ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶା ରେ ବାତ୍ୟା ର ପ୍ରଭାବ ବିଶେଷ ରହିବ ନାହିଁ, ବଢିବ ଖରା ଓ ଗୁଳୁଗୁଳି !

0

ଭୁବନେଶ୍ବର: ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଚଳିତ ବର୍ଷ ର ପ୍ରଥମ ବାତ୍ୟା ‘ ମୋକା’ । ମୋକା ଉତ୍ତର- ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ସମୁଦ୍ର ରୁ ଅଧିକ ବଳ ସଂଗ୍ରହ କରି ଅଧିକ ଶକ୍ତିଶାଳୀ ହେଉଛି। ଆକଳନ ଅନୁଯାୟୀ ବାତ୍ୟା ମୋକା ଆଜି ମଧ୍ୟରାତ୍ର ବେଳକୁ ଏକ ଭୀଷଣ ବାତ୍ୟା ର ରୂପ ନେବ। ଆସନ୍ତା କାଲି ସକାଳେ ମୋକା କେନ୍ଦ୍ରୀୟ ବଙ୍ଗୋପସାଗର ରୁ ଦିଗ ପରିବର୍ତ୍ତନ କରି ଉତ୍ତର – ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହୋଇ

ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଆହୁରି ଘନିଭୂତ ହୋଇ ଅତି ଭୀଷଣ ବାତ୍ୟା ରେ ପରିଣତ ହେବ। କ୍ରମଶଃ ଘନୀଭୂତ ହୋଇ ୧୩ ତାରିଖ ମଧ୍ୟାହ୍ନ ବେଳକୁ ଏହି କ୍ଷେତ୍ର ଅତ୍ୟନ୍ତ ଭୀଷଣ ବାତ୍ୟା ରେ ପରିଣତ ହୋଇପାରେ। ଏହା ପରେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିବ ମୋକା। ୧୪ ତାରିଖ ଦିନ ସକାଳେ ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ମଧ୍ୟରେ କୋକ୍ସ ବଜାର ( ବାଂଲାଦେଶ) ଓ କାୟିପିଉ ( ମିଆଁମାର) ମଧ୍ୟରେ ଗୋଟିଏ ଭୀଷଣ ବାତ୍ୟା ହୋଇ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି।

ଓଡ଼ିଶା ରୁ ପାଖାପାଖି ୫୦୦ କିମି ଦୂରରେ ମୋକା ର ଗତିପଥ ରହିବା ହେତୁ ବିଶେଷ ପ୍ରଭାବ ରହିବ ନାହିଁ। କେବଳ ୧୩-୧୪ ରେ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ଅଳ୍ପ କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ହୋଇପାରେ। ଅନ୍ୟ ଅଞ୍ଚଳ ରେ ପାଗ ଶୁଖିଲା ରହିବା ସହ ଖରା ଓ ଗୁଳୁଗୁଳି ବଢିବ।

ବାତ୍ୟା ମୋକା ଯିବା ପରେ ଓଡ଼ିଶା ରେ ଆହୁରି ବଢିବ ଖରା। ୨-୩ ଦିନ ପରେ ଦିନ ତାପମାତ୍ରା ୩-୪°ସି ଯାଏଁ ବଢିପାରେ। କିଛି ଅଞ୍ଚଳ ରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହୋଇପାରେ। ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା ୪୦°ସି ଉପରେ ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ।

ପୂର୍ବାନୁମାନ – ସାର୍ଥକ ମିଶ୍ର ( ପାଣିପାଗ ଗବେଷକ)

Leave A Reply

Your email address will not be published.