ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ବାଣ ଗୋଦାମରେ ବିସ୍ଫୋରଣ, ବ୍ୟବସାୟୀ ଜୀବନ୍ତ ଦଗ୍ଧ

0


ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ୧୫ମିନିଟ ସମୟରେ ଇଲେକ୍ଟ୍ରି ସର୍ଟସର୍କିଟରୁ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ(୫୬)। ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଶନିବାର ଅପରାହ୍ନ ସମୟରେ ଘର ନିକଟ ଏକ ଅସ୍ଥାୟୀଘରେ ଥିବା ବାଣ ଗୋଦାମକୁ ଯାଇଥିଲେ।

ପ୍ରାଥମିକ ତଦନ୍ତରୁ ବାଣ ଭିଡୁଥିବାବେଳେ କୌଣସି କାରଣବଶତଃ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀଘରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସମସ୍ତେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ। ସେଠାରେ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ବେଳେ ଅସ୍ଥାୟୀ ଘରର ଛପର ଉଡି ଯାଇଥିଲା। ବେତନଟୀ ଅଗ୍ନିଶମ ବିଭାଗ ସମେତ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ପୁରା ଗାଁ ସ୍ତବ୍ଧ ହୋଇଯାଇଛି।ସନ୍ଦେହ କରାଯାଉଛି କି ବିଦ୍ୟୁତ ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବାରୁ ବିସ୍ଫୋରଣ ଘଟିଛି।

Leave A Reply

Your email address will not be published.