ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜ୍ୟରେ ବନ୍ଦ ହେବନି ବିଏସକେଓ୍ୱାଇ ଯୋଜନା

0

ଭୁବନେଶ୍ବର: ବିଏସକେଓ୍ୱାଇ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତାର ସ୍ପଷ୍ଟୀକରଣ ରଖିଛି। ପୂର୍ବରୁ ବିଏସକେଓ୍ବାଇ କାର୍ଡରେ ଯେମିତି ସୁବିଧା ମିଳୁଥିଲା ବର୍ତ୍ତମାନ ବି ସେମିତି ସୁବିଧା ମିଳୁଛି। ଏନେଇ ଲୋକଙ୍କ ମଧ୍ୟରେ କିଛି ଦ୍ୱନ୍ଦ ନରହିବା ଉଚିତ। ପୂର୍ବରୁ ଯେମିତି ହସ୍ପିଟାଲ ଓ ସରକାରୀ ଡାକ୍ତରଖାନା ମାନଙ୍କରେ ବିଏସକେଓ୍ବାଇ କାର୍ଡ ବ୍ୟବହାର କରାଯାଉଥିଲା ସେମିତି କରାଯିବ ଏହାକୁ ନେଇ କୌଣସି ଦ୍ୱନ୍ଦ ନରହୁ। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ  ସୂଚନା ଦେଇଛନ୍ତି।

ପ୍ଯାନେଲରେ ଥିବା ହସ୍ପିଟାଲଗୁଡ଼ିକ ପୂର୍ବପରି ବିଏସକେୱାଇ କାର୍ଡଧାରୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇ ଦେବାକୁ କୁହାଯାଇଛି। ଏହି ଯୋଜନାରେ ପୂର୍ବଭଳି ସରକାରଙ୍କ ପକ୍ଷରୁ ହସ୍ପିଟାଲଗୁଡିକୁ ଚିକିତ୍ସା ସମ୍ବନ୍ଧୀୟ ଦେୟ ପ୍ରଦାନ ଜାରି ରହିବ।

ମେଡିକାଲକୁ ଆସୁଥିବା ରୋଗୀ ଯେପରି କୌଣସି ଅସୁବିଧାର ସାମ୍ନା ନହୁଅନ୍ତି, ଏହା ନିଶ୍ଚିତ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୪ ତାରିଖରେ ଏହି ଯୋଜନାରେ ୫ ହଜାର ୮ଶହ ରୋଗୀ ପଞ୍ଜୀକରଣ କରିଥିଲେ। ସେହିପରି ଗତ ୫ ତାରିଖରେ ୫ ହଜାର ୩୮୯ ରୋଗୀ ପଞ୍ଜୀକରଣ କରିଛନ୍ତି। ଯୋଜନାକୁ ନେଇ ରୋଗୀ ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।

ତେବେ, ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ବର୍ତ୍ତମାନ ବଳବତ୍ତର ରହିଛି ବୋଲି କହିଛନ୍ତି  ପ୍ରଦୀପ ଜେନା। ସେ କହିଛନ୍ତି, ସମସ୍ତ ହସ୍ପିଟାଲରେ ବିଏସକେଓ୍ୱାଇ କାର୍ଡରେ ଚିକିତ୍ସା ଚାଲୁ ରହିବ। କୌଣସି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କୁ ଚିକିତ୍ସାରେ ଅବହେଳା କିମ୍ୱା ଫେରାଇ ପାରିବେ ନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଟେଲିଫୋନ ନମ୍ୱର- ୧୦୪ ଜାରି ହୋଇଛି । ବିଏସକେଓ୍ୱାଇରେ ଅବହେଳା ହେଲେ ୧୦୪କୁ କଲ୍ କରିବା ପାଇଁ ପରାମର୍ଶଦିଆଯାଇଛି। କୌଣସି ହସ୍ପିଟାଲ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.