ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି। କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ। ଦିଲ୍ଲୀ ମଦ ଦୁର୍ନୀତିରେ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି। ୧ ଲକ୍ଷ ଟଙ୍କାର ଜମାନତ ରାଶି ଆଧାରରେ ତାଙ୍କୁ ଜାମିନ ମିଳିଛି। ଏକ ଲକ୍ଷ ଟଙ୍କାର ବଣ୍ଡ ରାଶି ଆଧାରରେ ଆସନ୍ତାକାଲି କେଜ୍ରିୱାଲ ତିହାର ଜେଲରୁ ବାହାରି ପାରିବେ ବୋଲି ରାଉଜ ଏଭେନ୍ୟୁ କୋର୍ଟ କହିଛନ୍ତି। ସେପଟେ କିନ୍ତୁ ଜାମିନର ବିରୋଧ ପାଇଁ ୪୮ ସମୟ ମାଗିଛି ଇଡି।

ସୂଚନା ଅନୁସାରେ, ଗତ ୨୧ ମାର୍ଚ୍ଚ ୨୦୨୪ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହାପରେ, ମେ ୧୦ ରେ ତାଙ୍କୁ ଲୋକସଭା ନିର୍ବାଚନ ​​ପ୍ରଚାର କରିବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ଗିରଫ ହେବାର ୯୧ ଦିନ ପରେ, ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ ସମୟରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଓ ଜୁନ ୨ରେ ସେ ତିହାର ଜେଲ ଯାଇ ଆତ୍ମସମର୍ପଣ କରିଥିଲେ ।

Leave A Reply

Your email address will not be published.