ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହାଇକମାଣ୍ଡଙ୍କ ଡ଼ାକରାରେ ଦିଲ୍ଲୀ ଗଲେ ସୁରେଶ ପୂଜାରୀ

0

ଭୁବନେଶ୍ୱର: ହାଇକମାଣ୍ଡଙ୍କ ଡ଼ାକରାରେ ବ୍ରଜରାଜନଗର ଭାଜପା ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ କୌଣସି ବଡ଼ ଭୂମିକା ମିଳିପାରେ। ରବିବାର ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିପାରନ୍ତି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାଁ ରହିଛି। ଏହାରି ଭିତରେ ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଓଡ଼ିଶାରେ ଭାଜପା ବିଧାନସଭାରେ ୭୮ ବିଧାୟକ ସହିତ ବହୁତ ମତ ହାସଲ କରିଛି। ସୋମବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇପାରି ନାହିଁ। ତେବେ ଶନିବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସୋମବାର ସକାଳେ ବିଧାୟକ ଦଳ ବୈଠକ ବସିବ। ଯେଉଁଠି ସର୍ବସମ୍ମତି କ୍ରମେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିବ।

ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ରେସରେ ଥିବା ପ୍ରମୁଖ ଚର୍ଚ୍ଚିତ ନାଁ ଗୁଡିକ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମରେ ରହିଛନ୍ତି। ତାଙ୍କ ପଛକୁ ମନମୋହନ ସାମଲ, କେଭି ସିଂହଦେଓ, ମୋହନ ମାଝୀଙ୍କ ନାଁ ରହିଛି। ଅପରପକ୍ଷେ ରବିବାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲା ବେଳେ ଓଡ଼ିଶାରୁ କେଉଁ ନେତାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.