ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଶା ରେ ବାତ୍ୟା ର ପ୍ରଭାବ ବିଶେଷ ରହିବ ନାହିଁ, ବଢିବ ଖରା ଓ ଗୁଳୁଗୁଳି !

0

ଭୁବନେଶ୍ବର: ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଚଳିତ ବର୍ଷ ର ପ୍ରଥମ ବାତ୍ୟା ‘ ମୋକା’ । ମୋକା ଉତ୍ତର- ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ସମୁଦ୍ର ରୁ ଅଧିକ ବଳ ସଂଗ୍ରହ କରି ଅଧିକ ଶକ୍ତିଶାଳୀ ହେଉଛି। ଆକଳନ ଅନୁଯାୟୀ ବାତ୍ୟା ମୋକା ଆଜି ମଧ୍ୟରାତ୍ର ବେଳକୁ ଏକ ଭୀଷଣ ବାତ୍ୟା ର ରୂପ ନେବ। ଆସନ୍ତା କାଲି ସକାଳେ ମୋକା କେନ୍ଦ୍ରୀୟ ବଙ୍ଗୋପସାଗର ରୁ ଦିଗ ପରିବର୍ତ୍ତନ କରି ଉତ୍ତର – ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହୋଇ

ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଆହୁରି ଘନିଭୂତ ହୋଇ ଅତି ଭୀଷଣ ବାତ୍ୟା ରେ ପରିଣତ ହେବ। କ୍ରମଶଃ ଘନୀଭୂତ ହୋଇ ୧୩ ତାରିଖ ମଧ୍ୟାହ୍ନ ବେଳକୁ ଏହି କ୍ଷେତ୍ର ଅତ୍ୟନ୍ତ ଭୀଷଣ ବାତ୍ୟା ରେ ପରିଣତ ହୋଇପାରେ। ଏହା ପରେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିବ ମୋକା। ୧୪ ତାରିଖ ଦିନ ସକାଳେ ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ମଧ୍ୟରେ କୋକ୍ସ ବଜାର ( ବାଂଲାଦେଶ) ଓ କାୟିପିଉ ( ମିଆଁମାର) ମଧ୍ୟରେ ଗୋଟିଏ ଭୀଷଣ ବାତ୍ୟା ହୋଇ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି।

ଓଡ଼ିଶା ରୁ ପାଖାପାଖି ୫୦୦ କିମି ଦୂରରେ ମୋକା ର ଗତିପଥ ରହିବା ହେତୁ ବିଶେଷ ପ୍ରଭାବ ରହିବ ନାହିଁ। କେବଳ ୧୩-୧୪ ରେ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ଅଳ୍ପ କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ହୋଇପାରେ। ଅନ୍ୟ ଅଞ୍ଚଳ ରେ ପାଗ ଶୁଖିଲା ରହିବା ସହ ଖରା ଓ ଗୁଳୁଗୁଳି ବଢିବ।

ବାତ୍ୟା ମୋକା ଯିବା ପରେ ଓଡ଼ିଶା ରେ ଆହୁରି ବଢିବ ଖରା। ୨-୩ ଦିନ ପରେ ଦିନ ତାପମାତ୍ରା ୩-୪°ସି ଯାଏଁ ବଢିପାରେ। କିଛି ଅଞ୍ଚଳ ରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହୋଇପାରେ। ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା ୪୦°ସି ଉପରେ ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ।

ପୂର୍ବାନୁମାନ – ସାର୍ଥକ ମିଶ୍ର ( ପାଣିପାଗ ଗବେଷକ)

Leave A Reply

Your email address will not be published.