ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି। କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ। ଦିଲ୍ଲୀ ମଦ ଦୁର୍ନୀତିରେ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି। ୧ ଲକ୍ଷ ଟଙ୍କାର ଜମାନତ ରାଶି ଆଧାରରେ ତାଙ୍କୁ ଜାମିନ ମିଳିଛି। ଏକ ଲକ୍ଷ ଟଙ୍କାର ବଣ୍ଡ ରାଶି ଆଧାରରେ ଆସନ୍ତାକାଲି କେଜ୍ରିୱାଲ ତିହାର ଜେଲରୁ ବାହାରି ପାରିବେ ବୋଲି ରାଉଜ ଏଭେନ୍ୟୁ କୋର୍ଟ କହିଛନ୍ତି। ସେପଟେ କିନ୍ତୁ ଜାମିନର ବିରୋଧ ପାଇଁ ୪୮ ସମୟ ମାଗିଛି ଇଡି।

ସୂଚନା ଅନୁସାରେ, ଗତ ୨୧ ମାର୍ଚ୍ଚ ୨୦୨୪ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହାପରେ, ମେ ୧୦ ରେ ତାଙ୍କୁ ଲୋକସଭା ନିର୍ବାଚନ ​​ପ୍ରଚାର କରିବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ଗିରଫ ହେବାର ୯୧ ଦିନ ପରେ, ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ ସମୟରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଓ ଜୁନ ୨ରେ ସେ ତିହାର ଜେଲ ଯାଇ ଆତ୍ମସମର୍ପଣ କରିଥିଲେ ।

Leave A Reply

Your email address will not be published.