ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଜେଲରୁ ମୁକୁଳିବେ କୋଚର ଦମ୍ପତି

0

ମୁମ୍ବାଇ; ବହୁଚର୍ଚ୍ଚିତ ଆଇସିଆଇସିଆଇ ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା ମାମଲାରେ ଡିସେମ୍ବରରେ ଗିରଫ ହୋଇଥିଲେ ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର । ଆଜି ବମ୍ବେ ହାଇକୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ବମ୍ବେ ହାଇକୋର୍ଟଙ୍କ କହିବା ଅନୁଯାୟୀ, ପୂର୍ବରୁ ଉଭୟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ତଦନ୍ତରେ ସହଯୋଗ କରି ଆସିଛିନ୍ତି । ତେଣୁ ଆଇନ ଅନୁସାରେ ସିବିଆଇ ସେମାନଙ୍କୁ ଗିରଫ କରିବା ଅନୁଚିତ ବୋଲି ହାଇକୋର୍ଟ କହିଛନ୍ତି । ଉଭୟ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ, ୨୦୧୨ରେ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଥିବା ବେଳେ ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ଅହେତୁକ ଅନୁକଂପା ଦେଖାଇ ଭିଡିଓକନ୍ ଗ୍ରୁପକୁ ୩ ହଜାର ୨୫୦ କୋଟି ଟଙ୍କାର ଋଣ ଦେଇଥିଲେ । ଏଥିରେ ବହୁ ନିୟମ ଉଲ୍ଲଂଘନ ହୋଇଥିଲା ଏବଂ ପରେ ଏଥିପାଇଁ ବ୍ୟାଙ୍କକୁ ବ୍ୟାପକ କ୍ଷତି ମଧ୍ୟ ସହିବାକୁ ପଡ଼ିଥିଲା । ଏହି ଅଭିଯୋଗ ଘଟଣାରେ ୨୦୧୮ରେ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ ଏବଂ ପରେ ବ୍ୟାଙ୍କ୍ ପକ୍ଷରୁ ତାଙ୍କୁ ବରଖାସ୍ତ କରାଯାଇଥିବା କୁହାଯାଇଥିଲା ।

ତେବେ ୩ ହଜାର ୨୫୦ କୋଟି ଟଙ୍କାର ଆଇସିଆଇସିଆଇ ବ୍ୟାଙ୍କ୍-ଭିଡିଓକନ୍ ଋଣ ଘୋଟାଲା କେସରେ ପ୍ରଥମେ ୨୩ ଡିସେମ୍ବର ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରାଯାଇଥିଲା । ତା’ର ୩ ଦିନ ପରେ, ଭିଡିଓକନ୍ ଗ୍ରୁପର ପ୍ରମୋଟର୍ ତଥା ସିଇଓ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଥିଲା ସିବିଆଇ ।

Leave A Reply

Your email address will not be published.