ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ସୋଆ ପକ୍ଷରୁ କୃଷି ଗବେଷଣାରେ ସାମ୍ପ୍ରତିକ ବିକାଶ ସମ୍ପର୍କିତ ପୁସ୍ତକ ପ୍ରକାଶନ

0

ଭୁବନେଶ୍ୱର,୨୦/୦୨: କୃଷି ଏବଂ ଏହାର ସହଯୋଗୀ କ୍ଷେତ୍ରରେ ଗବେଷଣା ଓ ସାମ୍ପ୍ରତିକ ବିକାଶକୁ ନେଇ ‘ଫୁଡ୍ ଆଣ୍ଡ ଲାଇଭ୍‌ଲିହୁଡ୍ ଚ୍ୟାଲେଞ୍ଜେସ୍ ଆଣ୍ଡ ଅପର୍ଚୁନିଟିଜ’ ଶୀର୍ଷକ ଏକ ପୁସ୍ତକ ମଙ୍ଗଳବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟି ମିଳିତ ଭାବରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଏବଂ ନୂଆଦିଲ୍ଲୀର ନିପା ଜେନ୍‌ଏକ୍ସ ଇଲେକ୍ଟ୍ରୋନିକ୍ ରିସୋର୍ସେସ୍‌ ଆଣ୍ଡ ସଲ୍ୟୁସନ୍‌ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ପ୍ରକାଶିତ କରାଯାଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ଏହି ପୁସ୍ତକ ହେଉଛି ପ୍ରଥମ ବୈଷୟିକ ପ୍ରକାଶନ ।

ଏହି ପୁସ୍ତକରେ ବିଭିନ୍ନ ଜାତୀୟ ଗବେଷଣା ଅନୁଷ୍ଠାନ ସମେତ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍‌)ର ଖ୍ୟାତିସମ୍ପନ୍ନ ଲେଖକମାନେ ସେମାନଙ୍କ ନିଜ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଛନ୍ତି । ପୁସ୍ତକ ଉନ୍ମୋଚନ ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ, ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଏଏସ୍ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଆଇଏଏସ୍‌ର ପ୍ରଫେସର ଏନ୍‌.କେ .ଧଳ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.