ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଭର୍ତ୍ତୃହରି ମହତାବ ଲୋକ ସଭାର କାମଚଳା ବାଚସ୍ପତି

0

ନୂଆଦିଲ୍ଲୀ: ଓଡ଼ିଶାର ବରିଷ୍ଠ ଲୋକ ସଭା ଏମପି ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ଲୋକ ସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କରେନ ରିଜିଜୁ କହିଛନ୍ତି।

ସୂଚନାଯୋଗ୍ୟ; ଭର୍ତ୍ତୃହରି ଲୋକ ସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ଭର୍ତ୍ତୃହରି ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ଲୋକ ସଭାକୁ ବିଜୟୀ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।

ଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ତାଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.