ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆରମ୍ଭ

0

ଭୁବନେଶ୍ୱର, ୨୨/୦୫: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ।

ତୃତୀୟ ଥର ପାଇଁ ଦୁଇ ସପ୍ତାହବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ମହାନ୍ତି କହିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌କମ୍ ଇଣ୍ଡିଆ ଇନୋଭେସନ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଦହିବରା ଏକ୍ସପ୍ରେସ୍‌ର ସିଇଓ ଶ୍ରୀ ସୌରଭ ଖଣ୍ଡେଲୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୋଭିଡ ମହାମାରୀ ପରେ ଅନେକ ମହିଳା ଘରେ କ୍ଲାଉଡ କିଚେନ୍ ଆରମ୍ଭ କରିଥିବା ପ୍ରକାଶ କହିଥିଲେ । ତେଣୁ ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଆସିଷ୍ଟାଂଟ ପ୍ରଫେସର ତଥା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜକ (ଡକ୍ଟର) ପତିତପାବନ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ଶେଷରେ ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁସ୍ୱାଦୁକର ଭାରତୀୟ ବ୍ୟଞ୍ଜନ, ପୁଷ୍ଟିକର କନ୍‌ଟିନେଂଟାଲ୍ ବ୍ୟଞ୍ଜନ, ବେକରି ଏବଂ ବିଭିନ୍ନ ପ୍ରକାରର ମକ୍‌ଟେଲ୍ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ । ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ

Leave A Reply

Your email address will not be published.