ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସୋଆ ପକ୍ଷରୁ କୃଷି ଗବେଷଣାରେ ସାମ୍ପ୍ରତିକ ବିକାଶ ସମ୍ପର୍କିତ ପୁସ୍ତକ ପ୍ରକାଶନ

0

ଭୁବନେଶ୍ୱର,୨୦/୦୨: କୃଷି ଏବଂ ଏହାର ସହଯୋଗୀ କ୍ଷେତ୍ରରେ ଗବେଷଣା ଓ ସାମ୍ପ୍ରତିକ ବିକାଶକୁ ନେଇ ‘ଫୁଡ୍ ଆଣ୍ଡ ଲାଇଭ୍‌ଲିହୁଡ୍ ଚ୍ୟାଲେଞ୍ଜେସ୍ ଆଣ୍ଡ ଅପର୍ଚୁନିଟିଜ’ ଶୀର୍ଷକ ଏକ ପୁସ୍ତକ ମଙ୍ଗଳବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟି ମିଳିତ ଭାବରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଏବଂ ନୂଆଦିଲ୍ଲୀର ନିପା ଜେନ୍‌ଏକ୍ସ ଇଲେକ୍ଟ୍ରୋନିକ୍ ରିସୋର୍ସେସ୍‌ ଆଣ୍ଡ ସଲ୍ୟୁସନ୍‌ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ପ୍ରକାଶିତ କରାଯାଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ଏହି ପୁସ୍ତକ ହେଉଛି ପ୍ରଥମ ବୈଷୟିକ ପ୍ରକାଶନ ।

ଏହି ପୁସ୍ତକରେ ବିଭିନ୍ନ ଜାତୀୟ ଗବେଷଣା ଅନୁଷ୍ଠାନ ସମେତ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍‌)ର ଖ୍ୟାତିସମ୍ପନ୍ନ ଲେଖକମାନେ ସେମାନଙ୍କ ନିଜ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଛନ୍ତି । ପୁସ୍ତକ ଉନ୍ମୋଚନ ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ, ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଏଏସ୍ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଆଇଏଏସ୍‌ର ପ୍ରଫେସର ଏନ୍‌.କେ .ଧଳ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.