ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ

0

ଭୁବନେଶ୍ୱର, ୨୯ ମେ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ସମ୍ମାନ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ଓଡ଼ିଶାର ଏକ ନମ୍ବର ଏବଂ ଦେଶର ୧୪ ତମ ସ୍ଥାନରେ ସ୍ଥାନିତ ହୋଇଛି ।

ସେହିପରି ସୋଆକୁ ‘ଏଗ୍‌ଜେମ୍‌ପ୍ଲାରୀ ରିସର୍ଚ୍ଚର ଅଫ୍ ଦ ଇୟର୍‌’ (ଚଳିତ ବର୍ଷର ଉଦାହରାଣତ୍ମକ ଗବେଷକ) ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ଏହି କ୍ଷେତ୍ରରେ ସୋଆ ଓଡ଼ିଶାରେ ପ୍ରଥମ ଓ ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଜୁକେସନ୍ ୱାର୍ଲ୍ଡର ପ୍ରକାଶକ ଓ ସମ୍ପାଦକ ଶ୍ରୀ ଦିଲ୍ଲୀପ୍ ଠାକୋରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଏହି ଅବସରରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ର ଡେପୁଟି ଡାଇରେକ୍ଟର (ଇଭାଲୁଏସନ୍‌) ଶ୍ରୀ କୁଲ୍‌ଦୀପ ଡଗର ଏବଂ ଆଫେୟାର୍ସ ଏଗ୍‌ଜିଭିସନ୍ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜିବ ବୋଲିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.