ପ୍ରମୁଖ ଖବର

ଭଦ୍ରକରେ ଟେକ୍ସଟାଇଲ ପାର୍କ ଓ ପାରାଦୀପରେ ହେବ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ : ଶିଳ୍ପମନ୍ତ୍ରୀ
ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ
ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି, ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ
ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ
ମୋ ପରେ ସୁଜିତ ଦଳ ଛାଡ଼ିଲେ, ଆଗକୁ ଅନେକ ଆସିପାରନ୍ତି : ମମତା ମହାନ୍ତ
ଲକ୍ଷ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ଜାଲରେ ଧରା ପଡିଲେ ନୂଆପଡ଼ା ଏମ୍‌ଭିଆଇ
ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି
ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST
ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ
ମଣିପୁରରେ ପୁଣି ହିଂସା

ଡିପଥେରିଆ ପାଇଁ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

0

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ରୋଗ। କମ ଦିନ ଭିତରେ ବିସ୍ତାରି ଗଲାଣି ଏହି ରୋଗ।ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ମାଡ଼ି ଗଲାଣି। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ମାଡ଼ିଥିବା ଡେପଥେରିଆକୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। ଏଥିସହ ସଂକ୍ରମଣର କାରଣ ଖୋଜିବାକୁ ମଧ୍ୟ ଚେଷ୍ଟା କରାଯାଉଛି।

ଧୀରେଧୀରେ ସଂକ୍ରମଣ ବ୍ୟାପୁଥିବାରୁ ଆଜିଠାରୁ ରାୟଗଡ଼ା କାଶୀପୁର ବ୍ଲକରେ ଆରମ୍ଭ ହୋଇଛି ଡିପଥେରିଆ ବୁଷ୍ଟର ଡୋଜ ଟିକାକରଣ। ମୁନୁଷପଦର ସମେତ ଅନ୍ୟ ୫ଟି ଗାଁରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଟିକାକରଣ କରୁଛି। ଆଦୌ ଡିପଥେରିଆ ଟିକା ନେଇ ନଥିବା ଶିଶୁଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବା ସହ ଅନ୍ୟ ବର୍ଗ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି।

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ। ଡିପଥେରିଆ ରାୟଗଡ଼ା ଡେଇଁ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବା ପରେ ଚିନ୍ତାରେ ଅଛନ୍ତି ସରକାର। ଗତକାଲି କଳାହାଣ୍ଡି ରୁ ୪-୫ ଜଣ ସନ୍ଦିଗ୍ଧ ଡିପଥେରିଆ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଏମଆରସି କୁ ପଠାଯାଇଛି। ସଂକ୍ରମିତ ଅଞ୍ଚଳବାସୀଙ୍କୁ ମାସ୍କ ପିନ୍ଧିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.