ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ତିରୁପତି ମନ୍ଦିର ପ୍ରସାଦରେ ମିଶୁଛି କି ପଶୁ ଚର୍ବି ଓ ମାଛ ତେଲ

0

ଅଭିଯୋଗ ଆଣିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ
ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି

ଆନ୍ଧ୍ରପ୍ରଦେଶ: ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ଦିଆଯାଉଥିବା ଲଡୁ ରେ ମିଶୁଛି ପଶୁର ଚର୍ବି। ଏଭଳି ଅଭିଯୋଗ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହି ମନ୍ତବ୍ୟ ଆନ୍ଧ୍ରପ୍ରଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା ପରୀକ୍ଷା କରିବାରୁ ଏହା ସ୍ପଷ୍ଟ ହୋଇଛି। ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି। ବୁଧବାର ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ପୂର୍ବ ସରକାର ସମୟରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶିବା ଆରମ୍ଭ ହୋଇଥିଲା। ଏହି ପ୍ରସାଦ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରକୁ ଆସୁଥିବା କୋଟି କୋଟି ଭକ୍ତଙ୍କୁ ମଧ୍ୟ ଦିଆଯାଇଛି। ଏପରିକି ଲଡୁରେ ଖରାପ ମାନର ଦ୍ରବ୍ୟ ବ୍ୟବହାର କରାଯାଇଥିଲା।

ନାଇଡୁଙ୍କ ଏହି ବୟାନ ଉପରେ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିର ରାଜ୍ୟସଭା ସାଂସଦ ୱାବି ସୁବା ରେଡ୍ଡୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚନ୍ଦ୍ରବାବୁ ନାଇଡୁ ତିରୁମାଲାର ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇ ଏକ ବଡ଼ ପାପ କରିଛନ୍ତି। ତିରୁମାଲା ପ୍ରସାଦ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଯୌକ୍ତିକ। ମଣିଷ ଭାବରେ ଜନ୍ମିତ କୌଣସି ବ୍ୟକ୍ତି ଏପରି ଶବ୍ଦ କୁହନ୍ତି ନାହିଁ କିମ୍ବା ଏପରି ଅଭିଯୋଗ କରନ୍ତି ନାହିଁ। ପୁଣିଥରେ ଏହା ପ୍ରମାଣିତ ହୋଇଛି ଯେ ଚନ୍ଦ୍ରବାବୁ ରାଜନୀତି ପାଇଁ କିଛି କରିବାକୁ ଦ୍ୱିଧା କରିବେ ନାହିଁ।

ରେଡ୍ଡୀ କହିଛନ୍ତି ଯେ ଭକ୍ତଙ୍କ ବିଶ୍ୱାସକୁ ଅଧିକ ମଜବୁଥ୍ କରିବା ପାଇଁ ମୁଁ ଏବଂ ମୋ ପରିବାର ତିରୁମାଲା ପ୍ରସାଦ ମାମଲାରେ ଶପଥ ନେବାକୁ ପ୍ରସ୍ତୁତ। ଚନ୍ଦ୍ରବାବୁ ମଧ୍ୟ ତାଙ୍କ ପରିବାର ସହିତ ଶପଥ ନେବାକୁ ପ୍ରସ୍ତୁତ କି?

Leave A Reply

Your email address will not be published.