ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ହାଇକମାଣ୍ଡଙ୍କ ଡ଼ାକରାରେ ଦିଲ୍ଲୀ ଗଲେ ସୁରେଶ ପୂଜାରୀ

0

ଭୁବନେଶ୍ୱର: ହାଇକମାଣ୍ଡଙ୍କ ଡ଼ାକରାରେ ବ୍ରଜରାଜନଗର ଭାଜପା ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ କୌଣସି ବଡ଼ ଭୂମିକା ମିଳିପାରେ। ରବିବାର ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିପାରନ୍ତି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାଁ ରହିଛି। ଏହାରି ଭିତରେ ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଓଡ଼ିଶାରେ ଭାଜପା ବିଧାନସଭାରେ ୭୮ ବିଧାୟକ ସହିତ ବହୁତ ମତ ହାସଲ କରିଛି। ସୋମବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇପାରି ନାହିଁ। ତେବେ ଶନିବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସୋମବାର ସକାଳେ ବିଧାୟକ ଦଳ ବୈଠକ ବସିବ। ଯେଉଁଠି ସର୍ବସମ୍ମତି କ୍ରମେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିବ।

ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ରେସରେ ଥିବା ପ୍ରମୁଖ ଚର୍ଚ୍ଚିତ ନାଁ ଗୁଡିକ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମରେ ରହିଛନ୍ତି। ତାଙ୍କ ପଛକୁ ମନମୋହନ ସାମଲ, କେଭି ସିଂହଦେଓ, ମୋହନ ମାଝୀଙ୍କ ନାଁ ରହିଛି। ଅପରପକ୍ଷେ ରବିବାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲା ବେଳେ ଓଡ଼ିଶାରୁ କେଉଁ ନେତାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.