ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗିରଫ ହେଲେ ଏଲଭିସ ଯାଦବ

0

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେତା ଏଲଭିସ ଯାଦବଙ୍କୁ ନୋଇଡା ପୋଲିସ ଗିରଫ କରିଛି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ନୋଏଡା ପୋଲିସ ରବିବାର ଦିନ ତାଙ୍କୁ ପଚରା ଉଚରା କରିବାକୁ ଥାନାକୁ ଡାକିଥିଲା । ପଚରା ଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏଲଭିସ ଯାଦବ ସାପ ବିଶ କାରବାର କରୁଥିବା ଅଭିଯୋଗ ହୋଇଥିଲା । ଏନେଇ କିଛିମାସ ତଳେ ପୋଲିସ ଯାଂଚ ଆରମ୍ଭ କରିଥିଲା ।

ସୂଚନାଥାଉକି, ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାହୁଲ, ଟିଟୁନାଥ, ଜୟ କରଣ, ନାରାୟଣ ଏବଂ ରବିନାଥ। ବିଜେପି ନେତା ମନେକା ଗାନ୍ଧୀଙ୍କ ପଶୁ କଲ୍ୟାଣ ସଂଗଠନ ‘ପିଏଫ’ର ଉଦ୍ୟମରେ ଏହି ପାଞ୍ଚଜଣଙ୍କୁ ଗିରଫ କରାଯାଇଥିଲା।

ଏହା ପରେ ରାହୁଲ ଏଲଭିଶଙ୍କ କାରନାମା ବିଷୟରେ ପ୍ରକାଶ କରିଥିଲେ। ସେତେବେଳେ ପୁଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌଣସି ଗିରଫଦାରୀ ହୋଇପାରି ନଥିଲା। ଏଲଭିଶ ଯାଦବ ରେବ୍ ପାର୍ଟି ପାଇଁ ସାପର ବିଷ ସପ୍ଲାଏ କରୁଥିଲେ ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। 

Leave A Reply

Your email address will not be published.