ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଆରବ ସାଗରରେ ଘୁର୍ଣ୍ଣିବାତ୍ୟା ଯୋଗୁଁ ମୌସୁମୀ ବିଳମ୍ବ

0

ଭୁବନେଶ୍ୱର, ଜୁନ୍ ୭: ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ଯୋଗୁଁ କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଂଚିବାରେ ବିଳମ୍ବ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଘୁର୍ଣ୍ଣିଝଡ଼ ବୁଧବାର ଆହୁରି ଶକ୍ତିଶାଳୀ ହୋଇ ମୁମ୍ବାଇର ୯୯୦ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଓ ଏହା ଉତ୍ତର ଦିଗରେ ଗତି କରି ଉତର ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ ଏହି ଘୁର୍ଣ୍ଣିଝଡ଼ ଯୋଗୁଁ ପଶ୍ଚିମା ପବନ ଦ୍ୱାରା ସାଇକ୍ଲୋନିକ ସର୍କୁଲେସନ୍ ଶକ୍ତିଶାଳୀ ହୋଇ ଭାରତର ପଶ୍ଚିମ ଉପକୂଳରେ ବର୍ଷା କରାଇପାରେ । ଏହା ଫଳରେ କର୍ଣ୍ଣାଟକ ଓ କେରଳରେ ବୃଷ୍ଟିପାତ ହୋଇପାରେ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ଜୁନ ୯ ବା ପରବର୍ତୀ କାଳରେ ପ୍ରବେଶ କରିବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ଜୁନ ୧୭ ରୁ ୨୦ ତାରିଖ ମଧ୍ୟରେ ପ୍ରବେଶ
କରିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

ଏହାଛଡ଼ା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଓ ନିକଟବର୍ତୀ ଅଂଚଳରେ ସୃଷ୍ଟ ଏକ ଘୁର୍ଣ୍ଣିବଳୟ ବାଂଲାଦେଶ ଓ ମିଆଁମାର ଉପୂକଳରେ ଗତି କରିବାର ସମ୍ଭାବନା ଅଛି । ଏଥିଯୋଗୁଁ ଭାରତୀୟ ଭୂଖଣ୍ଡରୁ ବଙ୍ଗୋପ ସାଗର ଆଡ଼କୁ ଗରମ ଓ ଶୁଷ୍କ ବାୟୁ ପ୍ରବାହି ହେଉଛି । ଏହା ଫଳରେ ଓଡ଼ିଶା ଓ ନିକଟବର୍ତୀ ଅଂଚଳରେ ଜୁନ୍ ୮ ଓ ୧୪ ତାରିଖ ମଧ୍ୟରେ ଉତପ୍ତ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି ।

ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ବା ତା ଠାରୁ ଅଧିକ ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

Leave A Reply

Your email address will not be published.