ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ପୋଲିସ ଏନକାଉଣ୍ଟରରେ ବଳାତ୍କାର ଅଭିଯୁକ୍ତ ମୃତ

0

ମହାରାଷ୍ଟ୍ର: ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି।

ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା ଜେଲରୁ ତଦନ୍ତ ପାଇଁ ବଦଲାପୁରକୁ ଏକ ପୋଲିସ ଗାଡ଼ିରେ ନିଆଯାଉଥିବାବେଳେ ସେ ଜଣେ ପୋଲିସ ଅଧିକାରୀଙ୍କଠାରୁ ବନ୍ଧୁକ ଛଡ଼ାଇନେଇ ଗୁଳି ଚଳାଇଥିଲେ। ଏଥିରେ ୨ ଜଣ ପୋଲିସ ଆହତ ହୋଇଥିଲେ। ପୋଲିସ୍‌ର ପାଲଟା ଗୁଳିରେ ଅକ୍ଷୟଙ୍କ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ୨୩ ବର୍ଷୀୟ ଅକ୍ଷୟଙ୍କୁ ଗତ ଅଗଷ୍ଟ ମାସରେ ଏକ ନର୍ସରୀ ସ୍କୁଲର ସଫେଇ କର୍ମଚାରୀ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ସେହି ମାସରେ ସେ ସ୍କୁଲ୍‌ ଓ୍ବାଶରୁମ୍‌ରେ ୩ ବର୍ଷ ଓ ୪ ବର୍ଷ ବୟସର ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଗଷ୍ଟ ୧୭ରେ ଗିରଫ ହୋଇଥିଲେ। ବମ୍ବେ ହାଇକୋର୍ଟ ଏହି ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରି ତଦନ୍ତରେ ବିଳମ୍ବ ପାଇଁ ପୋଲିସକୁ ଭର୍ତ୍ସନା କରିଥିଲେ।
ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ସିନ୍ଦେ ସରକାର। ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏପରିକି ପୀଡିତାଙ୍କ ଅଭିଭାବକଙ୍କ ଅଭିଯୋଗ ଗ୍ରହଣ କରିନଥିବା ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କର ବଦଳି କରାଯାଇଥିଲା।

Leave A Reply

Your email address will not be published.