ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ରାଜ୍ୟରେ ୫ ଲକ୍ଷ ଲୋକଙ୍କୁ ମିଳିବ ନୂଆ ଘର

0

ଭୁବନେଶ୍ୱର: ଓଡ଼ିଶାରେ କ୍ଷମତାକୁ ଆସୁଆସୁ ୧୦୦ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ କିଷାନ ନିଧିରେ କୃଷକଙ୍କୁ କିସ୍ତିରେ ଟଙ୍କା ପଠାଇଛନ୍ତି। ଏହି ୧୦୦ ଦିନ ଭିତରେ ରାଜ୍ୟର ହଜାର ହଜାର ମହିଳା ୫୦ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ନୂଆ ଅପଡେଟ ମଧ୍ୟ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ରାଜ୍ୟରେ ୫ ଲକ୍ଷ ନୂଆ ଘର ନିର୍ମାଣ କରିବାକୁ ଯୋଜନା କରିଛନ୍ତି ସରକାର।

ରାଜ୍ୟରେ ଭାଜପା ସରକାର ଗଠନ ପରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପ୍ରାକ ବଜେଟ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ରାଜ୍ୟର ବିକାଶ ପାଇଁ ଅନେକ ଦାବି ରଖିଛନ୍ତି ସରକାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଘର ମାଗିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ୫ ଲକ୍ଷ ଘର ପାଇଁ କେନ୍ଦ୍ର ବଜେଟରେ ଆବଣ୍ଟନ କରାଯାଉ ବୋଲି କନକବର୍ଦ୍ଧନ କହିଛନ୍ତି । କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ ୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘର ଯୋଗାଇ ଦିଆଯାଇ ପାରିବ।

ଯେଉଁମାନେ ଘରଟିଏ ତିଆରି କରିବାକୁ ଆର୍ଥିକ ଭାବରେ ସକ୍ଷମ ନୁହଁନ୍ତି। ଏଭଳି ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ଧନରାଶି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲକ୍ଷ୍ୟ ହେଉଛି ଗରିବ ଜନ ସାଧାରଣଙ୍କୁ ପକ୍କା ଘର ଯୋଗାଇ ଦେବା। ଚାଳ ଛପର ଘରେ ରହୁଥିବା ଗରିବ ଜନସାଧାରଣଙ୍କୁ ପକ୍କା ଘରଟିଏ ତିଆରି କରିବାକୁ ଯେଭଳି କିଛି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି ସରକାର। ଏହି ଯୋଜନାରେ ସାମିଲ ହେବାକୁ ହେଲେ ପରିବାର ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ ।ପରିବାରର ମୁଖ୍ୟଙ୍କ ନାମରେ ପକ୍କାଘର ରହିଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

Leave A Reply

Your email address will not be published.