ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସଞ୍ଜୟ ରାଉତ

0

ମୁମ୍ବାଇ: ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀ ଏଫ୍‌ଆଇଆର ଦାଖଲ କରିଥିଲେ। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ ଯିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରିଟ ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। ସଞ୍ଜୟ ମେଧାଙ୍କ ବିରୋଧରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ସଞ୍ଜୟ ଅଭିଯୋଗ କରିଥିଲେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତିରେ ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରିଟଙ୍କ ଏନଜିଓ ସମ୍ପୃକ୍ତି ରହିଥିଲା। ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ଖଣ୍ଡନ କରିଥିଲେ ବିଜେପି ନେତା। ଏହାପରେ ସଞ୍ଜୟଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।

Leave A Reply

Your email address will not be published.