ପ୍ରମୁଖ ଖବର

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ
୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
ମା’ ବିରଜା ମନ୍ଦିର ଉନ୍ନତିକରଣ କାମ ଠିକ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ୨୫୦୦ ଟଙ୍କା ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା
ଆଜି ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ
ରାଜ୍ୟରୁ ଗଞ୍ଜେଇ ଚାଷ ହେବ ମୂଳପୋଛ, ଡିଜିପି
ବଲାଙ୍ଗଗିରି: ଗଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ,୨ ମୃତ
ଆଣ୍ଡାମାନ ସାଗରରୁ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ପୁର୍ଣ୍ଣଚନ୍ଦ୍ର ସେଠୀଙ୍କ କାର୍, ୪ଯାତ୍ରୀ ଆହତ

ବିଲୁପ୍ତ ହୋଇଯିବେ କି ୨୯ ପ୍ରଜାତିର ଜୀବଜନ୍ତୁ ?

0
  • ବିଲୁପ୍ତ ହେବାକୁ ବସିଲେଣି ୨୯ ପ୍ରଜାତିର ଜୀବଜନ୍ତୁ
  • ଲୋପ ପାଇବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ
  • ସଂରକ୍ଷଣ ପାଇଁ ଅଣ୍ଟା ନ ଭିଡିଲେ ହଜିଯିବେ ଅନେକ ପ୍ରଜାତି

ନ୍ୟୁଜ୍ ବ୍ୟୁରୋ; ସାରା ଦୁନିଆରେ ଅନେକ ପ୍ରଜାତିର ଜୀବଜନ୍ତୁ ଓ ଉଦ୍ଭିଦ ରହିଛନ୍ତି । କିନ୍ତୁ ଏବେ ଅନେକ ପ୍ରଜାତିର ଜୀବଜନ୍ତୁ ବିଲୁପ୍ତ ପ୍ରାୟ ହୋଇଗଲେଣି । କେବଳ ଭାରତରେ ୨୯ ପ୍ରଜାତିର ଜୀବଜନ୍ତୁ ବିଲୁପ୍ତ ହେବାକୁ ବସିଲେଣି । ନିକଟରେ ଆଇୟୁସିଏନ୍ ଏକ ରିପୋର୍ଟ ଜାରି କରିଛି । ଏଥିରେ ଆଇୟୁସିଏନ୍ ଦର୍ଶାଇଛି ଯେ ଭାରତରେ ୨୯ ପ୍ରଜାତି ଏବେ ବିଲୁପ୍ତ ହୋଇଯିବେ । ତେବେ ଏମାନେ ବିଲୁପ୍ତ ହେବାର ମୁୂଖ୍ୟ କାରଣ ହେଉଛି ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ । ଆଇୟୁସିଏନ୍‌ର ତାର ରେଡ୍ ତାଲିକାରେ ୩ଟି ପ୍ରଜାତିକୁ ଅଧିକ ଗୁରୁତ୍ୱ ଦେଇଛି । ରିପୋର୍ଟ ଅନୁଯାୟୀ ଦେଶରେ ୩ଟି ପ୍ରଜାତିକୁ ଅଧିକ ବିପଦ ରହିଛି । ଏହି ୩ଟି ପ୍ରଜାତି ହେଉଛନ୍ତି ଧଳାରଙ୍ଗର ଡ୍ୟାନ୍ସିଙ୍ଗ ବେଙ୍ଗ, ଆଣ୍ଡାମାନ ସ୍ମୁଥ୍‌ହାଉଣ୍ଡ ସାର୍କ ଏବଂ ହିମାଳୟରେ ଥିବା ଫ୍ରିଟିଲାରୀ ଫୁଲ୍ । ଯଦି ଏହାର ସଠିକ୍ ରକ୍ଷଣାବେକ୍ଷଣା କରାନଯାଏ ତେବେ ଏହି ପ୍ରଜାତି ଖୁବଶୀଘ୍ର ବିଲୋପ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

