ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେଡିରେ ମିଶିଲେ ବିଜୟଙ୍କ ପୁଅ

0

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏହି ମିଶ୍ରଣ ପର୍ବ ସମୟରେ ଉପସ୍ଥିତ ରହିଥିଲେ । ବିଦ୍ଧିବଧଭାବେ ବିଜେଡିରେ ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଅରବିନ୍ଦ କହିଛନ୍ତି କି, ପାଟକୁରାର ବିକାଶକୁ ଆଗକୁ ନେବି । ଆଶା କରୁଛି ନବୀନବାବୁଙ୍କ ଆଶୀର୍ବାଦ ମୋ ଉପରେ ରହିବ ।

ବିଜେଡିରେ ଯୋଗ ଦେବା ପରେ ଅରବିନ୍ଦ ମହାପାତ୍ର ମଧ୍ୟ କହିଥିଲେ, ବାପାଙ୍କ ଆଶୀର୍ବାଦ ନେଇ ପାଟକୁରାବାସୀଙ୍କ ସହ ଆଲୋଚନା ପରେ ବିଜେଡିରେ ଯୋଗ ଦେଇଛି । ବିଜେଡିରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ଅରବିନ୍ଦ।

ସୂଚନାଯୋଗ୍ୟ, ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ।  ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଏକାଧିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଏଣୁ ପାଟକୁରାରୁ ଅରବିନ୍ଦ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି। 

Leave A Reply

Your email address will not be published.