ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ

0

ପୁରୀ: ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ । ଏନେଇ ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

ଆସନ୍ତା ୨୫ ତାରିଖରୁ ଜଗତଜନନୀ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯିବ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି । ତେଣୁ ଆମେ ଅନୁରୋଧ କରିଛୁ ଆସନ୍ତା ୨୫ ତାରିଖ ଭିତରେ ସର୍ଭେ କାମ ସାରିବା ପାଇଁ । ଆମ ଅନୁରୋଧ କ୍ରମେ ସେମାନେ ୨୫ ଭିତରେ କାମ ସାରିବେ ବୋଲି ଆଶ୍ବାସନା ଦେଇଛନ୍ତି ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

ତେବେ ଆଜି ରତ୍ନଭଣ୍ଡାର ନିରୀକ୍ଷଣ ଓ ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୩ଘଣ୍ଟା ଧରି ଏଏସଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ଚାଲିଥିବା ଯାଞ୍ଚ ପରୀକ୍ଷଣ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ ସହ ଫିଜିକାଲ୍ ଯାଞ୍ଚ ମଧ୍ୟ କରାଯାଇଛି । ସେହିପରି ଏଏସଆଇ ଏଡିଜି କହିଛନ୍ତି, ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ଏଏସଆଇ ମରାମତି କାମ କରିବ। କାମ ଅଧା ଅଛି, ଟିମ୍ ପୁଣି ଆସିବ। ସୁଡ଼ଙ୍ଗ ଥିବା ନେଇ ସେଭଳି କୌଣସି ଲକ୍ଷଣ ଦେଖିପାରିଲୁନି ବୋଲି ଏଏସଆଇ ଏଡିଜି ସ୍ପଷ୍ଟ କରିଥିବାବେଳେ ଆଜିର ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ଚି ପାରିଲୁନି ବୋଲି ଜଷ୍ଟିସ ରଥ ରାଡାର ସର୍ଭେ ପରେ ଆଉଥରେ ସର୍ବେକ୍ଷଣ ହେବା ନେଇ ସୂଚନା ମିଳିଛି । ସର୍ବେକ୍ଷଣ ପରେ ରିପୋର୍ଟ ମିଳିବ । ରିପୋର୍ଟ ଆସିଲେ ରାଜ୍ୟ ସରକାରଙ୍କ ନିକଟରେ ଆମେ ଦାଖଲ କରିବୁ। ପରେ ଆଗମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀ ରଥ।

Leave A Reply

Your email address will not be published.