ଅନେକ ବୈଜ୍ଞାନିକଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ କିଛି ବର୍ଷ ମଧ୍ୟରେ ଅନେକ ଜୀବମାନେ ପୃଥିବୀରୁ ବିଲୁପ୍ତ ହୋଇଯିବେ । ତେବେ ପ୍ରଥମରେ ଜାଣିବା ଧଳାରଙ୍ଗର ଡ୍ୟାନ୍ସିଙ୍ଗ ବେଙ୍ଗ ବିଷୟରେ । ଏହି ବେଙ୍ଗ ସାଧାରଣତଃ କର୍ଣ୍ଣାଟକରେ ଦେଖିବାକୁ ମିଳିଥାନ୍ତି । ପୂର୍ବରୁ ଏହି ଜୀବମାନଙ୍କୁ ସବୁଠି ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଏମାନେ ୧୬୭ ବର୍ଗକିଲୋମିଟର ତଥା ଆହୁରି ଦୂରରେ କାଁ ଭାଁ ଦେଖିବାକୁ ମିଳୁଛନ୍ତି । ତେବେ ଏହି ପ୍ରଜାତି ବିଲୁପ୍ତ ହେବାର ମୁଖ୍ୟ କାରଣ ହେଉଛି, ଏମାନଙ୍କ ପାଇଁ ଏବେ ରହିବା ପାଇଁ ସ୍ଥାନ ନାହିଁ । କାରଣ ବାଦାମ ଏବଂ କଫି ଚାଷ ପାଇଁ ଜଙ୍ଗଲ କଟାଯାଉଛି । ଯାହା ଫଳରେ ଏମାନେ ନିଜର ବାସ ହରାଉଛନ୍ତି । ଏନେଇ ଜିଜିଏସ୍ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଜୀବବିଜ୍ଞାନୀ ଡକ୍ଟର ସୁମିତ ଡୁକିଆ କହିଛନ୍ତି ଯେ, ଏହି ଡ୍ୟାନ୍ସିଙ୍ଗ ବେଙ୍ଗର ପ୍ରାୟ ୩୦ ପ୍ରତିଶତ ପ୍ରଜାତି ବିପଦରେ ରହିଛନ୍ତି । ଯଦି ସରକାର ଏମାନଙ୍କ ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଏମାନେ ଖୁବଶୀଘ୍ର ସମାପ୍ତ ହୋଇଯିବେ ।

ସେହିପରି ଦ୍ୱିତୀୟରେ ରହିଛି ସ୍ମୁଥହାଉଣ୍ଡ ସାର୍କ । ଏହି ସାର୍କ ପ୍ରଜାତି ଅଧିକ ବିପଦରେ ରହିଛି । ଏହା ପ୍ରାୟତଃ ଆଣ୍ଡାମାନ ସାଗର, ପୂର୍ବ ଭାରତ ମହାସାଗର, ମିଆଁମାର, ଥାଇଲ୍ୟାଣ୍ଡ, ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପାଖାପାଖି ଦେଖିବାକୁ ମିଳିଥାନ୍ତି । ଏହା ଏକ ଛୋଟ ସାର୍କ ପ୍ରଜାତି । ଏମାନଙ୍କୁ ଗତବର୍ଷ ହିଁ ଚିହ୍ନଟ କରାଯାଇଥିଲା । ସେହି ସମୟରେ ହିଁ ଏହି ପ୍ରଜାତିର ନାଁ ସ୍ମୁଥହାଉଣ୍ଡ ରଖାଯାଇଥିଲା । ତେବେ ଏହି ପ୍ରଜାତି ବିଲୁପ୍ତ ହେବାର ମୁଖ୍ୟ କାରଣ ହେଉଛି ଯେ ଏମାନେ ଯେଉଁ ଗଭୀରତାରେ ବାସ କରିଥାନ୍ତି । ସେଠାରେ ହିଁ ଅଧିକ ମାତ୍ରାରେ ମାଛ ଧରାଯାଇଥାଏ । ଏମାନଙ୍କୁ ମାଛ ଧରାଳୀମାନେ ବହୁମାତ୍ରାରେ ଶିକାର କରୁଛନ୍ତି । ଯାହା ଫଳରେ ଏମାନଙ୍କ ବଂଶ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ଏମାନେ ଶୀଘ୍ର ଲୋପ ପାଇବାକୁ ଯାଉଛନ୍ତି ।

