ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଜେଲରୁ ମୁକୁଳିବେ କୋଚର ଦମ୍ପତି

0

ମୁମ୍ବାଇ; ବହୁଚର୍ଚ୍ଚିତ ଆଇସିଆଇସିଆଇ ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା ମାମଲାରେ ଡିସେମ୍ବରରେ ଗିରଫ ହୋଇଥିଲେ ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର । ଆଜି ବମ୍ବେ ହାଇକୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ବମ୍ବେ ହାଇକୋର୍ଟଙ୍କ କହିବା ଅନୁଯାୟୀ, ପୂର୍ବରୁ ଉଭୟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ତଦନ୍ତରେ ସହଯୋଗ କରି ଆସିଛିନ୍ତି । ତେଣୁ ଆଇନ ଅନୁସାରେ ସିବିଆଇ ସେମାନଙ୍କୁ ଗିରଫ କରିବା ଅନୁଚିତ ବୋଲି ହାଇକୋର୍ଟ କହିଛନ୍ତି । ଉଭୟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ, ୨୦୧୨ରେ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଥିବା ବେଳେ ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ଅହେତୁକ ଅନୁକଂପା ଦେଖାଇ ଭିଡିଓକନ୍ ଗ୍ରୁପକୁ ୩ ହଜାର ୨୫୦ କୋଟି ଟଙ୍କାର ଋଣ ଦେଇଥିଲେ । ଏଥିରେ ବହୁ ନିୟମ ଉଲ୍ଲଂଘନ ହୋଇଥିଲା ଏବଂ ପରେ ଏଥିପାଇଁ ବ୍ୟାଙ୍କକୁ ବ୍ୟାପକ କ୍ଷତି ମଧ୍ୟ ସହିବାକୁ ପଡ଼ିଥିଲା । ଏହି ଅଭିଯୋଗ ଘଟଣାରେ ୨୦୧୮ରେ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ ଏବଂ ପରେ ବ୍ୟାଙ୍କ୍ ପକ୍ଷରୁ ତାଙ୍କୁ ବରଖାସ୍ତ କରାଯାଇଥିବା କୁହାଯାଇଥିଲା ।

ତେବେ ୩ ହଜାର ୨୫୦ କୋଟି ଟଙ୍କାର ଆଇସିଆଇସିଆଇ ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା କେସରେ ପ୍ରଥମେ ୨୩ ଡିସେମ୍ବର ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରାଯାଇଥିଲା । ତା’ର ୩ ଦିନ ପରେ, ଭିଡିଓକନ୍ ଗ୍ରୁପର ପ୍ରମୋଟର୍ ତଥା ସିଇଓ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଥିଲା ସିବିଆଇ ।

Leave A Reply

Your email address will not be published.