ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବାଣ ଗୋଦାମରେ ବିସ୍ଫୋରଣ, ବ୍ୟବସାୟୀ ଜୀବନ୍ତ ଦଗ୍ଧ

0


ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ୧୫ମିନିଟ ସମୟରେ ଇଲେକ୍ଟ୍ରି ସର୍ଟସର୍କିଟରୁ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ(୫୬)। ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଶନିବାର ଅପରାହ୍ନ ସମୟରେ ଘର ନିକଟ ଏକ ଅସ୍ଥାୟୀଘରେ ଥିବା ବାଣ ଗୋଦାମକୁ ଯାଇଥିଲେ।

ପ୍ରାଥମିକ ତଦନ୍ତରୁ ବାଣ ଭିଡୁଥିବାବେଳେ କୌଣସି କାରଣବଶତଃ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀଘରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସମସ୍ତେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ। ସେଠାରେ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ବେଳେ ଅସ୍ଥାୟୀ ଘରର ଛପର ଉଡି ଯାଇଥିଲା। ବେତନଟୀ ଅଗ୍ନିଶମ ବିଭାଗ ସମେତ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ପୁରା ଗାଁ ସ୍ତବ୍ଧ ହୋଇଯାଇଛି।ସନ୍ଦେହ କରାଯାଉଛି କି ବିଦ୍ୟୁତ ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବାରୁ ବିସ୍ଫୋରଣ ଘଟିଛି।

Leave A Reply

Your email address will not be published.