ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ନାବାଳକ ଗାଡ଼ିଚାଳକଙ୍କ ଠାରୁ ଆଦାୟ ହୋଇଛି ୮୩ ଲକ୍ଷ ୫୦ ହଜାର

0

ଭୁବନେଶ୍ବର; ସୋମବାର ଠାରୁ ନାବାଳକ ଗାଡ଼ିଚାଳକଙ୍କ ଉପରେ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି। ଦୁଇ ଦିନରେ ଧରା ପଡିଛନ୍ତି ୩୩୪ ନାବାଳକ ଚାଳକ। ଏହା ସହ ୧୩୮ ଟି ଗାଡି ଜବତ କରିଛି ଏସଟିଏ। କେବଳ କଟକରେ ସର୍ବାଧିକ ୨୭ ଜଣ ଧରା ପଡିଛନ୍ତି। ଏବଂ ଗାଡ଼ି ପିଛା ୨୫ ହଜାର ଟଙ୍କା କରି ମୋଟ ୮୩ ଲକ୍ଷ୫୦ ହଜାର ଟଙ୍କାର ଚାଲାଣ ମଧ୍ୟ ଆଦାୟ ହୋଇଛି।

ଏହି ପ୍ରକ୍ରିୟାରେ ବୁଧବାର ଠାରୁ ଧରା ପଡ଼ିଥିବା ଗାଡିଗୁଡ଼ିକ ମାଲିକ ବା ନାବାଳକ ନାବାଳିକାଙ୍କ ବାପା, ମା’ଙ୍କ ନାଁରେ ମୋଟର ଭେଇକିଲ ଆକ୍ଟ ୧୯୯ ଆଧାରରେ ମାମଲା ରୁଜ୍ଜୁ ହେବ। ମୋଟର ଭେଇକିଲ ଆକ୍ଟ ୧୯୯ ଅନୁଯାୟୀ ଯଦି ୧୮ ବର୍ଷରୁ କମ ବୟସ୍କ ବର୍ଗର କେଣସି ବ୍ୟକ୍ତି ଗାଡି ଚଳାଉଥିବା ଅବସ୍ଥା ଧରା ପଡନ୍ତି ତେବେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଗାଡିକୁ ଜବତ କରାଯିବା ସହ ଗାଡି ଚାଳକଙ୍କ ଉପରେ ୨୫ ହଜାର ଟଙ୍କାର ଫାଇନ୍ ଲଗାଯିବ। ଗାଡିର ପଞ୍ଜିକରଣକୁ ରଦ୍ଦ କରାଯିବ, ଗାଡ଼ିର ମାଲିକ ବା ଗାଡ଼ି ଚାଳାଉଥିବା ପିଲାଙ୍କ ବାପା ମା’ଙ୍କ ନାଁରେ ଥାନାରେ ମାମଲା ରଜୁ କରାଯାଇ ପାରିବ। ଏଥିରେ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।

ଏହା ବ୍ୟତିତ ଦୋଷୀ ସାବ୍ୟସ୍ତ ହେଲେ ଗାଡି ସହ ଧରା ପଡ଼ିଥିବା ନା ନାବାଳକ ବା ନାବାଳିକାଙ୍କ ତଥ୍ୟକୁ ସାରଥୀ ପୋଟାଲରେ ଅପଲୋଡ କରାଯିବ। ଏହା ସହ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି କି, ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ।

Leave A Reply

Your email address will not be published.