ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡ଼ିଶାର ରଶ୍ମିରଞ୍ଜନ ସ୍ୱାଇଁ

0

ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ଭାର ଗ୍ରହଣ କଲେ ଓଡିଆ ପୁଅ । ଓଡ଼ିଶାର ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସ୍ୱାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ୱାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ଆଇପିଏସ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଏହାର ଦାୟିତ୍ବ ଭାର ଦେଇଛନ୍ତି ସରକାର । ଓଡିଶା ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜି ଭାବେ କାର୍ଯ୍ୟକରିବେ ।

୧୯୯୧ ବ୍ୟାଚର ଆଇପିଏସ୍ ଅଫିସର ରଶ୍ମୀରଞ୍ଜନ ସ୍ୱାଇଁ ବର୍ତ୍ତମାନ ଜାମ୍ମୁକାଶ୍ମୀରର କାର୍ଯ୍ୟକାରୀ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ତେବେ

ଆଜି ତାଙ୍କୁ ଡିଜିପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ସେ ଏହି ଦାୟିତ୍ୱରେ ରହିବେ । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।

Leave A Reply

Your email address will not be published.