ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଜାପାନରେ ଗାଡି ଚଳାଇବେ ଓଡିଶାର ୩୦ ଗାଡି ଚାଳକ

0

ଭୁବନେଶ୍ବର: ଭାରତରେ ଓଡିଶା ପ୍ରଥମ ରାଜ୍ୟ ଯେ କି ଯାନଚାଳକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କ ସମେତ ଓଡିଶାର ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର ସଫଳତା। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ଓଡିଶା ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଯାନଚାଳକ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ଯାନଚାଳକମାନଙ୍କ ପାଇଁ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ପ୍ରଥମ ପର୍ଯ୍ୟାୟରେ ଜାପାନରେ କାମ କରିବାର ସୁଯୋଗ ପାଇବା ପାଇଁ ଓଡିଶାର ୩୦ ଜଣ ଯାନଚାଳକଙ୍କୁ ଚୟନ କରାଯାଇଛି।

ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି ଓ ନିରାପତ୍ତା ଯାନଚାଳକମାନଙ୍କର ଆଦର୍ଶ ହେବା ଉଚିତ। ସେମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଜାପାନ ଯିବା ପୂର୍ବରୁ ଏହି ଯାନଚାଳକମାନେ ବେଙ୍ଗାଲୁରୁରେ ଜାପାନୀ ଭାଷା, ସଂସ୍କୃତି ଏବଂ ନିୟମାବଳୀ ଉପରେ ତାଲିମ ନେବେ। ସେମାନଙ୍କ ପାଇଁ ପାସପୋର୍ଟ ଏବଂ ଭିସାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ପ୍ରକ୍ରିୟା ପାଇଁ ଯାନଚାଳକ ପିଛା ୨.୩ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ମନ୍ତ୍ରୀ ଜେନା ନୂତନ ଯାନଚାଳକମାନଙ୍କୁ ବିଦେଶରେ ଓଡ଼ିଶାର ପରିଚୟ ଓ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.