ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି

0

ନୂଆଦିଲ୍ଲୀ: ଦିଲ୍ଳୀର କୋଚିଂ ସେଣ୍ଟର୍‌ ବେସ୍‌ମେଣ୍ଟ୍‌ରେ ପାଣି ପଶି ୪ ଜଣ ଆଇଏଏସ୍‌ ଆଶାୟୀଙ୍କ ମୃତ୍ୟୁ ଘଟଣାରେ ବିକାଶ ଦିବ୍ୟକୀର୍ତ୍ତି ବଡ ଘୋଷଣା କରିଛନ୍ତି । ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାରେ ୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରୁ ୩ ଆଶାୟୀଙ୍କ ମୃତ୍ୟୁ ଓଲ୍ଡ ରାଜେନ୍ଦ୍ର ନଗରର ରାଓ ଆଇଏଏସ୍‌ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ହୋଇଥିବା ବେଳେ ଅନ୍ୟଜଣେ ଛାତ୍ରଙ୍କର କରେଣ୍ଟ ମାରିବା କାରଣରୁ ହୋଇଥିଲା। ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସେ ଏହି ଘୋଷଣା କରିଛନ୍ତି।

ସେ ଏନେଇ କହିଛନ୍ତି ଯେ, ଓଲ୍ଡ ରାଜେନ୍ଦ୍ର ନଗରରେ ହୋଇଥିବା ଦୁର୍ଘଟଣାରେ ୪ ଆଶାୟୀଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ପାଣି ଜମିଥିବା ବେଳେ ସେଥିରୁ କରେଣ୍ଟ ଲାଗି ନିଲେଶ ରାୟ ନାମକ ଛାତ୍ରର ମୃତ୍ୟୁ ହୋଇଥିଲା। ଅନ୍ୟ ୩ ବିଦ୍ୟାର୍ଥୀ ଶ୍ରେୟା ଯାଦବ, ତାନ୍ୟା ସୋନି ଏବଂ ନବୀନ ଡାଲ଼୍ବିନ ଏକ କୋଚିଂ ସେଣ୍ଟରରେ ଆକସ୍ମିକ ପାଣି ପଶି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଏହି ସମୟ ନିଶ୍ଚିତ ଭାବରେ ଏହି ବିଦ୍ୟାର୍ଥୀମାନଙ୍କ ପରିବାର କଠିନ ସ୍ଥିତି। ଏହି ପରିସ୍ଥିତିରେ ଆମେ ସେମାନଙ୍କ ପରିବାର ସହିତ ଛିଡ଼ା ହେବୁ। ଆମେ ଯେତେ ଟଙ୍କା ଦେଲେ ମଧ୍ୟ ଏହା ସେମାନଙ୍କ ପରିବାରର କଷ୍ଟକୁ ଲାଘବ କରିପାରିବ ନାହିଁ ସେ ଏନେଇ କହିଛନ୍ତି। ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି ଯେ, ରାଓ ଆଇଏଏସରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ପାଇଁ ଷ୍ଟଡି ମେଟେରିଆଲ, ନିଶ୍ଳୁକ କୋଚିଂ ଓ ଘର ଯୋଗାଇ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ।

Leave A Reply

Your email address will not be published.