ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମଉଳିଲା ଭିନେଶଙ୍କ ମେଡାଲ ଆଶା

0

ନ୍ୟୁଜ୍ ବ୍ୟୁରୋ: ମଉଳିଲା ମେଡାଲ ଆଶା। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଫାଇନାଲରୁ ଅଯୋଗ୍ୟ ଘୋଷଣା ପରେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରୌପ୍ୟ ପଦକ ପାଇଁ ଶୁଣାଣି ହେବାର ଥିଲା। ଅଧୁରା ରହିଲା ବିନେଶ ଫୋଗଟଙ୍କ ରୌପ୍ୟ ପଦକ ସ୍ବପ୍ନ। ଶେଷ ପ୍ରୟାସ ଓ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍‌) ଖାରଜ କରିଛନ୍ତି।

ବର୍ତ୍ତମାନ ସେ ଆଉ ରୌପ୍ୟ ପଦକ ପାଇବେ ନାହିଁ। ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାସ ରାୟର ଅପରେଟିଭ ଅଂଶ ପ୍ରକାଶ ପାଇଛି। ଏଥିରେ ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ରାୟର ବିସ୍ତୃତ କପି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି।

ଫାଇନାଲ୍ ମ୍ୟାଚ୍ ଦିନ ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ୫୦ କିଲୋଗ୍ରାମଠାରୁ ୧୦୦ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା, ଯାହା ଅଗଷ୍ଟ ୧୬ରେ ଘୋଷଣା କରାଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ସିଏଏସ୍ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

Leave A Reply

Your email address will not be published.