ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଗଞ୍ଜେଇ ମାଫିଆଙ୍କ ସହ ଡିଲ୍‌ କରି ୯ ପୋଲିସ୍‌ କର୍ମଚାରୀ ନିଲମ୍ବିତ

0

ଲମତାପୁଟ: ଗଞ୍ଜେଇ ମାଫିଆଙ୍କୁ ଛାଡ଼ିବା ଓ ସେମାନଙ୍କ ସହ ଡିଲ୍‌ କରିବା ପଡ଼ିଲା ମହଙ୍ଗା। ୧୧ ପୋଲିସ୍‌ କର୍ମଚାରୀଙ୍କୁ ନିଲମ଼୍ବନ ଆଦେଶ ଦେଇଛନ୍ତି ଏସ୍‌ପି । ଏହି କର୍ମଚାରୀ ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସଆଇ, ୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଳ ଅଛନ୍ତି। ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ତାଲିମ ନେଉଥିବା ୨ ଜଣ ଏସଆଇଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କୋରାପୁଟ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତ ସୋମବାର ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ସୀମାରେ ‌ପଟ୍ରୋଲିଂ କରୁଥିଲେ। ଏହି ସମୟରେ ଆନ୍ଧ୍ର ପଟରୁ ଏକ ଗଞ୍ଜେଇ ଟ୍ରକ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା। ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଏହି ଗାଡ଼ି ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ। ପରେ ଗଞ୍ଜେଇ ମାଫିଆମାନେ ପୁଲିସ ସହ ଏକ ଡିଲ କରିଥିଲେ। ମାଫିଆମାନେ ଗାଡ଼ି ଛାଡ଼ିବା ପାଇଁ ପୋଲିସ ସହ ୧୦ ଲକ୍ଷ ଟଙ୍କା ଡିଲ କରିଥିବା ସୂଚନା ରହିଛି।

ଏହାପରେ ଗଞ୍ଜେଇ ମାଫିଆମାନେ ପୋଲିସକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇନଥିବା ଜଣାପଡ଼ିଛି ।ଯାହାକୁ ନେଇ ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୋଲିସ ଗାଡ଼ି ଛାଡ଼ିନଥିବା ବେଳେ ମାଫିଆମାନେ ଗାଡ଼ି ଛାଡ଼ି ପଳାଇଥିବା ନେଇ ସୂଚନା ମିଳିଥିଲା ।

Leave A Reply

Your email address will not be published.