ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆଜି ସନ୍ଧ୍ୟା ରେ ଅବପାତ, କାଲି ନେବ ବାତ୍ୟା ର ରୂପ!!

0

ଭୁବନେଶ୍ବର: ଗତକାଲି ଦକ୍ଷିଣ – ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ସେହି ଅଞ୍ଚଳ ରେ ଚିହ୍ନିତ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ବେଳକୁ ଏହି କ୍ଷେତ୍ର ଡିପ୍ରେଶନ ରେ ପରିଣତ ହେବ ଓ ଆସନ୍ତା କାଲି ଘନିଭୂତ ହୋଇ ବାତ୍ୟା ର ରୂପ ନେବ। ଆସନ୍ତା ୧୧ ମେ, ଯାଏଁ ଏହି କ୍ଷେତ୍ର ଉତ୍ତର – ଉତ୍ତର ପଶ୍ଚିମ ଦିଗ ରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ଅଧିକ ଶକ୍ତିଶାଳୀ ହୋଇ କ୍ରମଶଃ ଭୀଷଣ ବାତ୍ୟା, ଅତି ଭୀଷଣ ବାତ୍ୟା ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟ ରେ ଉତ୍ତର – ଉତ୍ତର ପୂର୍ବ ଦିଗ ରେ ଦିଗ ପରିବର୍ତ୍ତନ କରି ବାଂଲାଦେଶ – ମିଆଁମାର ଆଡ଼କୁ ଗତି କରିବ ବୋଲି ଅଧିକାଂଶ ମଡେଲ ଆକଳନ କରୁଛନ୍ତି।

ତେବେ ସାମ୍ଭାବ୍ୟ ବାତ୍ୟା ର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ପଡ଼ିବ ନାହିଁ। ତଥାପି ବାତ୍ୟା ଉପରେ ନଜର ରଖିବାକୁ ହେବ। ତେବେ ୧୩-୧୪ ରେ ଓଡ଼ିଶା ରେ ପାଗ ମେଘୁଆ ରହିବା ସହ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବର୍ଷା, କୋହୋଲା ପାଗ ରହିବା ସମ୍ଭାବନା ରହିଛି। ଏବେ ରାଜ୍ୟ ରେ ଦିନ ତାପମାତ୍ରା ଅଧିକ ରହିଛି। ବାୟୁ ମଣ୍ଡଳ ରେ ଆଦ୍ରତା ଅଧିକ ରହିବା ହେତୁ ଗୁଳୁଗୁଳି ଅନୁଭୁତ ହେଉଛି। ଏହିପରି ପାଗ ଆଉ ୩-୪ ଦିନ ଲାଗି ରହିବ।

ପୂର୍ବାନୁମାନ – ସାର୍ଥକ ମିଶ୍ର ( ପାଣିପାଗ ଗବେଷକ )

Leave A Reply

Your email address will not be published.