୀ ଗସ୍ତ ଉପରେ କଟକଣା ଲଗାଇ କହିଥିଲେ ଯେ ବିଧାୟକ ଏହି ସମୟ ମଧ୍ୟରେ କୌଣସି ସାଧାରଣ ସଭାକୁ ଉଦ୍‌ବୋଧନ ଦେଇପାରିବେ ନାହିଁ। ୫ରୁ ଅଧିକ ବ୍ୟକ୍ତିଙ୍କୁ ନେଇ ସଭା କରିବା ମନା।

ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଗୋଟଏ ଅଭାବନୀୟ ଘଟଣା ଘଟିଥିଲା। ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ଲୋକଙ୍କ ଉପରେ ଗାଡି ମଡ଼ାଇ ହତ୍ୟା ଉଦ୍ୟମ, ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିବା ଭଳି ସଙ୍ଗିନ୍ ଅଭିଯୋଗ ରହିଥିଲା। ମେ’୨୦ ତାରିଖରେ ବିଧାୟକଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ସେ ଏସଏଲପି ଜରିଆରେ ସୁପ୍ରିମକୋର୍ଟଙ୍କର ଦ୍ବାରସ୍ଥ ହୋଇଥିଲେ। ମାତ୍ର ରାଜ୍ୟ ସରକାର ଏଥିରେ ଜବାବୀ ସତ୍ୟପାଠ ଦାଖଲ କରିବାକୁ ଯାଇ ଶ୍ରୀ ଜଗଦ୍ଦେବଙ୍କୁ ଜାମିନ୍ ନ େଦବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଥିଲେ।

Leave A Reply

Your email address will not be published.