ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଚଳିତ ବର୍ଷ ମୌସୁମୀ ଋତୁ ରେ ସ୍ଵାଭାବିକ ବର୍ଷା

0

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ରହିବ ବୋଲି ଆଇ ଏମ୍ ଡି (ଭାରତୀୟ ପାଣିପାଗ ବିଭାଗ) ଆକଳନ କରିଛି। ପ୍ରେସମିଟ କରି ଏହି ଆଶ୍ୱସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶ ରେ ହାରାହାରି ୮୭.୦ ସେମି ବର୍ଷା ହେଉଥିବା ବେଳେ ଚଳିତ ବର୍ଷ ୯୬% ଏଲ ପି ଏ ( ମଡେଲ ତୃଟି +୫ କିମ୍ୱା -୫ ପ୍ରତିଶତ) ରହିପାରେ। ଅର୍ଥାତ୍ ଚଳିତ ବର୍ଷ ପାଖାପାଖି ୮୩.୫ ସେମି ବର୍ଷା ହେବାର ସମ୍ଭାବନା ରହିଛି।

ବିଭିନ୍ନ ଡାଇନାମିକାଲ ଓ ଷ୍ଟାଟେଷ୍ଟିକାଲ ମଡେଲ କୁ ଅନୁଧ୍ୟାନ କରି ଏହି ପୂର୍ବାନୁମାନ କରାଯାଇଛି। ମୌସୁମୀ କୁ ବିଭିନ୍ନ କାରକ ଯଥା ଏଲନିନୋ, ଆଇ ଓ ଡି, ଉତ୍ତର ଗୋଲାର୍ଦ୍ଧ ର ବିଭିନ୍ନ ଅଞ୍ଚଳ ସ୍ନୋ ର ଉପସ୍ଥିତି ର ପରିମାଣ ଇତ୍ୟାଦି କୁ ଅନୁଧ୍ୟାନ କରି ପୂର୍ବାନୁମାନ କରାଯାଇଥାଏ।

ତେବେ ଚଳିତ ବର୍ଷ ବିଷୁବ ରେଖା ନିକଟସ୍ଥ ପ୍ରଶାନ୍ତ ମହାସାଗର ରେ ଜୁନ ମାସ ରେ ଏଲନିନୋ ବିକଶିତ ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବ ରେ ମୌସୁମୀ ଦ୍ଵିତୀୟ ପର୍ଯ୍ୟାୟ ରେ ପ୍ରଭାବିତ ହୋଇପାରେ। ଅନ୍ୟପଟେ ପଜେଟିଭ ଆଇ ଓ ଡି ମୌସୁମୀ ବର୍ଷା କୁ ସ୍ଵାଭାବିକ କରିବାରେ ସହାୟକ ହେବ। ସେହିପରି ଇଉରୋପ ଓ ଏସିଆ ର ଅନେକ ଅଞ୍ଚଳ ରେ ଚଳିତ ବର୍ଷ କମ୍ ବରଫ ଜମିଥିବା ହେତୁ ମୌସୁମୀ ବର୍ଷା କୁ ସ୍ଵାଭାବିକ କରାଇବାରେ ସହାୟକ ହେବ ବୋଲି ଆକଳନ କରାଯାଇଛି। ତେବେ ମଇ ମାସ ଶେଷ ସପ୍ତାହ ରେ ଚଳିତ ବର୍ଷ ମୌସୁମୀ ବାୟୁ , ଦେଶ ରେ ବର୍ଷା ର ବିତରଣ ସଂପର୍କ ରେ ଅଧିକ ସ୍ପଷ୍ଟ ଆକଳନ ପ୍ରକାଶ ପାଇବ।

(ସାର୍ଥକ ମିଶ୍ର)

Leave A Reply

Your email address will not be published.