ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଜମି ବାଡ଼ି ପାଇଁ ମା’-ବାପାଙ୍କୁ ନୃଶଂସ ଭାବେ ହତ୍ୟା କଲା ପୁଅ

0


ବାଲେଶ୍ବର: ସାମାନ୍ୟ କିଛି ଟଙ୍କା ପାଇଁ ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେଲା ନୃଶଂସ ପୁଅ। ବାଲେଶ୍ୱର ଜିଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କଲା ପୁଅ ମା’-ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମାଟିରେ ପୋତି ଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ପ୍ରମାଣ ନଷ୍ଟ ନିମନ୍ତେ ଘର ଆଗରେ ଥିବା ଜାଗା ଖୋଳି ଶବ ପୋତି ଦେଇଥିଲା।ବାରି ପଛପଟୁ ଦୁର୍ଗନ୍ଧ ହେବା ସହ ଭାଇଙ୍କ ଉପରେ ଦୁଇ ଭଉଣୀଙ୍କ ସନ୍ଦେହ ବଢ଼ିଥିଲା। ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ବୃଦ୍ଧ ଦମ୍ପତି ହେଲେ ୯୦ ବର୍ଷୀୟ ବୁଲେଇ ବେହେରା ଓ ତାଙ୍କ ପତ୍ନୀ ୭୫ ବର୍ଷୀୟା ଚମ୍ପା ବେହେରା ।ଏପରିକି ମାଜିଷ୍ଟ୍ରେଟଙ୍କ ଓ ସାଇଣ୍ଟିଫିକ୍‌ ଟିମ୍‌ଙ୍କ ଉପସ୍ଥିତିରେ ଖୋଳତାଡ଼ ଆରମ୍ଭ ହୋଇଛି। ବହୁ ସମୟ ଖୋଳାଖୋଳି ପରେ ମାଟି ତଳୁ ବୁଲେଇଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହାପରେ ଚମ୍ପାଙ୍କ ମୃତଦେହ ଉଦ୍ଧାର ପାଇଁ ବି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି।ବର୍ତ୍ତମାନ ସୁଦ୍ଧା ମାଟି ତଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ମୃତଦେହ ପାଇବା ପାଇଁ ମାଟି ଖୋଳା ଜାରି ରହିଛି। ଅଭିଯୁକ୍ତ ପୁଅ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଳିସର ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.