ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୋଲିସ ଏନକାଉଣ୍ଟରରେ ବଳାତ୍କାର ଅଭିଯୁକ୍ତ ମୃତ

0

ମହାରାଷ୍ଟ୍ର: ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି।

ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା ଜେଲରୁ ତଦନ୍ତ ପାଇଁ ବଦଲାପୁରକୁ ଏକ ପୋଲିସ ଗାଡ଼ିରେ ନିଆଯାଉଥିବାବେଳେ ସେ ଜଣେ ପୋଲିସ ଅଧିକାରୀଙ୍କଠାରୁ ବନ୍ଧୁକ ଛଡ଼ାଇନେଇ ଗୁଳି ଚଳାଇଥିଲେ। ଏଥିରେ ୨ ଜଣ ପୋଲିସ ଆହତ ହୋଇଥିଲେ। ପୋଲିସ୍‌ର ପାଲଟା ଗୁଳିରେ ଅକ୍ଷୟଙ୍କ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ୨୩ ବର୍ଷୀୟ ଅକ୍ଷୟଙ୍କୁ ଗତ ଅଗଷ୍ଟ ମାସରେ ଏକ ନର୍ସରୀ ସ୍କୁଲର ସଫେଇ କର୍ମଚାରୀ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ସେହି ମାସରେ ସେ ସ୍କୁଲ୍‌ ଓ୍ବାଶରୁମ୍‌ରେ ୩ ବର୍ଷ ଓ ୪ ବର୍ଷ ବୟସର ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଗଷ୍ଟ ୧୭ରେ ଗିରଫ ହୋଇଥିଲେ। ବମ୍ବେ ହାଇକୋର୍ଟ ଏହି ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରି ତଦନ୍ତରେ ବିଳମ୍ବ ପାଇଁ ପୋଲିସକୁ ଭର୍ତ୍ସନା କରିଥିଲେ।
ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ସିନ୍ଦେ ସରକାର। ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏପରିକି ପୀଡିତାଙ୍କ ଅଭିଭାବକଙ୍କ ଅଭିଯୋଗ ଗ୍ରହଣ କରିନଥିବା ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କର ବଦଳି କରାଯାଇଥିଲା।

Leave A Reply

Your email address will not be published.