ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗିରଫ ହେଲେ ଏଲଭିସ ଯାଦବ

0

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେତା ଏଲଭିସ ଯାଦବଙ୍କୁ ନୋଇଡା ପୋଲିସ ଗିରଫ କରିଛି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ନୋଏଡା ପୋଲିସ ରବିବାର ଦିନ ତାଙ୍କୁ ପଚରା ଉଚରା କରିବାକୁ ଥାନାକୁ ଡାକିଥିଲା । ପଚରା ଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏଲଭିସ ଯାଦବ ସାପ ବିଶ କାରବାର କରୁଥିବା ଅଭିଯୋଗ ହୋଇଥିଲା । ଏନେଇ କିଛିମାସ ତଳେ ପୋଲିସ ଯାଂଚ ଆରମ୍ଭ କରିଥିଲା ।

ସୂଚନାଥାଉକି, ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାହୁଲ, ଟିଟୁନାଥ, ଜୟ କରଣ, ନାରାୟଣ ଏବଂ ରବିନାଥ। ବିଜେପି ନେତା ମନେକା ଗାନ୍ଧୀଙ୍କ ପଶୁ କଲ୍ୟାଣ ସଂଗଠନ ‘ପିଏଫ’ର ଉଦ୍ୟମରେ ଏହି ପାଞ୍ଚଜଣଙ୍କୁ ଗିରଫ କରାଯାଇଥିଲା।

ଏହା ପରେ ରାହୁଲ ଏଲଭିଶଙ୍କ କାରନାମା ବିଷୟରେ ପ୍ରକାଶ କରିଥିଲେ। ସେତେବେଳେ ପୁଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌଣସି ଗିରଫଦାରୀ ହୋଇପାରି ନଥିଲା। ଏଲଭିଶ ଯାଦବ ରେବ୍ ପାର୍ଟି ପାଇଁ ସାପର ବିଷ ସପ୍ଲାଏ କରୁଥିଲେ ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। 

Leave A Reply

Your email address will not be published.