ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ଆରବ ସାଗରରେ ଘୁର୍ଣ୍ଣିବାତ୍ୟା ଯୋଗୁଁ ମୌସୁମୀ ବିଳମ୍ବ

0

ଭୁବନେଶ୍ୱର, ଜୁନ୍ ୭: ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ଯୋଗୁଁ କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଂଚିବାରେ ବିଳମ୍ବ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଘୁର୍ଣ୍ଣିଝଡ଼ ବୁଧବାର ଆହୁରି ଶକ୍ତିଶାଳୀ ହୋଇ ମୁମ୍ବାଇର ୯୯୦ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଓ ଏହା ଉତ୍ତର ଦିଗରେ ଗତି କରି ଉତର ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ ଏହି ଘୁର୍ଣ୍ଣିଝଡ଼ ଯୋଗୁଁ ପଶ୍ଚିମା ପବନ ଦ୍ୱାରା ସାଇକ୍ଲୋନିକ ସର୍କୁଲେସନ୍ ଶକ୍ତିଶାଳୀ ହୋଇ ଭାରତର ପଶ୍ଚିମ ଉପକୂଳରେ ବର୍ଷା କରାଇପାରେ । ଏହା ଫଳରେ କର୍ଣ୍ଣାଟକ ଓ କେରଳରେ ବୃଷ୍ଟିପାତ ହୋଇପାରେ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ଜୁନ ୯ ବା ପରବର୍ତୀ କାଳରେ ପ୍ରବେଶ କରିବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ଜୁନ ୧୭ ରୁ ୨୦ ତାରିଖ ମଧ୍ୟରେ ପ୍ରବେଶ
କରିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

ଏହାଛଡ଼ା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଓ ନିକଟବର୍ତୀ ଅଂଚଳରେ ସୃଷ୍ଟ ଏକ ଘୁର୍ଣ୍ଣିବଳୟ ବାଂଲାଦେଶ ଓ ମିଆଁମାର ଉପୂକଳରେ ଗତି କରିବାର ସମ୍ଭାବନା ଅଛି । ଏଥିଯୋଗୁଁ ଭାରତୀୟ ଭୂଖଣ୍ଡରୁ ବଙ୍ଗୋପ ସାଗର ଆଡ଼କୁ ଗରମ ଓ ଶୁଷ୍କ ବାୟୁ ପ୍ରବାହି ହେଉଛି । ଏହା ଫଳରେ ଓଡ଼ିଶା ଓ ନିକଟବର୍ତୀ ଅଂଚଳରେ ଜୁନ୍ ୮ ଓ ୧୪ ତାରିଖ ମଧ୍ୟରେ ଉତପ୍ତ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି ।

ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ବା ତା ଠାରୁ ଅଧିକ ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

Leave A Reply

Your email address will not be published.