ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଉପ ବାଚସ୍ପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କଲେ ଭବାନୀ ଶଙ୍କର

0

ନୂଆଦିଲ୍ଲୀ; ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ଭବାନୀ। ତେବେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ।

ସୂଚନା ଅନୁସାରେ , ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ଆଜି ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଛି। ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବନୀ ଶଙ୍କର ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଛନ୍ତି।

ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଉପବାଚସ୍ପତି ପଦ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ଏହା ପରେ ସେ ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ଉପବାଚସ୍ପତି ନିର୍ବାଚିତ ହେବା ପରେ ତା ପରଦିନ ଅର୍ଥାତ୍ ୨୫ ତାରିଖରେ ବଜେଟ୍ ଉପସ୍ଥାପନା ହେବ।

Leave A Reply

Your email address will not be published.