ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏକଲବ୍ୟ ମଡେଲ ସ୍କୁଲକୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

କେନ୍ଦୁଝର: ଏକଲବ୍ୟ ମଡେଲ ସ୍କୁଲକୁ ଉଦ୍‌ଘାଟନ କଲେ ମୋଦୀ। କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣର ନବନିର୍ମିତ ଏକଲବ୍ୟ ମଡେଲ ସ୍କୁଲକୁ ବୁଧବାର ଝାଡ଼ଖଣ୍ଡର ହଜାରୀବାଗରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି।

ବେଗୁନା ଖମଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଯୋଗ ଦେଇ ଏହି ସ୍କୁଲ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀଙ୍କ ଚରିତ୍ର ଗଠନ କରିବା ଲକ୍ଷ୍ୟରେ ସ୍ଥାପିତ କରିଛନ୍ତି। ବରେଣ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ, ଜିଲା ମଙ୍ଗଳ ଅଧିକାରୀ ପ୍ରବୀର ଦେଓ, ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲର ପ୍ରିନ୍ସପାଲ ମୁକେଶ କୁମାର ଶର୍ମା ପ୍ରମୁଖ ସାମିଲ ହୋଇ ଏହି ବିଦ୍ୟାଳୟ ଜନଜାତି ଛାତ୍ରୀଛାତ୍ରଙ୍କ ସର୍ବାଙ୍ଗୀନ ଉନ୍ନତି କରିବାରେ ସହାୟକ ହେବ ବୋଲି କହିଥିଲେ।

ସୂଚନା ଯେ, ଉକ୍ତ ବିଦ୍ୟାଳୟଟି ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଚଳିତ ଶିକ୍ଷାବର୍ଷ ଷଷ୍ଠ ଶ୍ରେଣୀରୁ ଶିକ୍ଷା ଆରମ୍ଭ ହୋଇ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷାଦାନ କରିବାର ବ୍ୟବସ୍ଥା ରହିଛି। ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ସିବିଏସ୍‌ଇ କୋର୍ସରେ ପାଠ ପଢ଼ାଇବାର ବ୍ୟବସ୍ଥା ରହିଛି।

Leave A Reply

Your email address will not be published.