ପ୍ରମୁଖ ଖବର

କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍
ଡିସେମ୍ବରରେ ପୁଣି ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ
ଚୋରା ଚାଲାଣ ବଳେ ଓଲଟିଲା ଭ୍ୟାନ, ନିଆଁ ଲାଗି ଗୋରୁ ଜୀବନ୍ତ ଦଗ୍ଧ
ଦେଶର ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶରେ ରଖିବା ସରକାରଙ୍କ ଦାୟିତ୍ୱ, ସୁପ୍ରିମକୋର୍ଟ
ଗିରଫ ହେଲେ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା
୨୬ରେ ବିଧାନସଭା ଶୀତକାଳୀନ ଅଧିବେଶନ, ୨୫ରେ ହେବେ ସର୍ବଦଳୀୟ ବୈଠକ

ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି

0

ତାମିଲନାଡୁ: ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ଗୁରୁଦାୟିତ୍ୱ। ଉପମୁଖ୍ୟମନ୍ତ୍ରୀ ହେଲେ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍‌.ଏନ୍‌. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି।

ଭି. ସେନ୍ଥିଲ ବାଲାଜୀ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରିଥିବାବେଳେ ତାଙ୍କୁ ବିଦ୍ୟୁତ୍‌ ଏବଂ ଅବକାରୀ ବିଭାଗ ମିଳିଛି। ସେହିପରି ଡ. ଗୋଭି ଚେଝିଆନ୍‌ଙ୍କୁ ଉଚ୍ଚଶିକ୍ଷା ଏବଂ ଆର୍‌. ରାଜେନ୍ଦ୍ରନ୍‌ଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ନୂଆ ମନ୍ତ୍ରୀମାନେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ଏସ୍‌.ଏମ୍‌. ନାସାର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ଷ୍ଟାଲିନ୍‌ଙ୍କ କ୍ୟାବିନେଟରେ ଦୁଗ୍ଧ ଓ ଡେଏରି ବିଭାଗ ମନ୍ତ୍ରୀ ଥିଲେ। ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.