ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

0

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକରେ ୨୫% ବୃଦ୍ଧି କରିଛନ୍ତି। ଏହା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଶୁଣାଣି ଆଦି ବ୍ୟବସ୍ଥା କରିଛନ୍ତି ସରକାର।   

ଅଭିଜ୍ଞତା ଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ। ସେମାନେ ଯେପରି ମାସ ଶେଷରେ ଠିକ୍ ସମୟରେ ସେମାନଙ୍କର ପାରିଶ୍ରମିକ ପାଇପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର। ଯେଉଁ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ ।

ସୂଚନାଯୋଗ୍ୟ: ଆଉଟ୍‌ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟ୍‌ସୋର୍ସିଂ ଏମ୍ପ୍ଲୋଇଜ୍ ଓମ୍ବୁଡ୍‌ସମ୍ୟାନ୍ ଗଠନ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଉଟ୍‌ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀଙ୍କ ଅଭିଯୋଗ ଶୁଣାଣି କରିବା ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ। ଆଉଟ୍‌ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀଗୁଡ଼ିକ ଯେପରି ଅତି ସହଜରେ ସେମାନଙ୍କ ଅଭିଯୋଗଗୁଡ଼ିକ ଦାଖଲ କରିପାରିବେ, ସେଥିପାଇଁ ଏକ ସଫ୍ଟୱୟାର ଆପ୍ଲିକେସନ୍ ବିକଶିତ କରାଯିବ।  ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସୀଗୁଡ଼ିକ ସହିତ ସପ୍ଲିମେଣ୍ଟାରୀ ଏଗ୍ରୀମେଣ୍ଟ କରିବେ। 

Leave A Reply

Your email address will not be published.