ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସୋଆରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

0

ଭୁବନେଶ୍ୱର, ମଇ ୩୧: ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଦନ୍ତ ଚିକିତ୍ସକମାନେ ଉଭୟ ଧୁମ୍ର ପାନ ଓ ଧୁମ୍ର ବିହୀନ ତମାଖୁର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ଏଥିରୁ କିଭଳି ନିବୃତ ରହିପାରିବେ ସେ ନେଇ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ସୋଆରେ କାର୍ଯ୍ୟରତ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ରହି ପରାମର୍ଶ ଗ୍ରହଣ କରିଥିଲେ। ତମାଖୁ ସେବନ ଦ୍ୱାରା କିଭଳି ମୁଖ କର୍କଟ, ଯକୃତ କର୍କଟ, ଫୁସ୍‌ଫୁସ୍ କର୍କଟ, ପାକସ୍ଥଳୀ କର୍କଟ ଓ ପ୍ରଜନନ ଅଂଗ କର୍କଟରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ସେ ନେଇ ଡାକ୍ତରମାନେ ଏହି ସଫେଇ କର୍ମଚାରୀମାନଙ୍କୁ ବୁଝାଇଥିଲେ ।

ସଫେଇ କର୍ମଚାରୀମାନଙ୍କ କ୍ଷେତ୍ରରେ ତମାଖୁ ସେବନର ମାତ୍ରା ଅଧିକ ଦେଖା ଦେଉଥିବାରୁ ସେମାନଙ୍କୁ କିଭଳି ସଚେତନ କରାଯାଇପାରିବ ତାହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଇଡିଏସ୍‌ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଧା ପ୍ରସନ୍ନ ଦଳାଇ ।
ଏହି ଅବସରରେ ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପବ୍ଲିକ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଧର୍ମଶ୍ରୀ ଏସ୍ ଓ ଅନ୍ୟ ବିଭାଗୀୟ ଡାକ୍ତରମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଛାତ୍ରଛାତ୍ରୀମାନେ ସଚେତନ କରାଇବା ସହ ନାଟକ ମାଧ୍ୟମରେ ତମାଖୁ ସେବନର ଭୟାଭୟତା ବଖାଣି ଥିଲେ ।

Leave A Reply

Your email address will not be published.