ସେହିପରି ତୃତୀୟରେ ରହିଛି ୟେଲୋ ହିମାଳୟନ୍ ଫ୍ରିଟିଲାରୀ । ଏହା ହେଉଛି ଏକ ଅତି ସୁନ୍ଦର ଫୁଲ । ଏହା ମଧ୍ୟ ବିଲୁପ୍ତ ହେବାକୁ ବସିଲାଣି । ଏହି ଫୁଲ ଲୋପ ପାଇବାର ମୁଖ୍ୟ କାରଣ ହେଉଛି ଯେ ଏହାର ସଠିକ୍ ଭାବରେ ଚାଷ କରାଯ ାଉନାହିଁ । ଯାହା ଫଳରେ ଏହା ଧ୍ୱସାଂଭିମୁଖୀ ହୋଇପଡିଛି ।
ତେବେ ଆଇୟୁସିଏନ୍ ବିଷୟରେ କହିବାକୁ ଗଲେ , ଏହା ହେଉଛି ଏକ ସଂଗଠନ, ଯାହା ଜୈବ ବିବିଧତାର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ । ଏହା ବ୍ୟତୀତ ପୃଥିବୀରେ ଥିବା ସମସ୍ତ ପ୍ରାଣୀଙ୍କ ଉପସ୍ଥିତି ଏବଂ କେଉଁ ପ୍ରଜାତି ବିଲୁପ୍ତ ହେବାକୁ ଯାଉଛନ୍ତି ତାହାର ତାଲିକା ପ୍ରକାଶ କରିଥାନ୍ତି । ପ୍ରାୟ ୧୫ ହଜାରରୁ ଅଧିକ ବୈଜ୍ଞାନିକ ଏହି ସଂଗଠନ ସହ ଜଡିତ ରହିଛନ୍ତି ।

ଏହି ବୈଜ୍ଞାନିକମାନେ ଭାରତରେ ୯୪୭୨ ପ୍ରଜାତରି ଉଦ୍ଭିଦ,ପ୍ରାଣୀ ମଧ୍ୟରୁ ୧୩୫୫ ବିଲୁପ୍ତପ୍ରାୟ ପ୍ରଜାତି ପାଇଛନ୍ତି । ଏଥିମଧ୍ୟରୁ କିଛି ଲୋପ ପାଇବାକୁ ବସିଥିବା ବେଳେ ଆଉ କିଛି ପ୍ରଜାତି ବିପଦରେ ରହିଛନ୍ତି । ତେବେ ଜଳବାୟୁ ପରିବର୍ତ୍ତନରେ ବେଶୀ ପ୍ରଭାବିତ ହେଉଛନ୍ତି ସାମୁଦ୍ରିକ ଜୀବ । ଚଳିତବର୍ଷ ଭାରତରେ ୨୩୯ ପ୍ରଜାତିର ଜୀବଜନ୍ତୁଙ୍କ ବିଷୟରେ ରିସର୍ଚ କରାଯାଇଥିଲା । ସେଥିମଧ୍ୟରୁ ୨୯ଟି ପ୍ରଜାତି ବିଲୁପ୍ତ ହେବାକୁ ଯାଉଥିବା ଜଣାପଡିଥିଲା । ତେବେ ଏହାକୁ ରୋକିବାକୁ ହେଲେ ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ପଡିବ । ନଚେତ୍ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଉଦ୍ଭିଦମାନେ ଲୋପ ପାଇଯିବେ ।

Leave A Reply

Your email address will not be published.