ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ପ୍ରଶାନ୍ତଙ୍କୁ ବର୍ଷେ ନିର୍ବାଚନମଣ୍ଡଳୀ ମନା

0

ଜାମିନ ଦେଲେ; ବଡ କଟକଣା ଲଗାଇଲେ ସୁପ୍ରିମକୋର୍ଟ
ବିଧାୟକଙ୍କ ଜାମିନକୁ ବିରୋଧ କରିିଥିଲେ ରାଜ୍ୟ ସରକାର
ବାଣପୁରରେ ଗାଡି ମଡାଇ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଥିଲା

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏ ନିଜ ନିର୍ବାଚନମଣ୍ଡଳୀକୁ ଯାଇପାରିବେ ନାହିଁ। ଯଦି ଯାଆନ୍ତି, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ।

ସୁପ୍ରିମକୋର୍ଟ ଏଭଳି ତିନିଟି ବଡ ସର୍ତ୍ତ ସହିତ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଜାମିନ୍ ଅନୁମତି ଦେଇଛନ୍ତି। କୋର୍ଟ ଏକଥା ବି ରାୟରେ କହିଛନ୍ତି ଯେ ଆବଶ୍ୟକସ୍ଥଳେ ତଳ କୋର୍ଟ ଅଧିକ ସର୍ତ୍ତ ଲଗାଇପାରିବେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ବିଚାରପତି ବିକ୍ରମ ନାଥଙ୍କ ଖଣ୍ଡପୀଠରେ ଆଜି ବିଧାୟକ ଶ୍ରୀ ଜଗ‌ଦ୍ଦେବଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହୋଇଥିଲା।

ଖଣ୍ଡପୀଠ ଉଭୟପକ୍ଷଙ୍କର ଯୁକ୍ତି ଶୁଣିବା ପରେ ଶ୍ରୀ ଜଗଦ୍ଦେବଙ୍କ ଜାମିନ୍ ଅନୁମତି ଦେଇଥିଲେ। ହେଲେ ନିର୍ବାଚନମଣ୍ଡଳୀ ଗସ୍ତ ଉପରେ କଟକଣା ଲଗାଇ କହିଥିଲେ ଯେ ବିଧାୟକ ଏହି ସମୟ ମଧ୍ୟରେ କୌଣସି ସାଧାରଣ ସଭାକୁ ଉଦ୍‌ବୋଧନ ଦେଇପାରିବେ ନାହିଁ। ୫ରୁ ଅଧିକ ବ୍ୟକ୍ତିଙ୍କୁ ନେଇ ସଭା କରିବା ମନା।

ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଗୋଟଏ ଅଭାବନୀୟ ଘଟଣା ଘଟିଥିଲା। ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ଲୋକଙ୍କ ଉପରେ ଗାଡି ମଡ଼ାଇ ହତ୍ୟା ଉଦ୍ୟମ, ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିବା ଭଳି ସଙ୍ଗିନ୍ ଅଭିଯୋଗ ରହିଥିଲା। ମେ’୨୦ ତାରିଖରେ ବିଧାୟକଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ସେ ଏସଏଲପି ଜରିଆରେ ସୁପ୍ରିମକୋର୍ଟଙ୍କର ଦ୍ବାରସ୍ଥ ହୋଇଥିଲେ। ମାତ୍ର ରାଜ୍ୟ ସରକାର ଏଥିରେ ଜବାବୀ ସତ୍ୟପାଠ ଦାଖଲ କରିବାକୁ ଯାଇ ଶ୍ରୀ ଜଗଦ୍ଦେବଙ୍କୁ ଜାମିନ୍ ନ େଦବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଥିଲେ।

Leave A Reply

Your email address will not be published.