ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ଅମରନାଥ ଯାତ୍ରା

0

ଜାମ୍ମୁକାଶ୍ମୀର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଜାମ୍ମୁକାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିରକୁ ଏହି ବାର୍ଷିକ ତୀର୍ଥଯାତ୍ରା ଅଗଷ୍ଟ୧୯ ପର୍ଯ୍ୟନ୍ତ ଚାଲିବ। ଶ୍ରୀନଗର ଠାରୁ ୧୪୧ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବାଲ୍ଟାଲ ଏବଂ ପହଲଗାମ ଦୁଇଟି ମାର୍ଗ ଦେଇଯାଇପାରିବେ ଶ୍ରଦ୍ଧାଳୁ।

ଏହି ମନ୍ଦିରରେ ୫୧ଟି ଶକ୍ତିପୀଠ ରହିଛି। ଏହି ସ୍ଥାନରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଜୀବନ ଏବଂ ଅନନ୍ତତାର ରହସ୍ୟ କହିଥିଲେ ବୋଲି କିମ୍ବଦନ୍ତୀରେ ବର୍ଣ୍ଣନା କରାଯାଇଛି। ଏହି ମନ୍ଦିର ଅଧିକାଂଶ ବର୍ଷ ବରଫରେ ଆଚ୍ଛାଦିତ ହୋଇ ରହିଥାଏ ଏବଂ ପଡୁଥିବା ଟୋପା ଟୋପା ପାଣିବୁନ୍ଦାରୁ ଶିବଲିଙ୍ଗ ସୃଷ୍ଟି ହୁଏ।

ଗ୍ରୀଷ୍ମ ଋତୁରେ ମନ୍ଦିରଟି ଖୁବ୍ କମ୍ ସମୟ ପାଇଁ ଖୋଲା ଯାଇଥାଏ। ୪୦ ମିଟର ଉଚ୍ଚତାରେ ଥିବା ଶିବଲିଙ୍ଗକୁ ଦେଖିବା ପାଇଁ ଭକ୍ତଙ୍କୁ ୩୫ରୁ ୪୮ କିଲୋମିଟର ଯିବାକୁ ପଡିଥାଏ, ଯେଉଁଥି ପାଇଁ ଯାତ୍ରାର ପ୍ରଥମ ଦିନରୁ ହିଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ଅମରନାଥଙ୍କ ଦର୍ଶନ ଆଷାଢ ପୂର୍ଣ୍ଣମାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ। ଅର୍ଥାତ ବାବା ଅମରନାଥ ଭକ୍ତମାନଙ୍କୁ ଦୁଇମାସ ଧରି ଦର୍ଶନ ଦେଇଥାନ୍ତି। ଭଗବାନ ଶିବଙ୍କର ଏକ ପ୍ରମୁଖ୍ୟ ତୀର୍ଥସ୍ଥଳି ଅମରନାଥ ଧାମ ଭଗବାନ ଶିବଙ୍କର ଦୁର୍ଲଭ ଏବଂ ପ୍ରାକୃତିକ ଦର୍ଶନ ପାଇଥାନ୍ତି ଭକ୍ତମାନେ।

Leave A Reply

Your email address will not be published.