ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସର୍ବଭାରତୀୟ ଭାରୋତ୍ତୋଳନରେ ଗୋଲ୍ଡ ମେଡାଲ ହାସଲ କଲେ ଓଡ଼ିଆ ପୁଅ ରୋହିତ

0

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଓଡ଼ିଆ ପୁଅ ନିଜର କମାଲ ଦେଖାଇଛନ୍ତି। ଜାତୀୟସ୍ତରୀୟ ଭାରୋତ୍ତୋଳନରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ରାଉରକେଲାର ୧୭ ବର୍ଷୀୟ ରୋହିତ ରାଜ ଭଟ୍ଟ। ଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ଜିତିଛନ୍ତି ରୋହିତ। ଦିଲ୍ଲୀ ଠାରେ ଇଣ୍ଡିଆନ ପାୱାର-ଲିଫ୍ଟିଙ୍ଗ୍‌ ଫେଡେରେସନ ପକ୍ଷରୁ ଜାତୀୟସ୍ତରୀୟ ପାୱାରଲିଫ୍ଟ ଚମ୍ପିଆନସିପ୍‌ ଆୟୋଜନ ହୋଇଥିଲା। ଏଥିରେ ଉପକନିଷ୍ଠ ବର୍ଗରେ ୭୪ କେଜି କାଟାଗୋରୀରେ ଭାଗ ନେଇ ରୋହିତ ରାଜ ଭଟ୍ଟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଯାହାକୁ ନେଇ ରୋହିତ ଓ ପରିବାର ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

ତେବେ ଗୋଲ୍ଡ ମେଡାଲକୁ ନିଜ ପରିବାର ବର୍ଗଙ୍କୁ ଉତ୍ସର୍ଗ କରିଛନ୍ତି ରୋହିତ। ଏହି ସଫଳତାର ଶ୍ରେୟ ସେ ନିଜ ବାପା ଏବଂ ମାଆଙ୍କୁ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଥର ପାଇଁ ଜାତୀୟସ୍ତରରେ ଖେଳିଲି ଏବଂ ପାୱାରଲିଫ୍ଟ ଏବଂ ଡେଡ୍‌ଲିଫ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ଗୋଲ୍ଡ ମେଡାଲ ପାଇଛି। ଖେଳ ପ୍ରଦର୍ଶନ କରିବା ଆଗରୁ ଟିକିଏ ନର୍ଭସ ଥିଲି। କିନ୍ତୁ ମନକୁ ଶାନ୍ତ ରଖି ଭଲ ପ୍ରଦର୍ଶନ କରିଥିଲି ଏବଂ ଯେହେତୁ ଟ୍ରେନିଂ ଭଲ ହୋଇଥିଲା ଏବଂ ଡାଏଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଭଲ କରିଥିଲି, ତେଣୁ ଭଲ ପ୍ରଦର୍ଶନ ହେଲା। ମୋ ସହ ଉତ୍ତରପ୍ରଦେଶ ପ୍ରତିଯୋଗୀଙ୍କର କଡ଼ା ଫାଇଟ ହୋଇଥିଲା। ତାଙ୍କୁ ହରାଇ ମୁଁ ଗୋଲ୍ଡ ମେଡାଲ ଜିତିବା ପରେ ବେଶ ଖୁସି ଲାଗୁଛି।

Leave A Reply

Your email address will not be published.