ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ସନ୍ଧ୍ୟା ରେ ଅବପାତ, କାଲି ନେବ ବାତ୍ୟା ର ରୂପ!!

0

ଭୁବନେଶ୍ବର: ଗତକାଲି ଦକ୍ଷିଣ – ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ସେହି ଅଞ୍ଚଳ ରେ ଚିହ୍ନିତ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ବେଳକୁ ଏହି କ୍ଷେତ୍ର ଡିପ୍ରେଶନ ରେ ପରିଣତ ହେବ ଓ ଆସନ୍ତା କାଲି ଘନିଭୂତ ହୋଇ ବାତ୍ୟା ର ରୂପ ନେବ। ଆସନ୍ତା ୧୧ ମେ, ଯାଏଁ ଏହି କ୍ଷେତ୍ର ଉତ୍ତର – ଉତ୍ତର ପଶ୍ଚିମ ଦିଗ ରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ଅଧିକ ଶକ୍ତିଶାଳୀ ହୋଇ କ୍ରମଶଃ ଭୀଷଣ ବାତ୍ୟା, ଅତି ଭୀଷଣ ବାତ୍ୟା ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟ ରେ ଉତ୍ତର – ଉତ୍ତର ପୂର୍ବ ଦିଗ ରେ ଦିଗ ପରିବର୍ତ୍ତନ କରି ବାଂଲାଦେଶ – ମିଆଁମାର ଆଡ଼କୁ ଗତି କରିବ ବୋଲି ଅଧିକାଂଶ ମଡେଲ ଆକଳନ କରୁଛନ୍ତି।

ତେବେ ସାମ୍ଭାବ୍ୟ ବାତ୍ୟା ର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ପଡ଼ିବ ନାହିଁ। ତଥାପି ବାତ୍ୟା ଉପରେ ନଜର ରଖିବାକୁ ହେବ। ତେବେ ୧୩-୧୪ ରେ ଓଡ଼ିଶା ରେ ପାଗ ମେଘୁଆ ରହିବା ସହ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବର୍ଷା, କୋହୋଲା ପାଗ ରହିବା ସମ୍ଭାବନା ରହିଛି। ଏବେ ରାଜ୍ୟ ରେ ଦିନ ତାପମାତ୍ରା ଅଧିକ ରହିଛି। ବାୟୁ ମଣ୍ଡଳ ରେ ଆଦ୍ରତା ଅଧିକ ରହିବା ହେତୁ ଗୁଳୁଗୁଳି ଅନୁଭୁତ ହେଉଛି। ଏହିପରି ପାଗ ଆଉ ୩-୪ ଦିନ ଲାଗି ରହିବ।

ପୂର୍ବାନୁମାନ – ସାର୍ଥକ ମିଶ୍ର ( ପାଣିପାଗ ଗବେଷକ )

Leave A Reply

Your email address will not be published.