ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜ୍ୟରେ ବନ୍ଦ ହେବନି ବିଏସକେଓ୍ୱାଇ ଯୋଜନା

0

ଭୁବନେଶ୍ବର: ବିଏସକେଓ୍ୱାଇ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତାର ସ୍ପଷ୍ଟୀକରଣ ରଖିଛି। ପୂର୍ବରୁ ବିଏସକେଓ୍ବାଇ କାର୍ଡରେ ଯେମିତି ସୁବିଧା ମିଳୁଥିଲା ବର୍ତ୍ତମାନ ବି ସେମିତି ସୁବିଧା ମିଳୁଛି। ଏନେଇ ଲୋକଙ୍କ ମଧ୍ୟରେ କିଛି ଦ୍ୱନ୍ଦ ନରହିବା ଉଚିତ। ପୂର୍ବରୁ ଯେମିତି ହସ୍ପିଟାଲ ଓ ସରକାରୀ ଡାକ୍ତରଖାନା ମାନଙ୍କରେ ବିଏସକେଓ୍ବାଇ କାର୍ଡ ବ୍ୟବହାର କରାଯାଉଥିଲା ସେମିତି କରାଯିବ ଏହାକୁ ନେଇ କୌଣସି ଦ୍ୱନ୍ଦ ନରହୁ। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ  ସୂଚନା ଦେଇଛନ୍ତି।

ପ୍ଯାନେଲରେ ଥିବା ହସ୍ପିଟାଲଗୁଡ଼ିକ ପୂର୍ବପରି ବିଏସକେୱାଇ କାର୍ଡଧାରୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇ ଦେବାକୁ କୁହାଯାଇଛି। ଏହି ଯୋଜନାରେ ପୂର୍ବଭଳି ସରକାରଙ୍କ ପକ୍ଷରୁ ହସ୍ପିଟାଲଗୁଡିକୁ ଚିକିତ୍ସା ସମ୍ବନ୍ଧୀୟ ଦେୟ ପ୍ରଦାନ ଜାରି ରହିବ।

ମେଡିକାଲକୁ ଆସୁଥିବା ରୋଗୀ ଯେପରି କୌଣସି ଅସୁବିଧାର ସାମ୍ନା ନହୁଅନ୍ତି, ଏହା ନିଶ୍ଚିତ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୪ ତାରିଖରେ ଏହି ଯୋଜନାରେ ୫ ହଜାର ୮ଶହ ରୋଗୀ ପଞ୍ଜୀକରଣ କରିଥିଲେ। ସେହିପରି ଗତ ୫ ତାରିଖରେ ୫ ହଜାର ୩୮୯ ରୋଗୀ ପଞ୍ଜୀକରଣ କରିଛନ୍ତି। ଯୋଜନାକୁ ନେଇ ରୋଗୀ ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।

ତେବେ, ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ବର୍ତ୍ତମାନ ବଳବତ୍ତର ରହିଛି ବୋଲି କହିଛନ୍ତି  ପ୍ରଦୀପ ଜେନା। ସେ କହିଛନ୍ତି, ସମସ୍ତ ହସ୍ପିଟାଲରେ ବିଏସକେଓ୍ୱାଇ କାର୍ଡରେ ଚିକିତ୍ସା ଚାଲୁ ରହିବ। କୌଣସି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କୁ ଚିକିତ୍ସାରେ ଅବହେଳା କିମ୍ୱା ଫେରାଇ ପାରିବେ ନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଟେଲିଫୋନ ନମ୍ୱର- ୧୦୪ ଜାରି ହୋଇଛି । ବିଏସକେଓ୍ୱାଇରେ ଅବହେଳା ହେଲେ ୧୦୪କୁ କଲ୍ କରିବା ପାଇଁ ପରାମର୍ଶଦିଆଯାଇଛି। କୌଣସି ହସ୍ପିଟାଲ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.