ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ନିଟ୍ ଦୁର୍ନୀତି ମାମଲାରେ ମୁଁହ ଖୋଲିଲେ ତେଜସ୍ୱୀ ଯାଦବ

0

ନ୍ୟୁଜ୍ ବ୍ୟୁରୋ: ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି ବୋଲି ବିଜୟ କୁମାର ଅଭିଯୋଗ ଆଣିବା ପରେ ଏବେ ମୁହଁ ଖୋଲିଛନ୍ତି ତେଜସ୍ୱୀ ଯାଦବ।ତାଙ୍କର ସରକାରୀ ବ୍ୟକ୍ତିଗତ ସଚିବ (ପିଏସ୍‌)ଙ୍କୁ ନେଇ ସେ ବଡ଼ ବୟାନ ଦେଇଛନ୍ତି । ତେଜସ୍ୱୀ କହିଛନ୍ତି ଯେ, ଯଦି ଆବଶ୍ୟକ ଅଛି ତେବେ ମୋ ପିଏସ୍‌ଙ୍କୁ ଡାକି ପାଚରାଉଚରା କରନ୍ତୁ । ଯିଏ ବି ଏହି ପେପର ଲିକ୍‌ ମାମଲାରେ ଦୋଷୀ ତାଙ୍କୁ ଗିରଫ କରାଯାଉ । ଯଦି ଏମାନଙ୍କ ଦ୍ୱାରା ହେଉନାହିଁ ତେବେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହୁଛି ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଗିରଫ ହୋଇଥିବା ଇଞ୍ଜିନିୟର ଆଶିଂକ ଭାବେ ଜଡ଼ିତ ଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଅମିତ ଆନନ୍ଦ ବୋଲି ସେ ସିଧାସଳଖ କହିଛନ୍ତି ।

ଅନ୍ୟପଟେ ୧୫୬୩ ଆଶାୟୀଙ୍କ ପୁନର୍ବାର ପରୀକ୍ଷା ହେବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଜାରି ହୋଇଛି ନିଟ୍ ୟୁଜିର ପୁନର୍ବାର ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ। ଏହି ୧୫୬୩ ଆଶାୟୀଙ୍କୁ ଗ୍ରେସ୍‌ ମାର୍କ ମିଳିଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ସେମାନଙ୍କର ଗ୍ରେସ ମାର୍କ ରଦ୍ଦ କରିଥିଲା । ଏମାନଙ୍କ ମଧ୍ୟରୁ ଯଦି କୌଣସି ଆଶାୟୀ ପୁନର୍ବାର ପରୀକ୍ଷା ନ ଦିଅନ୍ତି ତେବେ ତାଙ୍କୁ ବିନା ଗ୍ରେସ୍‌ ମାର୍କରେ ରଖିଥିବା ନମ୍ବର ପ୍ରଦାନ କରିବାକୁ କୁହାଯାଇଛି। ଏହି ପରୀକ୍ଷା ୨୩ ଜୁନ୍‌ରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.